ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ପ୍ରଥମ ଦିନରେ ଓଡ଼ିଶାରେ ନିବେଶ ଓ ବାଣିଜ୍ୟିକ ସହଯୋଗ ବୃଦ୍ଧି ନେଇ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ଭୋଟର ତାଲିକାରେ ନାମର ବନାନ ତ୍ରୁଟି; ଭାରତ ରତ୍ନ ବୈଜ୍ଞାନିକ ସିଏନଆର ରାଓଙ୍କୁ ନୋଟିସ୍‌
ଫାୟାର ସେଫ୍ଟି ନିୟମ ଭାଙ୍ଗିଲେ ବନ୍ଦ ହେବ କୋଚିଂ ସେଣ୍ଟର; ସେପ୍ଟେମ୍ବର ୧୫ରୁ ସ୍ୱତନ୍ତ୍ର ଯାଞ୍ଚ
ଇରାନ-ଆମେରିକା ମୁହାଁମୁହିଁ; ଖାର୍ଗ ଦ୍ୱୀପ ନିକଟରେ ୫ ତୈଳ ଟ୍ୟାଙ୍କର ଧ୍ୱଂସ
୧୧ରେ ମୋଦୀ-ପୁଟିନ୍‌ ଦ୍ୱିପାକ୍ଷିକ ଆଲୋଚନା
୭ଟି ହାଇ-ଡେନ୍ସିଟି ରେଳ କରିଡୋରକୁ ଫୋର୍‌-ଲେନ୍‌ କରିବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର, ୩ ଦିନ ଯାଏଁ ବର୍ଷା ସମ୍ଭାବନା
ସମ୍ ରେ ପଂଚମ ମଲ୍‌ଟିପଲ୍ କ୍ୟାଡାଭେରିକ୍ ଅର୍ଗାନ୍ ରିଟ୍ରିଭାଲ୍‌

ଚିନି ଦରରେ ରେକର୍ଡ ବୃଦ୍ଧି

0

ନୂଆଦିଲ୍ଲୀ: ଦେଶରେ ଚିନି ଦର ଅପ୍ରତ୍ୟାଶିତ ଭାବେ ବଢ଼ିବା ସହ ଖାଦ୍ୟ ବନାମ ଇନ୍ଧନକୁ ନେଇ ବିବାଦ ତୀବ୍ର ହୋଇଛି। ଗତ ଏକ ମାସ ମଧ୍ୟରେ ସମ୍ବଲପୁର ସମେତ ଓଡ଼ିଶା ଓ ଦେଶର ବିଭିନ୍ନ ବଜାରରେ ଚିନି ଦରରେ ବଡ଼ ବୃଦ୍ଧି ଘଟିଛି। ସମ୍ବଲପୁରରେ ମାସକ ପୂର୍ବରୁ କିଲୋପ୍ରତି ପ୍ରାୟ ୪୫ ଟଙ୍କା ଥିବା ଚିନି ଏବେ ୬୫ ଟଙ୍କାରେ ବିକ୍ରି ହେଉଛି। ଆଗକୁ ଗଣେଶ ପୂଜା, ନୂଆଁଖାଇ ଓ ଦୁର୍ଗାପୂଜା ଭଳି ପର୍ବ ଥିବାରୁ ଚିନିର ଚାହିଦା ଆହୁରି ବଢ଼ିପାରେ। ଏହା ଫଳରେ ଦର ଆହୁରି ବଢ଼ିବା ନେଇ ବ୍ୟବସାୟୀ ଓ ଗ୍ରାହକଙ୍କ ମଧ୍ୟରେ ଚିନ୍ତା ବଢ଼ିଛି।

ଭାରତ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଆଖୁ ଉତ୍ପାଦକ ହୋଇଥିଲେ ମଧ୍ୟ ଚଳିତ ସମୟରେ ଦେଶକୁ ଚିନି ଆମଦାନୀ କରିବାକୁ ପଡ଼ୁଛି। ଅର୍ଥନୀତି ବିଶେଷଜ୍ଞଙ୍କ ମତରେ, ଆଖୁର ଏକ ବଡ଼ ଅଂଶ ଇଥାନଲ ଉତ୍ପାଦନରେ ବ୍ୟବହାର ହେବା ଯୋଗୁଁ ଚିନି ଉତ୍ପାଦନ ପାଇଁ ଉପଲବ୍ଧ କଞ୍ଚାମାଲର ପରିମାଣ ପ୍ରଭାବିତ ହୋଇଛି।
ଅଶୋଧିତ ତୈଳ ଆମଦାନୀ ଉପରେ ନିର୍ଭରଶୀଳତା କମାଇବା ଲକ୍ଷ୍ୟରେ ସରକାର ଇଥାନଲ ମିଶ୍ରିତ ପେଟ୍ରୋଲ କାର୍ଯ୍ୟକ୍ରମକୁ ବ୍ୟାପକ କରିଛନ୍ତି। ଇ-୨୦ କାର୍ଯ୍ୟକ୍ରମ ମାଧ୍ୟମରେ ପେଟ୍ରୋଲରେ ୨୦ ପ୍ରତିଶତ ପର୍ଯ୍ୟନ୍ତ ଇଥାନଲ ମିଶ୍ରଣ ଲକ୍ଷ୍ୟ ରଖାଯାଇଛି। ଏହା ତୈଳ ଆମଦାନୀ ଓ କାର୍ବନ ନିର୍ଗମନ କମାଇବାରେ ସହାୟକ ହୋଇଥିଲେ ମଧ୍ୟ ଚିନି ଉପଲବ୍ଧତା ଉପରେ ଚାପ ସୃଷ୍ଟି କରିଥିବା ମତ ପ୍ରକାଶ ପାଇଛି। ଏହା ସହ ମିଠା, ପାନୀୟ ଓ ବେକେରୀ ଶିଳ୍ପର ବଡ଼ କ୍ରେତାମାନେ ଆଗୁଆ ଚିନି କିଣି ମହଜୁଦ କରିବାରୁ ବଜାରରେ ଯୋଗାଣ ଉପରେ ଚାପ ବଢ଼ିଥିବା ଆଶଙ୍କା କରାଯାଉଛି।

ଚିନି ସଙ୍କଟକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଅକ୍ଟୋବର ୩୧ ପର୍ଯ୍ୟନ୍ତ ଟାରିଫ୍ ରେଟ୍ କୋଟା ଅଧୀନରେ ୧୦ ଲକ୍ଷ ମେଟ୍ରିକ୍ ଟନ୍ କଞ୍ଚା ଚିନି ଶୂନ୍ୟ ଶୁଳ୍କରେ ଆମଦାନୀକୁ ଅନୁମତି ଦେଇଛନ୍ତି। ପ୍ରାୟ ଏକ ଦଶନ୍ଧି ପରେ ଏଭଳି ପଦକ୍ଷେପ ନିଆଯାଇଥିବାରୁ ଚିନି ବଜାରକୁ ଏହା କିଛିଟା ଆଶ୍ୱସ୍ତି ଦେଇପାରେ ବୋଲି ଆଶା କରାଯାଉଛି।

Leave A Reply

Your email address will not be published.