ଭୁବନେଶ୍ବର: ରକ୍ଷାବନ୍ଧନ ଅବସରରେ ମହିଳା ଯାତ୍ରୀଙ୍କୁ ବଡ଼ ଉପହାର ଦେଇଛି କ୍ରୁଟ୍ । ଅଗଷ୍ଟ ୨୭ ତାରିଖରେ ଓଡ଼ିଶାର ୭ଟି ସହରରେ ଚାଲୁଥିବା ଆମ ବସ୍ରେ ମହିଳାମାନେ ସମ୍ପୂର୍ଣ୍ଣ ମାଗଣାରେ ଯାତ୍ରା କରିପାରିବେ। ଭୁବନେଶ୍ୱର, କଟକ, ପୁରୀ, ରାଉରକେଲା, ସମ୍ବଲପୁର, ବ୍ରହ୍ମପୁର ଓ କେନ୍ଦୁଝରରେ ଏହି ସୁବିଧା ଉପଲବ୍ଧ ହେବ। ଦିନସାରା ଆମ ବସ୍ରେ ଯାତ୍ରା କରୁଥିବା ମହିଳାଙ୍କଠାରୁ କୌଣସି ଭଡ଼ା ଆଦାୟ କରାଯିବ ନାହିଁ। ଏହି ପଦକ୍ଷେପ ଦ୍ୱାରା ପ୍ରାୟ ୧ ଲକ୍ଷ ମହିଳା ଯାତ୍ରୀ ଉପକୃତ ହୋଇପାରନ୍ତି। ମହିଳାଙ୍କୁ ସୁରକ୍ଷିତ, ସୁବିଧାଜନକ ଓ ସୁଲଭ ଗଣପରିବହନ ସୁବିଧା ଯୋଗାଇବା ସହ ରକ୍ଷାବନ୍ଧନର ସ୍ନେହ ଓ ସୁରକ୍ଷାର ବାର୍ତ୍ତାକୁ ଆହୁରି ମଜବୁତ କରିବା ଏହି ପଦକ୍ଷେପର ଉଦ୍ଦେଶ୍ୟ।
ପ୍ରମୁଖ ଖବର
ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍ ସ୍ମିତ୍ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ