ନୂଆଦିଲ୍ଲୀ/ଭୁବନେଶ୍ୱର: ସ୍କିଲ୍ ଗ୍ୟାପ୍କୁ ହ୍ରାସ କଲେ ଓ ଦକ୍ଷତା ସମ୍ପନ୍ନ ଏବଂ ଉତ୍ପାଦକ କାର୍ଯ୍ୟବଳ ତିଆରି ହେଲେ ଏହା ଭାରତକୁ ୫ ଟ୍ରିଲିୟନ ଅର୍ଥନୀତି କରିବାରେ ସହାୟକ ହେବ ବୋଲି ନୂଆଦିଲ୍ଲୀ ଠାରେ ବିଶ୍ୱ ଆର୍ଥିକ ଫୋରମ ଦ୍ୱାରା ଆୟୋଜିତ ଦକ୍ଷତା ବ୍ୟବଧାନ ଟ୍ୟାସ୍କଫୋର୍ସର ସମାପନ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତେଣୁ ସ୍କିଲ ଗ୍ୟାପ୍କୁ ହ୍ରାସ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ ।
ଭାରତରେ ସ୍କିଲ ଗ୍ୟାପ୍ ହ୍ରାସ କରିବା କ୍ଷେତ୍ରରେ ଥିବା ଆହ୍ୱାନ ଓ ସୁଯୋଗ ସମ୍ପର୍କରେ ବୈଠକରେ ବିସ୍ତୁତ ଭାବେ ଆଲୋଚନା ହୋଇଥିଲା । ଏହି ଅବସରରେ ଶ୍ରୀ ପ୍ରଧାନ କହିଥିଲେ ଯେ ସାମ୍ପ୍ରତିକ ଯୁଗରେ ଟେକ୍ନୋଲୋଜିର ପ୍ରଗତି ଦ୍ୱାରା କାର୍ଯ୍ୟରେ ପରିବର୍ତନ ପରିଲିକ୍ଷିତ ହୋଇଛି । ସେହି ପରିବର୍ତନକୁ ଆଖି ଆଗରେ ରଖି ଦକ୍ଷତା ପ୍ରଦାନ କରିବାର
ଇକୋସିଷ୍ଟମ ସେହିଭଳି ହେବାର ଆବଶ୍ୟକ ରହିଛି । ଯଦ୍ୱାରା ଗୋଟିଏ ଦକ୍ଷତାସମ୍ପନ୍ନ କାର୍ଯ୍ୟ କରୁଥିବା ଲୋକ ତିଆରି ହୋଇପାରିବ।
ଏହି ବୈଠକରେ ବିଶ୍ୱ ଆର୍ଥିକ ଫୋରମ ଏବଂ ଦେଶର ବିଭିନ୍ନ ରାଷ୍ଟ୍ରାୟତ ତୈଳ ଓ ଗ୍ୟାସ କମ୍ପାନୀ ଯଥା ଆଇଓସିଏଲ, ଏଚପିସିଏଲ, ଓଏନଜିସି ମଧ୍ୟରେ ଆଲୋଚନା କରିଥିଲା । ଉଭୟଙ୍କ ମଧ୍ୟରେ ଯେପରି ଉତମ ସମନ୍ୱୟ ରକ୍ଷା କରାଯାଇପାରିବ ଏବଂ ଆଗକୁ ମଧ୍ୟ କାମ କରାଯାଇପାରିବ ସେ ନେଇ ମଧ୍ୟ ରୋଡ ମ୍ୟାପ୍ ପ୍ରସ୍ତୁତ କରାଯାଇଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ।
ପ୍ରମୁଖ ଖବର
ଶିକ୍ଷକଙ୍କ ପାଇଁ ନୂଆ ସର୍ଭିସ୍ ରୁଲ୍, ୪.୨୦ ଲକ୍ଷ ଯୁବକଯୁବତୀଙ୍କୁ ମିଳିବ ଦକ୍ଷତା ତାଲିମ
ମଣିପୁରରେ ପୁଣି ରକ୍ତପାତ: କଟାମୁଣ୍ଡ ଫେରାଇବାକୁ ୪୮ ଘଣ୍ଟାର ମହଲତ
ଓଡ଼ିଶାରେ ଶିଳ୍ପାୟନକୁ ବଡ଼ ଗତି: ୩୯ ହଜାର କୋଟିରୁ ଅଧିକ ନିବେଶ
ରାଜଧାନୀରେ ପୋଖରୀରେ ବୁଡ଼ି ୧୭ ବର୍ଷୀୟ ନାବାଳକଙ୍କ ମୃତ୍ୟୁ
ଦୀପାବଳି ପର୍ଯ୍ୟନ୍ତ ଘୁଞ୍ଚିଲା ୟୁପିଆଇ ଚାର୍ଜ ଲାଗୁ ନିଷ୍ପତ୍ତି
ହସ୍ପିଟାଲରେ ଚିକିତ୍ସା ଖର୍ଚ୍ଚର ତାଲିକା ଲଗାଇବାକୁ ରାଜ୍ୟଗୁଡ଼ିକୁ କେନ୍ଦ୍ରର ନିର୍ଦ୍ଦେଶ
ବାଣଫୁଟା ନୁହେଁ, ପ୍ରଦୂଷଣମୁକ୍ତ ପର୍ବ ପାଳନ ଉପରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱ