ପ୍ରମୁଖ ଖବର

ବିମାନରେ ପାୱାର ବ୍ୟାଙ୍କ ନେବା ମନା
ବିନା ଅନୁମୋଦନରେ ୟୁନିଟ୍ ନିର୍ମାଣ, ପାରାଦୀପ ଆଇଓସିଏଲ୍‌କୁ ସରକାରଙ୍କ ନୋଟିସ୍
ରେଳ କର୍ମଚାରୀଙ୍କୁ ୧୭,୯୫୧ ଟଙ୍କା ବୋନସ୍‌, କ୍ୟାବିନେଟ୍‌ର ମଞ୍ଜୁରି
୨୦୨୯ରେ ବିରୋଧୀଙ୍କ ପରାଜୟ ସୁନିଶ୍ଚିତ: ଅମିତ ଶାହା
ମମତା ବାନାର୍ଜୀଙ୍କୁ ଛୁରିରେ ଆକ୍ରମଣ ଉଦ୍ୟମ, ମହିଳା ଅଟକ
ବୋମା ଧମକ ପରେ ଜୟପୁରରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ
ବିହାରରେ ଡଙ୍ଗା ବୁଡ଼ି ଚାଲିଗଲା ୧୧ ଜୀବନ

ସପ୍ଲିମେଣ୍ଟାରୀ ଓ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଫଳ ପ୍ରକାଶ

0

ସପ୍ଲିମେଣ୍ଟାରୀରେ ପାସ୍‌ହାର ୬୩.୬୪%
ଭୁବନେଶ୍ବର: ମାଧ୍ୟମିକ ଶିକ୍ଷା ପରିଷଦ (BSE) ପକ୍ଷରୁ ପରିଚାଳିତ ସପ୍ଲିମେଣ୍ଟାରୀ ହାଇସ୍କୁଲ ସାର୍ଟିଫିକେଟ୍‌ ପରୀକ୍ଷା-୨୦୨୬ ଏବଂ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍‌ ପରୀକ୍ଷା-୨୦୨୬ (ଦ୍ୱିତୀୟ)ର ଫଳାଫଳ ଆଜି ପ୍ରକାଶ ପାଇଛି। ପରୀକ୍ଷାର୍ଥୀମାନେ ସନ୍ଧ୍ୟା ୫ଟାରୁ ବୋର୍ଡର ୱେବସାଇଟ୍‌ରେ ନିଜ ଫଳାଫଳ ଦେଖିପାରିବେ।

ସପ୍ଲିମେଣ୍ଟାରୀ ହାଇସ୍କୁଲ ସାର୍ଟିଫିକେଟ୍‌ ପରୀକ୍ଷାରେ ମୋଟ ୫,୭୬୦ ଜଣ ପରୀକ୍ଷା ଦେଇଥିବା ବେଳେ ୩,୬୬୬ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏହାର ପାସ୍‌ହାର ୬୩.୬୪ ପ୍ରତିଶତ ରହିଛି। ଉତ୍ତୀର୍ଣ୍ଣଙ୍କ ମଧ୍ୟରେ A2 ଗ୍ରେଡ୍‌ରେ ୫, B1ରେ ୧୨, B2ରେ ୫୩, Cରେ ୧୯୨, Dରେ ୫୩୬ ଏବଂ E ଗ୍ରେଡ୍‌ରେ ୨,୫୯୩ ଜଣ ରହିଛନ୍ତି। A1 ଗ୍ରେଡ୍‌ରେ କୌଣସି ପରୀକ୍ଷାର୍ଥୀ ନାହାନ୍ତି। ସେହିପରି ୨୭୫ ଜଣ କମ୍ପାର୍ଟମେଣ୍ଟାଲ୍‌ରେ ପାସ୍‌ କରିଥିବା ବେଳେ ୨,୦୯୪ ଜଣ ପରୀକ୍ଷାର୍ଥୀ ଫେଲ୍‌ ହୋଇଛନ୍ତି।

ଅନ୍ୟପକ୍ଷରେ, ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍‌ ପରୀକ୍ଷା (ଦ୍ୱିତୀୟ), ୨୦୨୬ରେ ମୋଟ ୮,୬୯୮ ଜଣ ପରୀକ୍ଷା ଦେଇଥିବା ବେଳେ ୫,୪୫୦ ଜଣ ପାସ୍‌ କରିଛନ୍ତି। ଏହାର ପାସ୍‌ହାର ୬୨.୬୫ ପ୍ରତିଶତ ରହିଛି। A1 ଗ୍ରେଡ୍‌ରେ କେହି ନଥିବା ବେଳେ A2ରେ ୧୦, B1ରେ ୧୦୯, B2ରେ ୪୦୧, Cରେ ୮୬୮, Dରେ ୧,୫୧୪ ଏବଂ E ଗ୍ରେଡ୍‌ରେ ୨,୫୪୮ ଜଣ ରହିଛନ୍ତି। ଏହି ପରୀକ୍ଷାରେ ୩,୧୮୫ ଜଣ ଫେଲ୍‌ ହୋଇଛନ୍ତି।

ଚଳିତ ଥର ପ୍ରଥମ ଥର ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଡିଜିଟାଲ ମୂଲ୍ୟାୟନ ବ୍ୟବସ୍ଥା ଲାଗୁ କରାଯାଇଛି। ଏହା ମାଧ୍ୟମରେ ତ୍ରୁଟିଶୂନ୍ୟ ମୂଲ୍ୟାୟନ କରାଯାଇଥିବା ବୋର୍ଡ ସଭାପତି ସୂଚନା ଦେଇଛନ୍ତି। ସପ୍ଲିମେଣ୍ଟାରୀ ପରୀକ୍ଷା ଗତ ଜୁଲାଇ ୨ରୁ ଆରମ୍ଭ ହୋଇ ଜୁଲାଇ ୧୦ ପର୍ଯ୍ୟନ୍ତ ଚାଲିଥିଲା। ରାଜ୍ୟର ୩୧୧ଟି ପରୀକ୍ଷା କେନ୍ଦ୍ରରେ ମୋଟ ୨୪,୪୭୦ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ।

Leave A Reply

Your email address will not be published.