ପ୍ରମୁଖ ଖବର

ପିକନିକ ହେଲା କାଳ: ଦିଭେଗାର ସମୁଦ୍ରରେ ବୁଡି ୮ ଛାତ୍ର ମୃତ
ଦେଶରେ ଆଉ ୫୦ ଲକ୍ଷ ଘରକୁ ପିଏନଜି, ଆରମ୍ଭ ହେଲା ‘ନ୍ୟାସନାଲ ପିଏନଜି ଡ୍ରାଇଭ୍‌ ୩.୦’
ଟ୍ରକ୍‌ ବନ୍ଧକ ରଖି ପୁଅକୁ ପଠାଇଲେ, କାନାଡାରେ ସ୍ୱର୍ଣ୍ଣ ଜିତିଲେ ମହେଶ
ପିୟୁସିସି ନଥିଲେ ପେଟ୍ରୋଲ-ଡିଜେଲ ମନା, ଦିଲ୍ଲୀରେ ଲାଗୁ ହେଲା କଡ଼ା ନିୟମ
୧.୦୩ କୋଟିର ଚୀନ୍ ଡ୍ରୋନ୍ ଜବତ, ୩ ଯାତ୍ରୀ ଅଟକ

୧ ଅକ୍ଟୋବରରୁ ବଦଳିବ ଏସ୍‌ବିଆଇର ନଗଦ ଉଠାଣ ନିୟମ

0

୪ ଥର ପରେ ଲାଗିବ ଚାର୍ଜ
ନ୍ୟୁଜ୍ ବ୍ୟୁରୋ: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ବେସିକ୍ ସେଭିଙ୍ଗ୍ସ ବ୍ୟାଙ୍କ ଡିପୋଜିଟ୍‌ ଆକାଉଣ୍ଟଧାରୀଙ୍କ ପାଇଁ ନୂଆ ନିୟମ ଆସୁଛି। ୧ ଅକ୍ଟୋବର ୨୦୨୬ରୁ ଏହି ଆକାଉଣ୍ଟରୁ ବ୍ରାଞ୍ଚ ଜରିଆରେ ନଗଦ ଉଠାଣ ଉପରେ ନୂଆ ଶୁଳ୍କ ବ୍ୟବସ୍ଥା ଲାଗୁ ହେବ।

ନୂଆ ନିୟମ ଅନୁଯାୟୀ, ଗ୍ରାହକମାନେ ଗୋଟିଏ ମାସରେ ବ୍ରାଞ୍ଚରୁ ସର୍ବାଧିକ ୪ ଥର ମାଗଣାରେ ନଗଦ ଟଙ୍କା ଉଠାଇପାରିବେ। ଏହି ୪ଟି ଉଠାଣ ପାଇଁ କୌଣସି ଅତିରିକ୍ତ ଶୁଳ୍କ ଦେବାକୁ ପଡ଼ିବ ନାହିଁ। ତେବେ ମାସକୁ ୪ ଥରରୁ ଅଧିକ ନଗଦ ଉଠାଇଲେ ପ୍ରତ୍ୟେକ ଅତିରିକ୍ତ ଉଠାଣ ପାଇଁ ୧୫ ଟଙ୍କା ଶୁଳ୍କ ଦେବାକୁ ପଡ଼ିବ। ଏହା ସହିତ ଲାଗୁ ହେଉଥିବା ଜିଏସ୍‌ଟି ମଧ୍ୟ ଦେବାକୁ ହେବ।

ଜଣେ ଗ୍ରାହକ ଯଦି ଗୋଟିଏ ମାସରେ ୬ ଥର ବ୍ରାଞ୍ଚରୁ ଟଙ୍କା ଉଠାନ୍ତି, ତେବେ ପ୍ରଥମ ୪ ଥର ମାଗଣା ରହିବ। ପଞ୍ଚମ ଓ ଷଷ୍ଠ ଥର ପାଇଁ ୧୫ ଟଙ୍କା ଲେଖାଏଁ, ଅର୍ଥାତ୍ ମୋଟ ୩୦ ଟଙ୍କା ଶୁଳ୍କ ଲାଗିବ। ଏହା ଉପରେ ଜିଏସ୍‌ଟି ଅଲଗା ଭାବେ ଲାଗୁ ହେବ। ଏହି ପରିବର୍ତ୍ତନର ପ୍ରଭାବ ବିଶେଷ କରି ସେହି ଗ୍ରାହକଙ୍କ ଉପରେ ପଡ଼ିବ, ଯେଉଁମାନେ ପ୍ରତିମାସରେ ୪ ଥରରୁ ଅଧିକ ବ୍ରାଞ୍ଚ ଯାଇ ଛୋଟ ଛୋଟ ରକମ ଉଠାଇଥାନ୍ତି। ତେବେ ମାସକୁ ୧ରୁ ୪ ଥର ପର୍ଯ୍ୟନ୍ତ ନଗଦ ଉଠାଉଥିବା ଗ୍ରାହକଙ୍କ ଉପରେ ଏହି ନୂଆ ଚାର୍ଜର କୌଣସି ପ୍ରଭାବ ପଡ଼ିବ ନାହିଁ। ବେସିକ୍ ସେଭିଙ୍ଗ୍ସ ବ୍ୟାଙ୍କ ଡିପୋଜିଟ୍‌ ଆକାଉଣ୍ଟ ଏକ ମୌଳିକ ବ୍ୟାଙ୍କିଙ୍ଗ୍ ଆକାଉଣ୍ଟ, ଯେଉଁଥିରେ ସାଧାରଣତଃ ମିନିମମ୍ ବାଲାନ୍ସ ରଖିବାର ଆବଶ୍ୟକତା ନଥାଏ। ତେଣୁ ଏହି ଆକାଉଣ୍ଟଧାରୀମାନେ ୧ ଅକ୍ଟୋବରରୁ ଲାଗୁ ହେବାକୁ ଥିବା ନୂଆ ନଗଦ ଉଠାଣ ଶୁଳ୍କ ବିଷୟରେ ସଚେତନ ରହିବା ଆବଶ୍ୟକ।

Leave A Reply

Your email address will not be published.