ପ୍ରମୁଖ ଖବର

ୟୁପିଆଇ କାରବାରରେ ନୂଆ ଶୁଳ୍କ ଲାଗୁ ନେଇ ଅନିଶ୍ଚିତତା, ୨୦୨୭ ଯାଏଁ ଘୁଞ୍ଚିପାରେ ତାରିଖ
ନନ୍ଦିଗ୍ରାମରେ ବିଜେପିର ବଡ଼ ବିଜୟ, ୧.୨୨ ଲକ୍ଷ ଭୋଟରେ ଜିତିଲେ ହସିରାଣୀ
ମୋଦିଙ୍କ ନାମରେ ନାମିତ ହେବ ଜେୱର ଅନ୍ତର୍ଜାତୀୟ ବିମାନବନ୍ଦର
ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛରଙ୍କୁ ଇସ୍ରାଏଲର ସର୍ବୋଚ୍ଚ ବୀରତ୍ୱ ସମ୍ମାନ

୪୬୦ ସ୍କୁଲ ବସ୍‌ର ନାହିଁ ଫିଟ୍‌ନେସ୍‌: ପରିବହନ ମନ୍ତ୍ରୀ

0

ଭୁବନେଶ୍ଵର: ରାଜଧାନୀ ଭୁବନେଶ୍ଵରରେ ବିପଦ ସଂକୁଳ ଅବସ୍ଥାରେ ଗଡୁଛି ସ୍କୁଲ ବସ୍। ସ୍କୁଲ ବସ୍‌ ଗୁଡିକ ବିନା ଫିଟନେସ୍ ଛାତ୍ରଛାତ୍ରୀ ମାନଙ୍କୁ ନେବା ଆଣିବା କରୁଛି। ଭୁବନେଶ୍ୱରରେ ୪ଶହ ୬୦ଟି ସ୍କୁଲ ବସ୍‌ରେ ଫିଟ୍‌ନେସ୍‌ ନାହିଁ। ବିନା ଫିଟନେସ୍‌ରେ ପିଲାଙ୍କୁ ନେବା ଆଣିବା କରୁଛି ସ୍କୁଲ ବସ୍‌। ଭୁବନେଶ୍ୱରରେ ୧୪୮୪ ସ୍କୁଲ ବସ୍‌ ପଞ୍ଜୀକୃତ ହୋଇଥିବାବେଳେ ସେଥିରୁ ୪୬୦ର ଫିଟ୍‌ନେସ୍‌ ନାହିଁ। ବିଧାନସଭାରେ ପରିବହନ ମନ୍ତ୍ରୀ ବିଭୂତି ଜେନାଙ୍କ ଉତ୍ତର ରଖିଛନ୍ତି।

ଗୁରୁବାର ବିଧାନସଭା ଅଧିବେଶନ ଆରମ୍ଭ ହେବା ମାତ୍ରେ କଂଗ୍ରେସ ବିଧାୟକ ହୋ-ହଲ୍ଲା କରିଥିଲେ। ଫଳରେ ବାଚସ୍ପତି ଗୃହକୁ ମୁଲତବୀ ରଖିଥିଲେ। ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଶୋକ ପ୍ରସ୍ତାବ ଆଗତ କରିବା ପରେ, ଗୃହରେ ଏହାକୁ ସମର୍ଥନ ଜଣାଇଥିଲେ ବିରୋଧୀ । ତେବେ ଏହାପରେ କଂଗ୍ରେସ ବିଧାୟକ ପ୍ରତିବାଦ କରିଥିଲେ।

ନାରୀ ସୁରକ୍ଷା ଦାବି କରି ବିଧାୟକମାନେ ହଟ୍ଟଗୋଳ କରିବା ସହ ପୋଡିୟମ ତଳେ ନାରାବାଜି କରିଥିଲେ । ବିଧାନସଭା ଭିତରେ ହୁଇସିଲ୍ ବଜେଇ ପ୍ରତିବାଦ କରିଥିଲେ କଂଗ୍ରେସ ବିଧାୟକ । ବାଚସ୍ପତି ବାରମ୍ବାର ହୁଇସିଲ୍ ବଜାଇବା ବନ୍ଦ କରିବାକୁ ମନା କରିଥିଲେ ବି, ବିଧାୟକମାନେ ହୁଇସିଲ୍ ବଜାଇବା ବନ୍ଦ କରି ନ ଥିଲେ । ଯାହାପରେ ବାଚସ୍ପତି ଗୃହକୁ ମଧ୍ୟାହ୍ନ ୧୨ ଟା ଯାଏ ମୁଲତବୀ ଘୋଷଣା କରିଥିଲେ।

Leave A Reply

Your email address will not be published.