ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ପ୍ରଥମ ଦିନରେ ଓଡ଼ିଶାରେ ନିବେଶ ଓ ବାଣିଜ୍ୟିକ ସହଯୋଗ ବୃଦ୍ଧି ନେଇ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ଭୋଟର ତାଲିକାରେ ନାମର ବନାନ ତ୍ରୁଟି; ଭାରତ ରତ୍ନ ବୈଜ୍ଞାନିକ ସିଏନଆର ରାଓଙ୍କୁ ନୋଟିସ୍‌
ଫାୟାର ସେଫ୍ଟି ନିୟମ ଭାଙ୍ଗିଲେ ବନ୍ଦ ହେବ କୋଚିଂ ସେଣ୍ଟର; ସେପ୍ଟେମ୍ବର ୧୫ରୁ ସ୍ୱତନ୍ତ୍ର ଯାଞ୍ଚ
ଇରାନ-ଆମେରିକା ମୁହାଁମୁହିଁ; ଖାର୍ଗ ଦ୍ୱୀପ ନିକଟରେ ୫ ତୈଳ ଟ୍ୟାଙ୍କର ଧ୍ୱଂସ
୧୧ରେ ମୋଦୀ-ପୁଟିନ୍‌ ଦ୍ୱିପାକ୍ଷିକ ଆଲୋଚନା
୭ଟି ହାଇ-ଡେନ୍ସିଟି ରେଳ କରିଡୋରକୁ ଫୋର୍‌-ଲେନ୍‌ କରିବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର, ୩ ଦିନ ଯାଏଁ ବର୍ଷା ସମ୍ଭାବନା
ସମ୍ ରେ ପଂଚମ ମଲ୍‌ଟିପଲ୍ କ୍ୟାଡାଭେରିକ୍ ଅର୍ଗାନ୍ ରିଟ୍ରିଭାଲ୍‌

୬ ବରିଷ୍ଠ ଆଇପିଏସ୍‌ ଅଧିକାରୀଙ୍କ ବଦଳି

0

ଗୁଇନ୍ଦା ଓ ଇଓଡବ୍ଲ୍ୟୁରେ ବଡ଼ ପରିବର୍ତ୍ତନ
ଭୁବନେଶ୍ବର: ରାଜ୍ୟ ସରକାର ଶୁକ୍ରବାର ୬ ଜଣ ବରିଷ୍ଠ ଆଇପିଏସ୍‌ ଅଧିକାରୀଙ୍କ ବଦଳି ଓ ନୂଆ ନିଯୁକ୍ତି କରିଛନ୍ତି। ଗୃହ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ବଦଳି ଛୋଟ ଧରଣର ହୋଇଥିଲେ ମଧ୍ୟ ଗୁଇନ୍ଦା, ଅର୍ଥନୈତିକ ଅପରାଧ ଶାଖା ଓ ଦକ୍ଷିଣ ଓଡ଼ିଶା ପୁଲିସ ପ୍ରଶାସନରେ ଏହାକୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଦେଖାଯାଉଛି। ୨୦୦୩ ବ୍ୟାଚ୍‌ର ଆଇପିଏସ୍‌ ଅଧିକାରୀ ହିମାଂଶୁ କୁମାର ଲାଲଙ୍କୁ ଅର୍ଥନୈତିକ ଅପରାଧ ଶାଖା ଓ ସ୍ୱତନ୍ତ୍ର ଟାସ୍କଫୋର୍ସର ଆଇଜି ଭାବେ ନିଯୁକ୍ତି ମିଳିଛି। ସେ ବର୍ତ୍ତମାନ ସମ୍ବଲପୁର ଆଇଜି ଭାବେ କାର୍ଯ୍ୟରତ ଥିଲେ।

ସେହିପରି ୨୦୦୪ ବ୍ୟାଚ୍‌ର ଆଇପିଏସ୍‌ ଅଧିକାରୀ ସତ୍ୟବ୍ରତ ଭୋଇଙ୍କୁ ଗୁଇନ୍ଦା ଆଇଜି ଭାବେ ନୂଆ ଦାୟିତ୍ୱ ଦିଆଯାଇଛି। ସେ ବର୍ତ୍ତମାନ ଏନ୍‌ସିଆର୍‌ ଆଇଜି ସହ ଅନୁଗୁଳସ୍ଥିତ ପୁଲିସ ଟ୍ରେନିଂ କଲେଜର ପ୍ରିନ୍ସିପାଲ ଭାବେ ଅତିରିକ୍ତ ଦାୟିତ୍ୱରେ ଥିଲେ। ୨୦୦୫ ବ୍ୟାଚ୍‌ର ଅଧିକାରୀ ଜୟ ନାରାୟଣ ପଙ୍କଜଙ୍କୁ ଗୁଇନ୍ଦା ଆଇଜି ପଦରୁ ବଦଳି କରାଯାଇ ଦକ୍ଷିଣ ଓଡ଼ିଶା ଆଇଜି ଭାବେ ବ୍ରହ୍ମପୁରରେ ନିଯୁକ୍ତି ଦିଆଯାଇଛି। ସେହିପରି ବ୍ରହ୍ମପୁରରେ ଦକ୍ଷିଣ ଓଡ଼ିଶା ଆଇଜି ଭାବେ କାର୍ଯ୍ୟରତ ୨୦୦୭ ବ୍ୟାଚ୍‌ର ନିତି ଶେଖରଙ୍କୁ ଆଇଜି ପ୍ରୋଭିଜନିଂ ଭାବେ ପୁଲିସ ମୁଖ୍ୟାଳୟରେ ନିଯୁକ୍ତି ମିଳିଛି। ୨୦୦୯ ବ୍ୟାଚ୍‌ର ଚରଣ ସିଂହ ମୀନାଙ୍କୁ ସମ୍ବଲପୁର ଡିଆଇଜି ଭାବେ ନୂଆ ଦାୟିତ୍ୱ ମିଳିଛି। ସେ ବର୍ତ୍ତମାନ ଡିଆଇଜି ପ୍ରୋଭିଜନିଂ ଭାବେ କାର୍ଯ୍ୟ କରୁଥିଲେ।

ଅନ୍ୟପକ୍ଷରେ ୨୦୧୦ ବ୍ୟାଚ୍‌ର ଚର୍ଚ୍ଚିତ ଆଇପିଏସ୍‌ ଅଧିକାରୀ ଆଶିଷ କୁମାର ସିଂହଙ୍କୁ ମଧ୍ୟ ନୂଆ ଦାୟିତ୍ୱ ମିଳିଛି। କେନ୍ଦ୍ରୀୟ ଡେପୁଟେସନରୁ ଫେରିବା ପରେ ଗୃହ ବିଭାଗରେ ଯୋଗ ଦେଇଥିବା ଆଶିଷଙ୍କୁ ଡିଆଇଜି ଏନ୍‌ସିଆର୍‌, ତାଳଚେର ସହ ଅନୁଗୁଳ ପୁଲିସ ଟ୍ରେନିଂ କଲେଜର ପ୍ରିନ୍ସିପାଲ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଗୃହ ବିଭାଗର ଅତିରିକ୍ତ ସଚିବ ତ୍ରିଲୋଚନ ମାଝୀଙ୍କ ପକ୍ଷରୁ ଏହି ବଦଳି ଓ ନିଯୁକ୍ତି ସମ୍ପର୍କିତ ବିଜ୍ଞପ୍ତି ଜାରି କରାଯାଇଛି।

Leave A Reply

Your email address will not be published.