ପ୍ରମୁଖ ଖବର

ଦୁବାଇରୁ ସୁରକ୍ଷିତ ସ୍ୱଦେଶ ଫେରିଲେ ପିଭି ସିନ୍ଧୁ
ହୋଲି ପାଇଁ ମୁତୟନ ହେବେ ୩୦ ପ୍ଲାଟୁନ ଫୋର୍ସ, ୮୫ ସ୍ଥାନରେ ହେବ ଚେକିଂ
ରାଜ୍ୟସଭା ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ିବେ ଦିଲୀପ ରାୟ
ମଧ୍ୟପ୍ରାଚ୍ୟରେ ଫସି ଥିବା ଓଡ଼ିଆଙ୍କ ପାଇଁ ଜାରି ହେଲା ହେଲ୍ପଲାଇନ ନମ୍ବର
କେନ୍ଦୁଝର ଜିଲ୍ଲା ଦୌରାଜଜ୍‌ଙ୍କ କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ
ପୂର୍ବତନ କେନ୍ଦ୍ରମନ୍ତ୍ରୀ କେ.ପି ଉନ୍ନିକୃଷ୍ଣନଙ୍କ ପରଲୋକ
ରାଜ୍ୟସଭା ନିର୍ବାଚନ, ପ୍ରାର୍ଥୀ ଘୋଷଣା କଲା ବିଜେପି

ମାଆ ବିରଜାଙ୍କୁ ନେଇ ରହିଛି ଏମିତି କିଛି କଥା…

0

ଷୋଳପୂଜାର ଆଜି ହେଉଛି ଚତୁର୍ଥ ଦିବସ, ସବୁ ଦେବୀ ପୀଠ ଚଳଚଞ୍ଚଳ

ଭୁବନେଶ୍ୱର: ଷୋଡଶ ଦିନାତ୍ମକ ଦୁର୍ଗାପୂଜାର ଆଜି ହେଉଛି ଚତୁର୍ଥ ଦିବସ। ପ୍ରମୁଖ ଦେବୀ ପୀଠ ଏବେ ଚଳଚଞ୍ଚଳ। ମନ୍ଦିର ପ୍ରଶାସନ ବ୍ରାହ୍ମଣଙ୍କୁ ବରଣ କରିବା ପରେ ସେମାନଙ୍କ ଦ୍ବାରା ପୂଜା ଜାରି ରରହିଛି। ପ୍ରତି ପୀଠରେ ପ୍ରତ୍ୟହ ଚଣ୍ଡୀପାଠ ବିଧି ମଧ୍ୟ ରହିଛି । 

ଏହି କ୍ରମରେ ପୁଣ୍ୟତୋୟା ବୈତରଣୀ ନଦୀକୂଳ ଅର୍ଥାତ ଯାଜପୁର ଟାଉନ୍‍ ଠାରେ ମାଆ ବିରଜାଙ୍କ ବିଜେସ୍ଥଳୀରେ ମଧ୍ୟ ଅତ୍ୟନ୍ତ ଭାବଗମ୍ଭୀର ପରିବେଶ ସୃଷ୍ଟି ହୋଇଛି। ପୁରାଣ କହେ ସତୀଙ୍କ ନାଭି ଏଠାରେ ପଡିଥିଲା। ତେଣୁ ବିରଜାକ୍ଷେତ୍ର ପ୍ରଧାନ ଶକ୍ତିପୀଠ ଭାବେ ବିଦିତ। କେହି କେହି ଏହାକୁ ନାଭିଗୟା କ୍ଷେତ୍ର ବୋଲି ମଧ୍ୟ କହିଥାନ୍ତି। 

ଏକଥା ବି କୁହାଯାଏ ଯେ ସୃଷ୍ଟି ସର୍ଜନା ସମୟରେ ବ୍ରହ୍ମା ଯଜ୍ଞପୁରରେ ଏକ ବିରାଟ ଯଜ୍ଞର ଆୟୋଜନ କରିଥିଲେ। ଯଜ୍ଞକୁଣ୍ଡରୁ ଦେବୀ ବିରଜା ଆର୍ବିଭାବ ହୋଇ ବ୍ରହ୍ମାଙ୍କୁ ଦର୍ଶନ ଦେଇଥିଲେ। ବିରଜା ମନ୍ଦିର ପରିସରରେ ରହିଛି ନାଭିଗୟା,ଯେଉଁଠି ପିତୃପୁରୁଷଙ୍କୁ ପିଣ୍ଡଦାନ କରାଯାଇଥାଏ। ମନ୍ଦିର ନିକଟରେ ଏବେ ବି ବ୍ରହ୍ମାଙ୍କ ଯଜ୍ଞକୁଣ୍ଡ ଦେଖିବାକୁ ମିଳେ।

ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜାଙ୍କ ପୀଠରେ ମୂଳାଅଷ୍ଟମୀ ଠାରୁ କୁମାର ପୂର୍ଣିମା ପର୍ଯ୍ୟନ୍ତ ବିସ୍ତୃତ ପୂଜା,ସ୍ନାନ,ବେଶ,ନୀତି ଆଦି ସ୍ୱତନ୍ତ୍ରଭାବେ ଅନୁଷ୍ଠିତ ହୋଇଥାଏ। ମୂଳା ଅଷ୍ଟମୀ ଠାରୁ ଦଶହରା ପର୍ଯ୍ୟନ୍ତ ଯେଉଁ ପୂଜା ଅନୁଷ୍ଠିତ ହୁଏ ତହିଁରେ ଦୁଇବେଳା ଷୋଡଶ ଉପଚାର ପୂଜା କରାଯାଇଥାଏ। ମୂଳାଅଷ୍ଟମୀ ରାତ୍ର ଠାରୁ ମହାଷ୍ଟମୀ ସଂଧ୍ୟା ଯାଏ ଗୋଟିଏ ମନ୍ତ୍ରରେ,ମହାଷ୍ଟମୀ ରାତି ଏବଂ ନବମୀରେ ଏକ ସ୍ୱତନ୍ତ୍ର ମନ୍ତ୍ରରେ ଦେବୀଙ୍କର ସମସ୍ତ ପୂଜା ଅନୁଷ୍ଠିତ ହୋଇଥାଏ । 

ପୂଜାରେ ମାଆଙ୍କର ତିନିଟି ବିଶେଷ ସ୍ନାନ, ଯାହାକି ମୂଳାଅଷ୍ଟମୀ ରାତ୍ର,ପଞ୍ଚମୀ ରାତ୍ର ଓ ମହାଅଷ୍ଟମୀ ରାତ୍ରରେ କରାଯାଇଥାଏ। ପଞ୍ଚମୀ ରାତ୍ର ମହାସ୍ନାନ ପରଠାରୁ ମହାଅଷ୍ଟମୀ ପର୍ଯ୍ୟନ୍ତ ମୂଳ ମନ୍ତ୍ରରେ ସହସ୍ର ସଂଖ୍ୟକ ଯଜ୍ଞ, ମହାପଶୁ ପ୍ରୋକ୍ଷଣ କରାଯାଇ ପୂର୍ଣାହୂତି ଦିଆଯାଏ। 

ମାଆଙ୍କ ପୂଜାର ଦୁଇଟି ବିଶେଷତ୍ୱ ହେଲା ମହାନବମୀ ଦିନ ମାଆଙ୍କ ବିଜେ ପ୍ରତିମାକୁ ଲାଖ ବିନ୍ଧା ପଡ଼ିଆକୁ ନିଆଯାଇ ଚାରିଦିଗକୁ ଚାରିଟି ଶର ମରାଯାଇଥାଏ। ଦେବୀଙ୍କୁ ଦଶହରା ଦିନ ଅପରାଜିତା ମନ୍ତ୍ରରେ ପୂଜା କରାଯାଇଥାଏ। ଶାରଦୀୟ ଦୂର୍ଗାପୂଜା ବେଳେ ମାଆଙ୍କ ରଥଯାତ୍ରା ମଧ୍ୟ ଅନୁଷ୍ଠିତ ହୋଇଥାଏ। ପ୍ରତିପଦା ଠାରୁ ମହାନବମୀ ପର୍ଯ୍ୟନ୍ତ ପ୍ରତିଦିନ ଅପରାହ୍ନରେ ମାଆଙ୍କ ବିଜେ ପ୍ରତିମା ରଥରେ ବସି ମନ୍ଦିର ଚାରିକଡ଼ ପ୍ରଦକ୍ଷଣ କରିଥାନ୍ତି। ବିଶ୍ୱାସ କରାଯାଏ, ରଥାରୁଢ଼ା ମାଆଙ୍କୁ ଦର୍ଶନ କଲେ ପଞ୍ଚ ପାତକରୁ ମୁକ୍ତିମିଳେ।

Leave A Reply

Your email address will not be published.