ପ୍ରମୁଖ ଖବର

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ

ରାଜ୍ୟପାଳଙ୍କ ପୋଲିସ୍ ଏଡିସି ହେଲେ ଆଇପିଏସ୍ ଅନୁଗୁ ଶିବା ମାରୁତି ରେଡ୍ଡୀ

0

ଭୁବନେଶ୍ବର: ଆଇପିଏସ୍ ଅଧିକାରୀ ଅନୁଗୁ ଶିବା ମାରୁତି ରେଡ୍ଡୀ ମଙ୍ଗଳବାର ଓଡ଼ିଶା ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟିଙ୍କ ପୋଲିସ୍ ଏଡିସି (ଏଡ୍-ଡି-କ୍ୟାମ୍ପ) ଭାବେ ନୂତନ ଦାୟିତ୍ୱ ଗ୍ରହଣ କରିଛନ୍ତି। ଲୋକଭବନରେ ଆୟୋଜିତ ଏକ ଔପଚାରିକ ସମାରୋହରେ ରାଜ୍ୟପାଳ ତାଙ୍କୁ ନୂତନ ଦାୟିତ୍ୱ ପାଇଁ ସ୍ୱାଗତ କରିଥିଲେ।

ଏହି ଅବସରରେ ରାଜ୍ୟପାଳଙ୍କ କମିଶନର-ତଥା-ଶାସନ ସଚିବ ଡ. ରୂପା ରୋଶନ ସାହୁଙ୍କ ସମେତ ରାଜ୍ୟପାଳଙ୍କ ସଚିବାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଏଡିସି ଦାୟିତ୍ୱ ନେବା ପୂର୍ବରୁ ରେଡ୍ଡୀ ଜି. ଉଦୟଗିରିର ଏସ୍‌ଡିପିଓ ଭାବେ କାର୍ଯ୍ୟରତ ଥିଲେ। ସେ ଏବେ ପୂର୍ବତନ ପୋଲିସ୍ ଏଡିସି ଆଇପିଏସ୍ ଅଧିକାରୀ ଅନନ୍ୟା ଅୱସ୍ଥୀଙ୍କ ସ୍ଥାନ ନେଇଛନ୍ତି। ରାଜ୍ୟପାଳଙ୍କୁ ଦୁଇଜଣ ଏଡିସି ସହାୟତା କରିଥାନ୍ତି। ଜଣେ ଭାରତୀୟ ନୌସେନାରୁ ଏବଂ ଅନ୍ୟଜଣେ ଓଡ଼ିଶା ପୋଲିସରୁ ନିଯୁକ୍ତ ହୋଇଥାନ୍ତି। ବର୍ତ୍ତମାନ ଲେଫ୍ଟନାଣ୍ଟ ହର୍ଷିତ ଦେଓ ନୌସେନା ଏଡିସି ଭାବେ କାର୍ଯ୍ୟରତ ଥିବାବେଳେ ରେଡ୍ଡୀ ପୋଲିସ୍ ଏଡିସି ଭାବେ ଦାୟିତ୍ୱ ନେଇଛନ୍ତି। ରାଜ୍ୟପାଳଙ୍କ ଔପଚାରିକ କାର୍ଯ୍ୟକ୍ରମ, ବିଭିନ୍ନ ଆନୁଷ୍ଠାନିକ ଉତ୍ସବ ଏବଂ ପ୍ରୋଟୋକଲ୍ ସମ୍ପର୍କିତ କାର୍ଯ୍ୟରେ ଏଡିସିମାନେ ରାଜ୍ୟପାଳଙ୍କୁ ସହଯୋଗ କରିଥାନ୍ତି।

Leave A Reply

Your email address will not be published.