ପ୍ରମୁଖ ଖବର

ରାଜ୍ୟପାଳଙ୍କ ପୋଲିସ୍ ଏଡିସି ହେଲେ ଆଇପିଏସ୍ ଅନୁଗୁ ଶିବା ମାରୁତି ରେଡ୍ଡୀ
ଶ୍ରୀମନ୍ଦିରରେ ୪ ମାସ ଭିତରେ ହେବ ଧାଡ଼ି ଦର୍ଶନ ବ୍ୟବସ୍ଥା : ଆଇନ ମନ୍ତ୍ରୀ
କଲୁଙ୍ଗା ରଙ୍ଗ କାରଖାନାରେ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ
ରାସ୍ତାକୁ ଆସିଲେ ଗୃହବନ୍ଦୀ କରିବାକୁ ଧମକ ଦେଉଛନ୍ତି ଶୁଭେନ୍ଦୁ : ମମତା
ସେପ୍ଟେମ୍ବର ୨୨ରୁ ବିଧାନସଭା ମୌସୁମୀ ଅଧିବେଶନ
ସୌରିନ ଭଟ୍ଟଙ୍କ ପାଇଁ ବଢ଼ିଲା ଅଡୁଆ, ଅନ୍ତରୀଣ ସୁରକ୍ଷା ହଟାଇଲେ ହାଇକୋର୍ଟ
ଆଉ ଅଧିକ ଦାୟିତ୍ୱ ନେଇପାରିବିନି’,- ଗଡ଼କରୀଙ୍କ ବୟାନ ପରେ ଅବସର ଚର୍ଚ୍ଚା
ଆମେରିକାର ଆର୍ଥିକ ଚାପର ଜବାବ, ହର୍ମୁଜରେ ଜାହାଜଠାରୁ ଶୁଳ୍କ ନେବ ଇରାନ

ସୌରିନ ଭଟ୍ଟଙ୍କ ପାଇଁ ବଢ଼ିଲା ଅଡୁଆ

0

କଟକ: ଲୋକପ୍ରିୟ ଓଡ଼ିଆ ପ୍ଲେବ୍ୟାକ୍ ସିଙ୍ଗର୍ ସୌରିନ ଭଟ୍ଟଙ୍କ ବିରୋଧରେ ଚାଲିଥିବା ଯୌନ ନିର୍ଯାତନା ମାମଲାରେ ତାଙ୍କ ପାଇଁ ଅଡୁଆ ବଢ଼ିଛି। ସୌରିନଙ୍କ ବିରୋଧରେ ଜାରି ହୋଇଥିବା ଜାମିନବିହୀନ ଗିରଫ ପରୱାନା ଉପରେ ପୂର୍ବରୁ ଲାଗୁ ହୋଇଥିବା ରହିତାଦେଶକୁ ହାଇକୋର୍ଟ ହଟାଇ ଦେଇଛନ୍ତି। ଏଥିସହ ନିମ୍ନ ଅଦାଲତରେ ସୌରିନଙ୍କ ହାଜର ହେବା ନେଇ ଆଇନ ଅନୁଯାୟୀ ଆବଶ୍ୟକ ଦୃଢ଼ ପଦକ୍ଷେପ ନେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

ଜଣେ ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ କରିବା ଏବଂ ତାଙ୍କଠାରୁ ଲକ୍ଷାଧିକ ଟଙ୍କା ନେଇଥିବା ଭଳି ଗୁରୁତର ଅଭିଯୋଗ ସୌରିନଙ୍କ ବିରୋଧରେ ରହିଛି। ଏନେଇ କଟକ ମହିଳା ଥାନାରେ ମାମଲା ରୁଜୁ ହେବା ପରେ ସେ ଆଗୁଆ ଜାମିନ ପାଇଁ ହାଇକୋର୍ଟଙ୍କ ଆଶ୍ରୟ ନେଇଥିଲେ। ଅଦାଲତ ତାଙ୍କୁ ଅନ୍ତରୀଣ ସୁରକ୍ଷା ମଧ୍ୟ ପ୍ରଦାନ କରିଥିଲେ।

ତେବେ ଏହାପରେ ସୌରିନ ମହିଳା ଥାନାରେ ହାଜର ହୋଇନଥିବା ଅଭିଯୋଗ ହୋଇଥିଲା। ପୋଲିସ ତାଙ୍କୁ ଖୋଜି ନପାଇବା ପରେ ତାଙ୍କ ପୈତୃକ ଘରେ ଲଟକା ଜାରି କରାଯାଇଥିଲା। ପରବର୍ତ୍ତୀ ସମୟରେ କ୍ରାଇମବ୍ରାଞ୍ଚର ସହାୟତାରେ ମହିଳା ଥାନା ପୋଲିସ ତାଙ୍କ ବିରୋଧରେ ରେଡ୍ କର୍ଣ୍ଣର ନୋଟିସ ଜାରି କରିଥିଲା।

୨୦୨୩ରେ ସୌରିନଙ୍କ ବିରୋଧରେ ଜାମିନବିହୀନ ଗିରଫ ପରୱାନା ଜାରି ହୋଇଥିଲା। ଏହାକୁ ଚ୍ୟାଲେଞ୍ଜ କରି ସେ ପୁଣି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଶୁଣାଣି ସମୟରେ ହାଇକୋର୍ଟ ଜାମିନବିହୀନ ଗିରଫ ପରୱାନା ଉପରେ ରହିତାଦେଶ ଜାରି କରିବା ସହ ତାଙ୍କୁ ନିମ୍ନ ଅଦାଲତରେ ଆତ୍ମସମର୍ପଣ କରିବାକୁ କହିଥିଲେ।

ଗତ ୨୦ ତାରିଖରେ ସୌରିନଙ୍କୁ ନିମ୍ନ ଅଦାଲତରେ ଆତ୍ମସମର୍ପଣ କରିବାର ଥିଲା। କିନ୍ତୁ ସେ ହାଜର ହୋଇନଥିଲେ। ଏହାକୁ ନେଇ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରି ଜାମିନବିହୀନ ଗିରଫ ପରୱାନା ଉପରେ ଲାଗିଥିବା ରହିତାଦେଶକୁ ହଟାଇ ଦେଇଛନ୍ତି। ଏଥିସହ ସୌରିନ ଭଟ୍ଟଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଢ଼ ପଦକ୍ଷେପ ନେବାକୁ ନିମ୍ନ ଅଦାଲତକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଫଳରେ ମାମଲାରେ ସୌରିନଙ୍କ ସମ୍ଭାବ୍ୟ ଗିରଫଦାରୀ ନେଇ ପୁଣିଥରେ ପଥ ପ୍ରଶସ୍ତ ହୋଇଛି।

Leave A Reply

Your email address will not be published.