ପ୍ରମୁଖ ଖବର

କଂଗ୍ରେସ ନିଜ ବିଫଳତା ପାଇଁ ଦେଶକୁ ବଦନାମ କରୁଛି : ମୋଦୀ
ସଡ଼କ ଦୁର୍ଘଟଣାରେ ଓଡ଼ିଶାର ଦୁଇ ପ୍ରତିଭାବାନ ଯୁବ ଆଥଲେଟ୍‌ଙ୍କ ମୃତ୍ୟୁ
ଡ୍ରାଇଭିଂ ଲାଇସେନ୍ସ ପାଇଁ ୭୫% ନମ୍ବର ବାଧ୍ୟତାମୂଳକ କରିବାକୁ ପ୍ରସ୍ତାବ
ସାଉଦି ଏୟାରପୋର୍ଟରେ ମିସାଇଲ ମାଡ଼, ଜଣେ ଭାରତୀୟଙ୍କ ସମେତ ୨ ମୃତ
ଛତିଶଗଡ଼ରେ ଭୟଙ୍କର ବସ୍‌ ଦୁର୍ଘଟଣା, ୬ ମୃତ; ୩୦ରୁ ଅଧିକ ଆହତ
ଏସିଆନ୍ ପାରା ଗେମ୍ସରେ ଚମକିଲେ ଓଡ଼ିଆ ଝିଅ ଜୟନ୍ତୀ, ଜିତିଲେ ରୌପ୍ୟ
ଏବେ ଟ୍ରେନ୍‌ରେ ବସି ଅର୍ଡର କରିପାରିବେ ଆବଶ୍ୟକ ସାମଗ୍ରୀ, ବ୍ଲିଙ୍କିଟ୍‌ ସହ ରେଳବାଇର ସହଭାଗିତା
ଉତ୍ତରପ୍ରଦେଶରେ ଭାଜପାକୁ ଝଟ୍‌କା, ଦଳ ଛାଡ଼ିଲେ ପୂର୍ବତନ ବିଧାୟକ

୧ ଅକ୍ଟୋବରରୁ ବଦଳିବ ଏସ୍‌ବିଆଇର ନଗଦ ଉଠାଣ ନିୟମ

0

୪ ଥର ପରେ ଲାଗିବ ଚାର୍ଜ
ନ୍ୟୁଜ୍ ବ୍ୟୁରୋ: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ବେସିକ୍ ସେଭିଙ୍ଗ୍ସ ବ୍ୟାଙ୍କ ଡିପୋଜିଟ୍‌ ଆକାଉଣ୍ଟଧାରୀଙ୍କ ପାଇଁ ନୂଆ ନିୟମ ଆସୁଛି। ୧ ଅକ୍ଟୋବର ୨୦୨୬ରୁ ଏହି ଆକାଉଣ୍ଟରୁ ବ୍ରାଞ୍ଚ ଜରିଆରେ ନଗଦ ଉଠାଣ ଉପରେ ନୂଆ ଶୁଳ୍କ ବ୍ୟବସ୍ଥା ଲାଗୁ ହେବ।

ନୂଆ ନିୟମ ଅନୁଯାୟୀ, ଗ୍ରାହକମାନେ ଗୋଟିଏ ମାସରେ ବ୍ରାଞ୍ଚରୁ ସର୍ବାଧିକ ୪ ଥର ମାଗଣାରେ ନଗଦ ଟଙ୍କା ଉଠାଇପାରିବେ। ଏହି ୪ଟି ଉଠାଣ ପାଇଁ କୌଣସି ଅତିରିକ୍ତ ଶୁଳ୍କ ଦେବାକୁ ପଡ଼ିବ ନାହିଁ। ତେବେ ମାସକୁ ୪ ଥରରୁ ଅଧିକ ନଗଦ ଉଠାଇଲେ ପ୍ରତ୍ୟେକ ଅତିରିକ୍ତ ଉଠାଣ ପାଇଁ ୧୫ ଟଙ୍କା ଶୁଳ୍କ ଦେବାକୁ ପଡ଼ିବ। ଏହା ସହିତ ଲାଗୁ ହେଉଥିବା ଜିଏସ୍‌ଟି ମଧ୍ୟ ଦେବାକୁ ହେବ।

ଜଣେ ଗ୍ରାହକ ଯଦି ଗୋଟିଏ ମାସରେ ୬ ଥର ବ୍ରାଞ୍ଚରୁ ଟଙ୍କା ଉଠାନ୍ତି, ତେବେ ପ୍ରଥମ ୪ ଥର ମାଗଣା ରହିବ। ପଞ୍ଚମ ଓ ଷଷ୍ଠ ଥର ପାଇଁ ୧୫ ଟଙ୍କା ଲେଖାଏଁ, ଅର୍ଥାତ୍ ମୋଟ ୩୦ ଟଙ୍କା ଶୁଳ୍କ ଲାଗିବ। ଏହା ଉପରେ ଜିଏସ୍‌ଟି ଅଲଗା ଭାବେ ଲାଗୁ ହେବ। ଏହି ପରିବର୍ତ୍ତନର ପ୍ରଭାବ ବିଶେଷ କରି ସେହି ଗ୍ରାହକଙ୍କ ଉପରେ ପଡ଼ିବ, ଯେଉଁମାନେ ପ୍ରତିମାସରେ ୪ ଥରରୁ ଅଧିକ ବ୍ରାଞ୍ଚ ଯାଇ ଛୋଟ ଛୋଟ ରକମ ଉଠାଇଥାନ୍ତି। ତେବେ ମାସକୁ ୧ରୁ ୪ ଥର ପର୍ଯ୍ୟନ୍ତ ନଗଦ ଉଠାଉଥିବା ଗ୍ରାହକଙ୍କ ଉପରେ ଏହି ନୂଆ ଚାର୍ଜର କୌଣସି ପ୍ରଭାବ ପଡ଼ିବ ନାହିଁ। ବେସିକ୍ ସେଭିଙ୍ଗ୍ସ ବ୍ୟାଙ୍କ ଡିପୋଜିଟ୍‌ ଆକାଉଣ୍ଟ ଏକ ମୌଳିକ ବ୍ୟାଙ୍କିଙ୍ଗ୍ ଆକାଉଣ୍ଟ, ଯେଉଁଥିରେ ସାଧାରଣତଃ ମିନିମମ୍ ବାଲାନ୍ସ ରଖିବାର ଆବଶ୍ୟକତା ନଥାଏ। ତେଣୁ ଏହି ଆକାଉଣ୍ଟଧାରୀମାନେ ୧ ଅକ୍ଟୋବରରୁ ଲାଗୁ ହେବାକୁ ଥିବା ନୂଆ ନଗଦ ଉଠାଣ ଶୁଳ୍କ ବିଷୟରେ ସଚେତନ ରହିବା ଆବଶ୍ୟକ।

Leave A Reply

Your email address will not be published.