ପ୍ରମୁଖ ଖବର

ପିକନିକ ହେଲା କାଳ: ଦିଭେଗାର ସମୁଦ୍ରରେ ବୁଡି ୮ ଛାତ୍ର ମୃତ
ଦେଶରେ ଆଉ ୫୦ ଲକ୍ଷ ଘରକୁ ପିଏନଜି, ଆରମ୍ଭ ହେଲା ‘ନ୍ୟାସନାଲ ପିଏନଜି ଡ୍ରାଇଭ୍‌ ୩.୦’
ଟ୍ରକ୍‌ ବନ୍ଧକ ରଖି ପୁଅକୁ ପଠାଇଲେ, କାନାଡାରେ ସ୍ୱର୍ଣ୍ଣ ଜିତିଲେ ମହେଶ
ପିୟୁସିସି ନଥିଲେ ପେଟ୍ରୋଲ-ଡିଜେଲ ମନା, ଦିଲ୍ଲୀରେ ଲାଗୁ ହେଲା କଡ଼ା ନିୟମ
୧.୦୩ କୋଟିର ଚୀନ୍ ଡ୍ରୋନ୍ ଜବତ, ୩ ଯାତ୍ରୀ ଅଟକ

୪ ବର୍ଷରୁ କମ୍ ପିଲାଙ୍କ ପାଇଁ କାଶ-ଥଣ୍ଡା ଔଷଧ ଉପରେ କଟକଣା

0

ନୂଆଦିଲ୍ଲୀ: ଛୋଟ ପିଲାମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ନେଇ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ୪ ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ବ୍ୟବହୃତ କ୍ଲୋରଫେନିରାମିନ୍ ମାଲେଏଟ୍ ଏବଂ ଫେନାଇଲେଫ୍ରିନ୍ ହାଇଡ୍ରୋକ୍ଲୋରାଇଡ୍ ଯୁକ୍ତ ଫିକ୍ସଡ୍ ଡୋଜ୍ କମ୍ବିନେସନ୍‌ (ଏଫ୍‌ଡିସି) କାଶ-ଥଣ୍ଡା ଔଷଧ ଉପରେ କଟକଣା ଲଗାଯାଇଛି।

ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଏହି ଦୁଇଟି ଉପାଦାନ ଥିବା ଔଷଧରେ ୪ ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ବ୍ୟବହାର ନକରିବା ସମ୍ପର୍କିତ ସ୍ପଷ୍ଟ ଚେତାବନୀ ରହିବା ଆବଶ୍ୟକ। ଔଷଧର ଲେବଲ୍‌, ପ୍ୟାକେଜ୍‌ ଇନସର୍ଟ ଏବଂ ପ୍ରଚାର ସାମଗ୍ରୀରେ ଏହି ଚେତାବନୀ ସ୍ପଷ୍ଟ ଭାବେ ଉଲ୍ଲେଖ କରିବା ବାଧ୍ୟତାମୂଳକ କରାଯାଇଛି।

ବିଶେଷଜ୍ଞ କମିଟି ଏବଂ ଡ୍ରଗ୍ସ ଟେକ୍ନିକାଲ୍ ଆଡଭାଇଜରୀ ବୋର୍ଡର ସୁପାରିଶ ଆଧାରରେ ସରକାର ଏହି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ୪ ବର୍ଷରୁ କମ୍ ବୟସର ଶିଶୁଙ୍କଠାରେ ଏହି ଔଷଧର ବ୍ୟବହାରରୁ ସମ୍ଭାବ୍ୟ ପ୍ରତିକୂଳ ପ୍ରଭାବ ନେଇ ଚିନ୍ତା ପ୍ରକାଶ ପାଇବା ପରେ ଏହି ପଦକ୍ଷେପ ନିଆଯାଇଛି। ସରକାରଙ୍କ ଏହି ନିଷ୍ପତ୍ତି ପରେ ଛୋଟ ପିଲାଙ୍କୁ ନିଜେ ନିଜେ କାଶ ଓ ଥଣ୍ଡା ଔଷଧ ଦେବା ନେଇ ଅଭିଭାବକମାନଙ୍କୁ ମଧ୍ୟ ସତର୍କ ରହିବାକୁ ପଡ଼ିବ। ଶିଶୁଙ୍କୁ ଏଭଳି ଔଷଧ ଦେବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ।

Leave A Reply

Your email address will not be published.