ପ୍ରମୁଖ ଖବର

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ

ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କ ପରଲୋକ

0

ନୂଆଦିଲ୍ଲୀ: ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କ ପରଲୋକ ଘଟିଛି। ୧୯୮୪ ଶିଖ୍‌-ବିରୋଧୀ ଦଙ୍ଗା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡ ଭୋଗୁଥିବା ସଜ୍ଜନ କୁମାର ଅସୁସ୍ଥ ହୋଇ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲକୁ ଆସିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
୧୯୮୪ ଦଙ୍ଗା ସମ୍ପର୍କିତ ଦୁଇଟି ମାମଲାରେ ସଜ୍ଜନ କୁମାର ଦୋଷୀ ସାବ୍ୟସ୍ତ ହୋଇ ଦୁଇଟି ଆଜୀବନ କାରାଦଣ୍ଡ ଭୋଗୁଥିଲେ।

୨୦୧୮ ଡିସେମ୍ବରରେ ଦିଲ୍ଲୀ ହାଇକୋର୍ଟ ପାଞ୍ଚ ଜଣ ଶିଖଙ୍କ ହତ୍ୟା ଓ ଏକ ଗୁରୁଦ୍ୱାରା ପୋଡ଼ିବା ମାମଲାରେ ତାଙ୍କୁ ଆଜୀବନ ଜେଲ୍‌ ଦଣ୍ଡ ଦେଇଥିଲେ। ୨୦୨୫ରେ ମଧ୍ୟ ୧୯୮୪ ଦଙ୍ଗା ସମ୍ପର୍କିତ ଅନ୍ୟ ଏକ ହତ୍ୟା ମାମଲାରେ ତାଙ୍କୁ ଦ୍ୱିତୀୟ ଆଜୀବନ ଦଣ୍ଡାଦେଶ ହୋଇଥିଲା। ତେବେ ଅନ୍ୟ ଏକ ମାମଲାରେ ସେ ଖଲାସ ପାଇଥିଲେ। ୧୯୪୫ ମସିହା ସେପ୍ଟେମ୍ବର ୨୩ରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିବା ସଜ୍ଜନ କୁମାର ମାଟ୍ରିକ୍‌ ପର୍ଯ୍ୟନ୍ତ ପଢ଼ିଥିଲେ। ୧୯୭୭ରେ ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନର କାଉନସିଲର ଭାବେ ସେ ରାଜନୀତିରେ ପ୍ରବେଶ କରିଥିଲେ। ପରେ ଦିଲ୍ଲୀ ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ହୋଇଥିଲେ।
୧୯୮୦ରେ ସେ ପ୍ରଥମଥର ବାହ୍ୟ ଦିଲ୍ଲୀ ଲୋକସଭା ଆସନରୁ ସାଂସଦ ନିର୍ବାଚିତ ହୋଇଥିଲେ। ପରେ ୧୯୯୧ ଓ ୨୦୦୪ରେ ମଧ୍ୟ ସେହି ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ସଂସଦର ବିଭିନ୍ନ କମିଟିରେ ମଧ୍ୟ ସେ କାର୍ଯ୍ୟ କରିଥିଲେ। ୧୯୮୪ ଦଙ୍ଗା ମାମଲାରେ ଦଣ୍ଡାଦେଶ ପରେ ତାଙ୍କ ରାଜନୈତିକ ଜୀବନରେ ବଡ଼ ପ୍ରଭାବ ପଡ଼ିଥିଲା। ଆଜୀବନ କାରାଦଣ୍ଡ ହେବା ପରେ ୨୦୧୮ ଡିସେମ୍ବରରେ ସଜ୍ଜନ କୁମାର କଂଗ୍ରେସ ଛାଡ଼ିଥିଲେ।

Leave A Reply

Your email address will not be published.