ପ୍ରମୁଖ ଖବର

ରାଜ୍ୟ ମହିଳା କର୍ମଚାରୀମାନଙ୍କ ଅତିରିକ୍ତ ସାମୟିକ ଛୁଟି ଆଉ ୨ଦିନ ବଢ଼ିଲା
ବାତ୍ୟା ପାଇଁ ୨୩ରୁ ୨୫ କଲେଜ ଓ ବିଶ୍ୱବିଦ୍ୟାଳୟ ଛୁଟି
ବାତ୍ୟା ପାଇଁ ୧୭୮ଟି ଟ୍ରେନ ବାତିଲ
ଅବସରପ୍ରାପ୍ତ ଆଇପିଏସ୍‌ ଲଳିତ ଦାସ ହେଲେ ଓଏସ୍‌ଏସ୍‌ଏସ୍‌ସି ଅଧ୍ୟକ୍ଷ
ନିର୍ଦୋଷ ସାବ୍ୟସ୍ତ ହେଲେ ସେବି ଅଧ୍ୟକ୍ଷ ମାଧବୀ ବୁଚ
ଲାଞ୍ଚ ନେଇ ନିଲମ୍ବିତ ହେଲେ ବରଗଡ଼ ଧନୁଯାତ୍ରାରେ କଂସ ମହାରାଜ
ସମ୍ଭାବ୍ୟ ବାତ୍ୟା: ୧୪ ଜିଲ୍ଲାରେ ବନ୍ଦ ରହିବ ସବୁ ଐତିହ୍ୟ ସ୍ଥଳୀ
ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ନନ୍ଦନକାନନ କର୍ତ୍ତୃପକ୍ଷ ଆଗୁଆ ସଜାଗ
ବୈତରଣୀ ବେସିନ୍ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ବାତ୍ୟାରେ ନିଜ କାର୍ଯ୍ୟର ପ୍ରମାଣ ଦେଲା ପୁଲିସ

0

ଭୁବନେଶ୍ୱର: ବାତ୍ୟା କ୍ଷେତ୍ରରେ ଓଡ଼ିଶା ଆଉ ପାଦେ ଆଗେଇଛି । ଆଜି ସଚିବାଳୟରେ ଅନୁଷ୍ଠିତ ଏକ ସଂକ୍ଷିପ୍ତ ଉତ୍ସବରେ ଭୟଙ୍କର ବାତ୍ୟା ଫନି-୨୦୧୯ ମୁକାବିଲାରେ ଓଡ଼ିଶା ପୁଲିସର ଭୂମିକା ସଂକ୍ରାନ୍ତ ରାଜ୍ୟ ପୁଲିସ ବିଭାଗ ଦ୍ୱାରା ପ୍ରସ୍ତୁତ ପ୍ରାମାଣିକ ଚିତ୍ରକୁ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଛନ୍ତି । ଏହି ପ୍ରାମାଣିକ ଚିତ୍ରରେ ଫନି ବାତ୍ୟା ଓ ପରବର୍ତୀ ସମୟରେ ରାଜ୍ୟ ପୁଲିର ସହାୟତା କାର୍ଯ୍ୟ ସଂପର୍କରେ ଉପସ୍ଥାପନା କରାଯାଇଛି ।
ଫନି ବାତ୍ୟା ସମୟରେ ପ୍ରଭାବିତ ଲୋକମାନଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର, ଆଇନ ଶୃଙ୍ଖଳା ରକ୍ଷା, ରିଲିଫ ସାମଗ୍ରୀ ପରିବହନ, ବଣ୍ଟନ, ରନ୍ଧା ଖାଦ୍ୟ ଯୋଗାଣ ସମେତ ଆହତ ଲୋକଙ୍କ ଚିକିତ୍ସା ସୁବିଧା ଆଦି କ୍ଷେତ୍ରରେ ପୁଲିସ କାର୍ଯ୍ୟ ସଂପର୍କରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଦଲିଲ ବୋଲି ଅତିଥିମାନେ କହିଥିଲେ ।
ଫନି ବାତ୍ୟା ସମୟରେ ପୁଲିସ କାର୍ଯ୍ୟକୁ ମୁଖ୍ୟମନ୍ତ୍ରୀ ଉଚ୍ଚପ୍ରଶଂସା କରିବା ସହିତ ଏହି ପ୍ରାମାଣିକ ଚିତ୍ରଟି ଭବିଷ୍ୟତରେ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପୁଲିସକୁ ମାର୍ଗଦର୍ଶନରେ ସହାୟକ ହେବ ବୋଲି ଆଶା ପ୍ରକାଶ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ପୁଲିସ ମହାନିର୍ଦେଶକ ଡାକ୍ତର ରାଜେନ୍ଦ୍ର ଶର୍ମା ସ୍ୱାଗତ ଭାଷଣ ଦେଇ ପୁଲିସ କାର୍ଯ୍ୟ ସଂପର୍କରେ ସୂଚନା ଦେଇଥିଲେ । ପୁଲିସ କମିସନର ସତ୍ୟଜିତ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ, ଉନ୍ନୟନ କମିସନର ଅସିତ କୁମାର ତ୍ରିପାଠୀ, ସ୍ୱତନ୍ତ୍ର ରିଲିଫ କମିସନର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.