ପ୍ରମୁଖ ଖବର

ଆଜ୍ଞାମାଳ ବିଜେ ପରେ ସିଂହଦ୍ୱାର ଅଭିମୁଖେ ତିନି ରଥ, କାଲି ବିଶ୍ୱପ୍ରସିଦ୍ଧ ରଥଯାତ୍ରା
ୱାଙ୍ଗଚୁକଙ୍କ ଅନଶନକୁ ନେଇ ହାଇକୋର୍ଟରେ ପିଆଇଏଲ୍, ଜରୁରୀ ଚିକିତ୍ସା ସେବା ଦାବି
ନୋଏଡାରେ ଇ-ସ୍କୁଟରରେ ନିଆଁ, ଅଗ୍ନିକାଣ୍ଡରେ ୨ ମୃତ; ୧୦୦ରୁ ଅଧିକ ଲୋକ ଉଦ୍ଧାର
ଓଡ଼ିଶାକୁ ରେଳର ଡବଲ୍ ଉପହାର, ଦୁଇ ପ୍ରମୁଖ ପ୍ରକଳ୍ପକୁ କ୍ୟାବିନେଟ୍ ମଞ୍ଜୁରୀ
ସରକାରୀ ଡାକ୍ତରଙ୍କ ପାଇଁ କଡ଼ା ନିର୍ଦ୍ଦେଶ, ପ୍ରଥମେ ଜେନେରିକ୍ ଔଷଧ ଲେଖିବାକୁ ତାଗିଦ
ବର୍ଷା ଭିତରେ ରଥଯାତ୍ରା ପ୍ରସ୍ତୁତି: ସମୁଦ୍ର ଅଶାନ୍ତ, ପୁରୀରେ ସତର୍କତା
ଶୁଦ୍ଧ ପେଟ୍ରୋଲ ଚାହୁଁଥିଲେ ଅଧିକ ଦାମ ଦିଅନ୍ତୁ: ଗଡ଼କରୀ
ଶ୍ରୀମନ୍ଦିରରେ ଡିଜିଟାଲ ହୁଣ୍ଡି ‘ସମର୍ପଣ’ ଲୋକାର୍ପିତ, ଘରେ ବସି ଦାନ କରିପାରିବେ ଭକ୍ତ

ଜୁଲାଇ ୧ରୁ ୩୦୦ ୟୁନିଟ ମାଗଣା ବିଜୁଳି

0

ଚଣ୍ଡିଗଡ: ପଞ୍ଜାବରେ ଭଗୱନ୍ତ ମାନ ସରକାରଙ୍କ ବଡ଼ ଘୋଷଣା। ଜୁଲାଇ ୧ ତାରିଖରୁ ପଞ୍ଜାବରେ ପ୍ରତି ଘରେ ୩୦୦ ୟୁନିଟ ଯାଏଁ ମାଗଣା ବିଜୁଳି ସୁବିଧା ମିଳିବ। ମାନ୍‌ ସରକାର ନିଜର ୩୦ ଦିନର ରିପୋର୍ଟ କାର୍ଡ ଜାରି କରିଛନ୍ତି।ଏହା ସହ ଖବରକାଗଜର ବିଜ୍ଞାପନ ମାଧ୍ୟମରେ ଦାବି କରିଛନ୍ତି ଯେ ଜୁଲାଇ ୧ରୁ ୩୦୦ ୟୁନିଟ ମାଗଣା ବିଜୁଳି ଦିଆଯିବ।

ତେବେ ଏବେ ଯାଏଁ ବିଜୁଳି କି ନେଇ ଭଗୱନ୍ତ ମାନଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ଏହା ପୂର୍ବରୁ ମାନ୍ କହିଥିଲେ ଯେ, ଏପ୍ରିଲ ୧୬ରେ ଲୋକଙ୍କ ପାଇଁ ବଡ଼ ଘୋଷଣା କରିବେ। ନିକଟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ସେ ଭେଟିଥିଲେ। ବୈଠକ ପରେ କହିଥିଲେ ଯେ, ଖୁବ ଶୀଘ୍ର ପଞ୍ଜାବ ଲୋକଙ୍କ ପାଇଁ ଏକ ଭଲ ଖବର ଦେବେ।

ଦିଲ୍ଲୀରେ ଆମ ଆଦମୀ ପାର୍ଟି ଲୋକଙ୍କୁ ମାଗଣା ବିଜୁଳି ପ୍ରଦାନ କରୁଛି। ପଞ୍ଜାବରେ ଆପ ସରକାର ଆସିଲେ ଏଠାରେ ମାଗଣା ବିଜୁଳି ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। କେଜ୍ରିୱାଲ କହିଥିଲେ, ଦିଲ୍ଲୀରେ ଯେଉଁଭଳି ସରକାରୀ ଅଧିକାରୀ ମାନେ ଲୋକଙ୍କ ଘରକୁ ଯାଇ କାମ କରୁଛନ୍ତି ଓ ସୁବିଧା କରାଉଛନ୍ତି, ଚଣ୍ଡିଗଡ଼ରେ ମଧ୍ୟରେ ସେହିପରି ନଗର ନିଗମ ଅଧିକାରୀ ମାନେ କରିବେ। ଦିଲ୍ଲୀରେ ଯେପରି ମାଗଣା ବିଜୁଳି ଓ ପାଣି ଦିଆଯାଉଛି ଚଣ୍ଡିଗଡ଼ରେ ବି ସେହିପରି ମାଗଣାରେ ଯୋଗାଇଦିଆଯିବ ବୋଲି କେଜ୍ରିୱାଲ କହିଥିଲେ ।

Leave A Reply

Your email address will not be published.