ପ୍ରମୁଖ ଖବର

ରାଜ୍ୟପାଳଙ୍କ ପୋଲିସ୍ ଏଡିସି ହେଲେ ଆଇପିଏସ୍ ଅନୁଗୁ ଶିବା ମାରୁତି ରେଡ୍ଡୀ
ଶ୍ରୀମନ୍ଦିରରେ ୪ ମାସ ଭିତରେ ହେବ ଧାଡ଼ି ଦର୍ଶନ ବ୍ୟବସ୍ଥା : ଆଇନ ମନ୍ତ୍ରୀ
କଲୁଙ୍ଗା ରଙ୍ଗ କାରଖାନାରେ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ
ରାସ୍ତାକୁ ଆସିଲେ ଗୃହବନ୍ଦୀ କରିବାକୁ ଧମକ ଦେଉଛନ୍ତି ଶୁଭେନ୍ଦୁ : ମମତା
ସେପ୍ଟେମ୍ବର ୨୨ରୁ ବିଧାନସଭା ମୌସୁମୀ ଅଧିବେଶନ
ସୌରିନ ଭଟ୍ଟଙ୍କ ପାଇଁ ବଢ଼ିଲା ଅଡୁଆ, ଅନ୍ତରୀଣ ସୁରକ୍ଷା ହଟାଇଲେ ହାଇକୋର୍ଟ
ଆଉ ଅଧିକ ଦାୟିତ୍ୱ ନେଇପାରିବିନି’,- ଗଡ଼କରୀଙ୍କ ବୟାନ ପରେ ଅବସର ଚର୍ଚ୍ଚା
ଆମେରିକାର ଆର୍ଥିକ ଚାପର ଜବାବ, ହର୍ମୁଜରେ ଜାହାଜଠାରୁ ଶୁଳ୍କ ନେବ ଇରାନ

ସେପ୍ଟେମ୍ବର ୨୨ରୁ ବିଧାନସଭା ମୌସୁମୀ ଅଧିବେଶନ

0

ଭୁବନେଶ୍ବର: ଆସନ୍ତା ସେପ୍ଟେମ୍ବର ୨୨ରୁ ଆରମ୍ଭ ହେବ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ। ଅକ୍ଟୋବର ୩ରେ ଏହା ଶେଷ ହେବ। ମୋଟ ୯ଟି ସରକାରୀ କାର୍ଯ୍ୟଦିବସ ଥିବା ଏହି ଅଧିବେଶନରେ ରାଜ୍ୟ ସରକାର ଏକାଧିକ ବିଲ୍‌ ଓ ସଂଶୋଧନ ବିଲ୍‌ ଆଣିବାକୁ ପ୍ରସ୍ତୁତ ହେଉଛନ୍ତି। ଅନ୍ୟପଟେ ବିରୋଧୀଙ୍କ ହାତରେ ମଧ୍ୟ ଏକାଧିକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଥିବାରୁ ଅଧିବେଶନ ସରଗରମ ହେବାର ସମ୍ଭାବନା ରହିଛି।

ବିଧାନସଭା ପକ୍ଷରୁ ପ୍ରକାଶିତ କାର୍ଯ୍ୟସୂଚୀ ଅନୁଯାୟୀ, ସେପ୍ଟେମ୍ବର ୨୨, ୨୩ ଓ ୨୪ରେ ସରକାରୀ କାର୍ଯ୍ୟଦିବସ ରହିଛି। ସେପ୍ଟେମ୍ବର ୨୫ରେ ବେସରକାରୀ ସଦସ୍ୟଙ୍କ ବିଲ୍‌ ଓ ସଂଶୋଧନ ପ୍ରସ୍ତାବ ଆସିବ। ୨୬ ଓ ୨୭ ତାରିଖ ଛୁଟି ରହିଥିବା ବେଳେ ୨୮ରୁ ଅକ୍ଟୋବର ୩ ପର୍ଯ୍ୟନ୍ତ ପୁଣି ସରକାରୀ କାର୍ଯ୍ୟଦିବସ ରହିଛି।
ମୌସୁମୀ ଅଧିବେଶନରେ ମଠ ଓ ମନ୍ଦିରର ପ୍ରଶାସନିକ ବ୍ୟବସ୍ଥାକୁ ଅଧିକ ସୁସଂଗଠିତ କରିବା ପାଇଁ ଓଡ଼ିଶା ହିନ୍ଦୁ ଧାର୍ମିକ ଦେବୋତ୍ତର ଆଇନ, ୧୯୫୧ରେ ସଂଶୋଧନ ଆଣିବାକୁ ସରକାର ଯୋଜନା କରିଛନ୍ତି। ପୁରୁଣା ଆଇନର ବିଭିନ୍ନ ଅପ୍ରାସଙ୍ଗିକ ଧାରା ଓ ଉପଧାରାକୁ ବର୍ତ୍ତମାନର ଆବଶ୍ୟକତା ଅନୁଯାୟୀ ବଦଳାଇବା ଉପରେ ଗୁରୁତ୍ୱ ଦିଆଯିବ। ସଂଶୋଧନ ହେଲେ ମନ୍ଦିର, ମଠ ଓ ଅନ୍ୟ ଧାର୍ମିକ ଅନୁଷ୍ଠାନର ପ୍ରଶାସନିକ ଓ ଆର୍ଥିକ ପରିଚାଳନା ଅଧିକ ସୁଦୃଢ଼ ହେବ ବୋଲି ସରକାର ଆଶା ରଖିଛନ୍ତି।

ସେହିପରି ଓଡ଼ିଶା ଭୂ-ସଂସ୍କାର ଆଇନ, ୧୯୬୦ରେ ମଧ୍ୟ ସଂଶୋଧନ ଆଣିବା ପାଇଁ ସରକାର ପ୍ରସ୍ତୁତି ଚଳାଇଛନ୍ତି। ସହରାଞ୍ଚଳରେ କୃଷି ଜମିକୁ ଅଣକୃଷି କାର୍ଯ୍ୟରେ ବ୍ୟବହାର କରିବା ସମୟରେ ଜମି ବ୍ୟବହାର ପରିବର୍ତ୍ତନ ପ୍ରକ୍ରିୟାକୁ ସରଳ କରିବା ଏହି ସଂଶୋଧନର ମୁଖ୍ୟ ଉଦ୍ଦେଶ୍ୟ। ଏନେଇ ପ୍ରସ୍ତାବିତ ଓଡ଼ିଶା ଭୂ-ସଂସ୍କାର (ସଂଶୋଧନ) ବିଲ୍‌, ୨୦୨୬ ଅଧିବେଶନରେ ଆସିପାରେ।

Leave A Reply

Your email address will not be published.