ପ୍ରମୁଖ ଖବର

ପ୍ରତିରକ୍ଷା କ୍ଷେତ୍ରରେ ୨.୧୨ ଲକ୍ଷ କୋଟିର କ୍ରୟ ପ୍ରସ୍ତାବକୁ ମଞ୍ଜୁରି
ଆର୍‌ଜି କର ମାମଲା: ସିବିଆଇ ବିରୋଧୀ ଅଭିଯାନରୁ ଦୂରେଇଲେ ପୀଡ଼ିତାଙ୍କ ମା’
ମୋଦୀଙ୍କ ପିତାଙ୍କୁ ନେଇ ଟିପ୍ପଣୀ ପ୍ରସଙ୍ଗ: କଂଗ୍ରେସକୁ ଟାର୍ଗେଟ୍‌ କଲେ ବିଜେପି ଅଧ୍ୟକ୍ଷ
ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଚୂଡ଼ାନ୍ତ ପର୍ଯ୍ୟାୟରେ: ପୀୟୂଷ ଗୋୟଲ
ଏଣିକି E100 ଇନ୍ଧନରେ ଚାଲିବ ଗାଡ଼ି! ନିୟମରେ ସଂଶୋଧନ କଲେ କେନ୍ଦ୍ର ସରକାର
ନର୍ଥ ବ୍ଲକ୍‌ରେ ଅଗ୍ନିକାଣ୍ଡ, ନିଆଁ ଲିଭାଇଲେ ଅଗ୍ନିଶମ କର୍ମଚାରୀ
ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ ଅର୍ଣ୍ଣବ ‘

ରକ୍ଷାବନ୍ଧନରେ ମହିଳାଙ୍କୁ ମାଗଣା ଆମ ବସ୍‌ ଯାତ୍ରା

0

ଭୁବନେଶ୍ବର: ରକ୍ଷାବନ୍ଧନ ଅବସରରେ ମହିଳା ଯାତ୍ରୀଙ୍କୁ ବଡ଼ ଉପହାର ଦେଇଛି କ୍ରୁଟ୍‌ । ଅଗଷ୍ଟ ୨୭ ତାରିଖରେ ଓଡ଼ିଶାର ୭ଟି ସହରରେ ଚାଲୁଥିବା ଆମ ବସ୍‌ରେ ମହିଳାମାନେ ସମ୍ପୂର୍ଣ୍ଣ ମାଗଣାରେ ଯାତ୍ରା କରିପାରିବେ। ଭୁବନେଶ୍ୱର, କଟକ, ପୁରୀ, ରାଉରକେଲା, ସମ୍ବଲପୁର, ବ୍ରହ୍ମପୁର ଓ କେନ୍ଦୁଝରରେ ଏହି ସୁବିଧା ଉପଲବ୍ଧ ହେବ। ଦିନସାରା ଆମ ବସ୍‌ରେ ଯାତ୍ରା କରୁଥିବା ମହିଳାଙ୍କଠାରୁ କୌଣସି ଭଡ଼ା ଆଦାୟ କରାଯିବ ନାହିଁ। ଏହି ପଦକ୍ଷେପ ଦ୍ୱାରା ପ୍ରାୟ ୧ ଲକ୍ଷ ମହିଳା ଯାତ୍ରୀ ଉପକୃତ ହୋଇପାରନ୍ତି। ମହିଳାଙ୍କୁ ସୁରକ୍ଷିତ, ସୁବିଧାଜନକ ଓ ସୁଲଭ ଗଣପରିବହନ ସୁବିଧା ଯୋଗାଇବା ସହ ରକ୍ଷାବନ୍ଧନର ସ୍ନେହ ଓ ସୁରକ୍ଷାର ବାର୍ତ୍ତାକୁ ଆହୁରି ମଜବୁତ କରିବା ଏହି ପଦକ୍ଷେପର ଉଦ୍ଦେଶ୍ୟ।

Leave A Reply

Your email address will not be published.