ପ୍ରମୁଖ ଖବର

ମେସି ଇଭେଣ୍ଟ ଅବ୍ୟବସ୍ଥା: ୩୩ ହଜାର ଦର୍ଶକଙ୍କୁ ଟଙ୍କା ଫେରାଇବାକୁ ଘୋଷଣା
କଟକ କଂଗ୍ରେସରେ ଫାଟ ବଢ଼ିଲା, ଓଜେସିରୁ ଲଢ଼ିବେ ସୋଫିଆ: ମୋକିମ
ପାଲଲହଡ଼ାରେ ସ୍କ୍ରବ୍‌ ଟାଇଫସ୍‌ ଆତଙ୍କ, ୨ ଦିନରେ ୧୯ ପଜିଟିଭ୍‌, ଜଣେ ମୃତ
ଉଜବେକିସ୍ତାନର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ମୋଦି
ଚାଷୀଙ୍କୁ ଆଶ୍ୱସ୍ତି: ଧାନ ପଞ୍ଜୀକରଣ ଅବଧି ବଢ଼ିଲା ଆଉ ୭ ଦିନ
‘ମନ୍ କୀ ବାତ୍‌’ରେ ଓଡ଼ିଶାର ମୈଥିଲୀଙ୍କ କାହାଣୀ, ଇକୋ-ଟୁରିଜିମ୍‌ ବଦଳାଇଲା ଜୀବିକା
ନେପାଳକୁ ସହାୟତା , ୬୮.୫ ଟନ୍‌ ରିଲିଫ୍‌ ସାମଗ୍ରୀ ପଠାଇଲା ଭାରତ

କୁହୁଡ଼ି ପାଇଁ ୪୭୦ ବିମାନ ବିଳମ୍ବିତ

0

ନୂଆଦିଲ୍ଲୀ: ସମଗ୍ର ଉତ୍ତର ଭାରତରେ ପ୍ରବଳ ଶୀତ ଲହର ସାଙ୍ଗକୁ ଜାରି ରହିଛି ଘନ କୁହୁଡି। ରାସ୍ତାଘାଟରେ ଗାଡି ଚଳାଚଳ ସହ ଶହ ଶହ ବିମାନ ଏବଂ ଟ୍ରେନ୍‌ ଚଳାଚଳରେ ବାଧା ସୃଷ୍ଟି ହୋଇଛି। ସୁରକ୍ଷା ଦୃଷ୍ଟିରୁ ଅନେକ ବିମାନ ଓ ଟ୍ରେନ୍‌ ସେବାକୁ ବାତିଲ କରାଯାଇଛି। ଘନ କୁହୁଡ଼ି ଯୋଗୁ ଶୁକ୍ରବାର ସକାଳେ ଦିଲ୍ଲୀ ବିମାନବନ୍ଦରରେ ୪୭୦ ବିମାନ ବିଳମ୍ବିତ ହୋଇଛି।

ଶନିବାର ସକାଳେ ଘନ କୁହୁଡି ଯୋଗୁ ରନୱେ ଦୃଶ୍ୟ ଶୂନ୍ୟ ଥିବାରୁ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ବିମାନ ଚଳାଚଳ ସାମୟିକ ଭାବେ ସ୍ଥଗିତ ରଖାଯାଇଥିଲା। ଫଳରେ ୨୫୦ରୁ ଅଧିକ ବିମାନ ବିଳମ୍ବ ହୋଇଥିଲା ଏବଂ ପ୍ରାୟ ୪୦ଟି ବିମାନ ବାତିଲ ମଧ୍ୟ କରାଯାଇଛି। ଦିଲ୍ଲୀ ଏୟାରପୋର୍ଟରେ ସ୍ପାଇସ୍‌ଜେଟ, ଇଣ୍ଡିଗୋ ଏବଂ ଏୟାରଇଣ୍ଡିଆର ବିମାନଗୁଡ଼ିକ ପ୍ରଭାବିତ ହୋଇଛି। ଉତ୍ତର ଭାରତର ବିଭିନ୍ନ ସହରକୁ ଟ୍ରେନ୍‌ ଚଳାଚଳ ମଧ୍ୟ ବ୍ୟାହତ ହୋଇଛି। ଦୃଶ୍ୟମାନ ସ୍ଥିତି ଶୂନକୁ ଖସିଯିବାରୁ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ବିମାନ ଉଡ଼ାଣ ଓ ଅବତରଣରେ ବିଳମ୍ବ ହୋଇଥିଲା।

ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ଦିଲ୍ଲୀରେ ସର୍ବୋଚ୍ଚ ତାପମାତ୍ରା ୧୬ ଡିଗ୍ରୀ ଏବଂ ସର୍ବନିମ୍ନ ୭.୬ ଡିଗ୍ରୀ ସେଲ୍‌ସିୟସ୍‌ ରେକର୍ଡ କରାଯାଇଛି। ୮ ତାରିଖ ପର୍ଯ୍ୟନ୍ତ ଘନ କୁହୁଡ଼ି ଲାଗିରହିବ ବୋଲି ପୂର୍ବାନୁମାନ କରାଯାଇଛି। ତେଣୁ ଯାତ୍ରୀମାନେ ସଂଶୋଧିତ ବିମାନ ଉଡ଼ାଣ ତଥ୍ୟ ପାଇବା ପାଇଁ ଏୟାରଲାଇନ୍ସ ସହ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି। ଯାତ୍ରୀମାନଙ୍କ ଅସୁବିଧା ପାଇଁ ଦିଲ୍ଲୀ ଇଣ୍ଟରନ୍ୟାଶନାଲ ଏୟାରପୋର୍ଟ ଲିଃ ଗଭୀର ଦୁଃଖପ୍ରକାଶ କରିଛି।

Leave A Reply

Your email address will not be published.