ପ୍ରମୁଖ ଖବର

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ

ଶ୍ରୀମନ୍ଦିରରେ ୪ ମାସ ଭିତରେ ହେବ ଧାଡ଼ି ଦର୍ଶନ ବ୍ୟବସ୍ଥା : ଆଇନ ମନ୍ତ୍ରୀ

0

ପୁରୀ: ପୁରୀ ଶ୍ରୀମନ୍ଦିରରେ ବଢ଼ୁଥିବା ଭକ୍ତଙ୍କ ଭିଡ଼କୁ ନଜରରେ ରଖି ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବାକୁ ନୂଆ ଯୋଜନା ପ୍ରସ୍ତୁତ ହେଉଛି। ବିଶେଷକରି ଛୁଟିଦିନରେ ବଢ଼ୁଥିବା ଭିଡ଼କୁ ସୁଚାରୁ ଭାବେ ପରିଚାଳନା କରିବା ଲକ୍ଷ୍ୟରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ହୋଇଛି।

ଲୋକସେବା ଭବନସ୍ଥିତ ଆଇନ ବିଭାଗ ସମ୍ମିଳନୀ କକ୍ଷରେ ହୋଇଥିବା ବୈଠକରେ ଆଇଆଇଟି ଭୁବନେଶ୍ୱର ପକ୍ଷରୁ ଧାଡ଼ି ଦର୍ଶନ ପାଇଁ ବିଭିନ୍ନ ମଡେଲ ଉପସ୍ଥାପନ କରାଯାଇଥିଲା। ଏଥିରୁ ଉପଯୁକ୍ତ ମଡେଲ ବାଛି ତାହାକୁ କିପରି କାର୍ଯ୍ୟକାରୀ କରାଯିବ, ସେନେଇ ବିସ୍ତୃତ ଆଲୋଚନା ହୋଇଛି।
ପ୍ରସ୍ତାବିତ ବ୍ୟବସ୍ଥାରେ ସାତପାହାଚ ନିକଟରୁ ଭିଡ଼ ନିୟନ୍ତ୍ରଣ କରି ଭକ୍ତମାନଙ୍କୁ ପର୍ଯ୍ୟାୟକ୍ରମେ ମନ୍ଦିର ଭିତରକୁ ପ୍ରବେଶ କରାଇବାର ଯୋଜନା ରହିଛି। ଏଥିପାଇଁ ୫ଟି ପୃଥକ ରାମ୍ପ ମାଧ୍ୟମରେ ଭକ୍ତଙ୍କ ଧାଡ଼ି ଦର୍ଶନ ବ୍ୟବସ୍ଥା କରାଯିବ। ଏହା ଫଳରେ ପ୍ରତି ଘଣ୍ଟାରେ ପ୍ରାୟ ୮ରୁ ୧୦ ହଜାର ଭକ୍ତ ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ ବୋଲି ଆକଳନ କରାଯାଇଛି।

ଯୋଜନାକୁ ଭୂମିସ୍ତରରେ ପରୀକ୍ଷା କରିବା ପାଇଁ ଖୁବଶୀଘ୍ର ଏକ ପାଇଲଟ୍‌ ମଡେଲ ପ୍ରସ୍ତୁତ ହେବ। ଏହାକୁ ଛତିଶା ନିଯୋଗ ଓ ଶ୍ରୀମନ୍ଦିର ପ୍ରଶାସନ ଅନୁଧ୍ୟାନ କରିବେ। ପରୀକ୍ଷାମୂଳକ ବ୍ୟବସ୍ଥା ସଫଳ ହେଲେ ପରବର୍ତ୍ତୀ ପର୍ଯ୍ୟାୟରେ ସମ୍ପୂର୍ଣ୍ଣ ଯୋଜନାକୁ କାର୍ଯ୍ୟକାରୀ କରାଯିବ ବୋଲି ମନ୍ତ୍ରୀ ହରିଚନ୍ଦନ କହିଛନ୍ତି।

Leave A Reply

Your email address will not be published.