ପ୍ରମୁଖ ଖବର

ବାରବାରୀ ଷ୍ଟାଡିୟମକୁ ଏନଜିଟିର ନୋଟିସ
ହରଭଜନ ସିଂଙ୍କ ଘର କାନ୍ଥରେ ଦେଶଦ୍ରୋହୀ ଲେଖିଲେ ଆପ କର୍ମୀ
ଭବାନୀପୁରରେ ଟିଏମସି ସମ୍ପୂର୍ଣ୍ଣ ସଫା ହେବ ହେବ କହିଲେ ଶୁଭେନ୍ଦୁ ଅଧିକାରୀ
ଶାହଙ୍କ ମନ୍ତବ୍ୟକୁ ନେଇ ମମତାଙ୍କ ତୀବ୍ର ପ୍ରତିକ୍ରିୟା, ଆଇନଗତ ମାମଲା ରୁଜୁ ଚେତାବନୀ
ଇସ୍ପାତ୍ ରାଜଧାନୀ ହେବ ଓଡ଼ିଶା : ମୁଖ୍ୟମନ୍ତ୍ରୀ
ରାଜସ୍ଥାନରେ କବାଡି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ: ୪ ଜୀବନ୍ତ ଦଗ୍ଧ

କେଉଁ ମନ୍ତ୍ରରେ ପୂଜା ପାଆନ୍ତି ମାଆ ତାରିଣୀ, ଜାଣନ୍ତୁ

0

ଆଜି ଷୋଳପୂଜାର ଅଷ୍ଟମ ଦିବସ, ଦେବୀ ମନସ୍କ ହେଉଛି ସାରା ଓଡ଼ିଶା

ଭୁବନେଶ୍ୱର: କେନ୍ଦୁଝର ଜିଲ୍ଲା ମହକୁମାଠାରୁ ୪୫ କି.ମି ଦୂରରେ ଓଡିଶାର ଅନ୍ୟତମ ପ୍ରାଚୀନ ଶକ୍ତିପୀଠ ଘଟଗାଁ ତାରିଣୀ ପୀଠ ଅବସ୍ଥିତ। ୧୪୮୦ ଖ୍ରୀଷ୍ଟାବ୍ଦରୁ ମାଆ ତାରିଣୀ କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ରୁପେ ପୂଜା ପାଇ ଆସୁଥିବା କିମ୍ୱଦନ୍ତୀ ରହିଛି। ଓଡିଶାର ପ୍ରମୁଖ ଶକ୍ତିପୀଠ ମାନଙ୍କ ମଧ୍ୟରୁ ତାରିଣୀ ପୀଠର ମହାତ୍ମ୍ୟ ସ୍ୱତନ୍ତ୍ର। ମାଆ ଭକ୍ତଙ୍କ ଦୁଖକୁ ତାରଣ କରନ୍ତି ବୋଲି ତାଙ୍କ ନାମ ତାରିଣୀ। ଦୁର୍ଗାପୂଜା ସମୟରେ ମାଆଙ୍କୁ ଦର୍ଶନ କରିବା ଲାଗି ଓଡ଼ିଶାର କୋଣ ଅନୁକୋଣରୁ ଶ୍ରଦ୍ଧାଳୁ ଛୁଟିଥାନ୍ତି କେନ୍ଦୁଝର।

କୁହାଯାଏ, ଯିଏ ଯେଉଁଠି ଥାଇ ନଡ଼ିଆଟିଏ ଯାଚିଦେଲେ ଠାକୁରାଣୀ ତାର ଆଶା ପୂରଣ କରନ୍ତି।ତେଣୁ ତାରିଣୀ ପୀଠକୁ ପ୍ରତିଦିନ ହଜାରେ ହଜାରେ ନଡ଼ିଆ ଆସିଥାଏ । ପ୍ରାକୃତିକ ନାଳ ଜଙ୍ଗଲ ମଧ୍ୟରେ ରହିଛି ମାଆଙ୍କର ପୂଜାପୀଠ। ତାରିଣୀଙ୍କୁ ଶାବରୀ ମନ୍ତ୍ରରେ ପୂଜା କରାଯାଇଥାଏ । ମାଆ ଅଟେଇ ଜଙ୍ଗଲ ମଧ୍ୟରେ ପୂଜା ପାଇ ଆସୁଥିଲେ। ମାତ୍ର ଭକ୍ତଙ୍କ ସଂଖ୍ୟା ବଢ଼ିବାରୁ ୧୯୭୧ ମସିହାରେ ମାଆଙ୍କ ପୀଠରେ ଏକ ଖୋଲା ମନ୍ଦିର ନିର୍ମାଣ କରାଗଲା। ବିଭିନ୍ନ ପର୍ବ ପର୍ବାଣୀ ମଧ୍ୟରେ ମାଆଙ୍କ ଚଇତି ପର୍ବ, ଆଷାଢ଼ୀ ପର୍ବ,ତାରିଣୀ ବ୍ରତ,ମକର ସଂକ୍ରାନ୍ତି,ରଜ ସଂକ୍ରାନ୍ତି ଓ ଦୂର୍ଗା ପୂଜା ଅନ୍ୟତମ।

ଦୀର୍ଘ ୫୦ ବର୍ଷରୁ ଉର୍ଧ୍ୱ ସମୟ ଧରି ମାଆଙ୍କ ପୀଠରେ ଦେବୀ ଦୁର୍ଗାଙ୍କ ପୂଜା ଅନୁଷ୍ଠିତ ହୋଇଆସୁଛି। ମାଆଙ୍କ ପୀଠରେ ହୋମଯଜ୍ଞ,ଚଣ୍ଡୀପାଠ ଆଦି ଷୋଡଶ ଉପଚାର ପୂଜା ହୋଇଥାଏ । ମାଆଙ୍କୁ ସୁନାବେଶରେ ସଜାଇ ପୂଜକ ଦେହୁରୀ ନୈବେଦ୍ୟ ଅର୍ପଣ କରିଥାନ୍ତି। ମୃଣୟୀ ଦୁର୍ଗା ଦେବୀଙ୍କ ସମ୍ମୁଖରେ ମହାଷ୍ଟମୀ ପୂଜା,ମହାନବମୀ ପୂଜା ଓ ଦଶହରା ପୂଜା ଆଡମ୍ୱର ସହକାରେ ପାଳିତ ହୋଇଥାଏ। ଦୀର୍ଘ ବର୍ଷରୁ ମାଆଙ୍କ ଠାରେ ବଳିପ୍ରଥା ପ୍ରଚଳିତ ହୋଇଆସୁଥିଲା। ୧୯୭୯ ମସିହାରୁ ଏହାକୁ ବନ୍ଦ କରାଯାଇଛି ।

Leave A Reply

Your email address will not be published.