ପ୍ରମୁଖ ଖବର

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ

ଏକସଙ୍ଗରେ ୧୧୦ଟି ସ୍ଥାନରେ ସିବିଆଇ ଚଢଉ

0

ଦୁର୍ନୀତି ବିରୋଧରେ କେନ୍ଦ୍ରର ବଡ଼ ପଦକ୍ଷେପ
୧୯ଟି ରାଜ୍ୟରେ ଚଢଉ କରୁଛନ୍ତି କର୍ତୃପକ୍ଷ
ଦୁର୍ନୀତି, ଅସ୍ତ୍ରଶସ୍ତ୍ର ଚୋରାଚାଲାଣ କ୍ଷେତ୍ରରେ ୩୦ମାମଲା

ନୂଆଦିଲ୍ଲୀ: ବ୍ୟାଙ୍କିଙ୍ଗ୍‍ କ୍ଷେତ୍ରରେ ହୋଇଥିବା ଦୁର୍ନୀତି ସଂକ୍ରାନ୍ତରେ ଗତ ସପ୍ତାହରେ ଦେଶର ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥା ସିବିଆଇ ଏକ ବଡ ଧରଣର ରେଡ୍‍ କରିଥିଲା । ଏଥିରେ ଓଡ଼ିଶା କେଳେଙ୍କାରୀ ବି ସାମ୍ନାକୁ ଆସିଥିଲା ।
ଆଜି ସିବିଆଇ କର୍ତୃପକ୍ଷ ଦୁର୍ନୀତି ବିରୋଧୀ ଆଭିମୁଖ୍ୟକୁ ଆହୁରି ସଶକ୍ତ କରିବାକୁ ଯାଇ ବ୍ୟାପକ ରେଡ୍‍ ଜାରି ରଖିଛନ୍ତି । ୧୯ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୧୦ଟି ସ୍ଥାନରେ ସିବିଆଇ କର୍ତୃପକ୍ଷ ଏକ ସଙ୍ଗରେ ରେଡ୍‍ କରୁଥିବା ସୂଚନା ମିଳିଛି । ବିଶେଷକରି ଦୁର୍ନୀତି, ଅସ୍ତ୍ରଶସ୍ତ୍ର ଚୋରାଚାଲାଣ, ଅପରାଧିକ କାର୍ଯ୍ୟକଳାପ, ନିଶା କାରବାରକୁ ନେଇ ଏହି ରେଡ୍‍ ଚାଲିଛି । ଏ ସଂକ୍ରାନ୍ତରେ ସିବିଆଇ କର୍ତୃପକ୍ଷ ୩୦ଟି ମକଦ୍ଦମା ରୁଜୁ କରିଛନ୍ତି । ଗତଥର ୧୧୦୦ କୋଟି ଟଙ୍କା କେଳେଙ୍କାରୀ ଘଟଣାରେ ସିବିଆଇ ୧୨ଟି ରାଜ୍ୟର ୫୦ଟି ସ୍ଥାନରେ ଚଢଉ କରିଥିଲା ।

Leave A Reply

Your email address will not be published.