ପ୍ରମୁଖ ଖବର

ସ୍ବର୍ଗତଃ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସଙ୍କୁ ପଚରାଉଚରା ସୂଚନା। ଆୟକର ବିଭାଗର ପଚରାଉଚରା ସୂଚନା। ପ୍ରାୟ ୪ ଘଣ୍ଟା ଧରି ପଚରାଉଚରା କରାଯାଇଥିବା ପ୍ରାଥମିକ ସୂଚନା
।ବିଜେପିରୁ ବରିଷ୍ଠ ନେତା ବିଜୟ ମହାପାତ୍ର ବହିଷ୍କୃତ, ଦଳ ବିରୋଧୀ କାର୍ଯ୍ୟ ଓ ଅନୁଶାସନ ଭଙ୍ଗ ଅଭିଯୋଗରେ ବହିଷ୍କୃତ
ବିଜେଡି କର୍ମୀଙ୍କ ଆକ୍ରମଣ ବିଜେପି କର୍ମୀଙ୍କ ମୃତ୍ୟୁ, ୩ ଜଣ ଗୁରୁତର ଆହତ
ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ୧୪୪ ଧାରି ଜାରି, ଗଞ୍ଜାମ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି
ପୁରୀରେ ସଫେଇ କର୍ମଚାରୀଙ୍କ ଉପରେ ବୋମା ମାଡ଼, ଘଟଣାରେ ଦୁଇ ଜଣ ସଫେଇ କର୍ମଚାରୀ ଆହତ

ମହଙ୍ଗା ନିଆଁରେ ଘିଅ ଢାଳୁଛି ତୈଳଦର

0

ପୁଣି ବଢିଲା ପେଟ୍ରୋଲ, ଲିଟର ୧୦୦ ଟଙ୍କା ଡେଇଁଲା ଡିଜେଲ

ଭୁବନେଶ୍ବର: ଦୁଇ ବର୍ଷ ଧରି କରୋନା ମାଡ଼। ଆଉ ଏଭଳି ସଙ୍କଟ ସମୟରେ ଖାଉଟିଙ୍କ ଉପରେ ମହଙ୍ଗା ମାଡ଼। ତୈଳ ଦରରେ ଲାଗୁନି ବ୍ରେକ। ମହଙ୍ଗା ନିଆଁରେ ଘିଅ ଢାଳୁଛି ପେଟ୍ରୋଲ। ଦେଶରେ ଲଗାତର ହୁ ହୁ ହୋଇ ବଢିଚାଲିଛି ତୈଳ ଦର। ତୈଳଦରର ଅହେତୁକ ବୃଦ୍ଧି ଯୋଗୁଁ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

ଆଜି ପୁଣି ବଢିଛି ପେଟ୍ରୋଲ ଓ ଡିଜେଲ ଦର। ପେଟ୍ରୋଲ ଲିଟର ପିଛା ୩୦ ପଇସା ଓ ଡିଜେଲ ଲିଟର ପିଛା ୩୫ ପଇସା ମହଙ୍ଗା ହୋଇଛି। ଗତ ୧୦ ଦିନରେ ପେଟ୍ରୋଲ ୨ ଟଙ୍କା ୧୦ ପଇସା ବୃ୍‌ଦ୍ଧି ପାଇଛି। ସେହିପରି ୧୪ ଦିନରେ ଡିଜେଲ ୩ଟଙ୍କା ୧୫ ପଇସା ବଢିଛି। ଗତ ୭ ଦିନରେ ଗୋଟିଏ ଦିନ ପାଇଁ ସ୍ଥିର ରହିଥିଲା ତୈଳ ଦର।

କ୍ରମାଗତ ପେଟ୍ରୋଲ ଦର ବୃଦ୍ଧି ପରେ ପ୍ରାୟ ସୁବଠି ପେଟ୍ରୋଲ ସେଞ୍ଚୁରି ପାର କରିଛି। ରେକର୍ଡ ପରେ ରେକର୍ଡ କରି ଚାଲିଛି ତୈଳ ଦର। ଓଡିଶାରେ ମଧ୍ୟ ସବୁ
ଜିଲ୍ଲାରେ ଶହେ ଉପରେ ରହିଛି ପେଟ୍ରୋଲର ଦର। ଭୁବନେଶ୍ୱରରେ ପେଟ୍ରୋଲ ଭଳି ଡିଜେଲ ଦର ବି ଶହେ ଟପିଛି।

ଦେଖନ୍ତୁ କେଉଁଠି କେତେ ରହିଛି ତୈଳ ଦର

ସ୍ଥାନ……………….ପେଟ୍ରୋଲ…………… ଡିଜେଲ
ମୁମ୍ବାଇ………….. ୧୦୯.୨୫………………୯୯.୫୫
ଦିଲ୍ଲୀ……………… ୧୦୩.୨୪…………….୯୧.୭୭
ଚେନ୍ନାଇ…………. ୧୦୦.୭୫……………..୯୬.୨୬
କୋଲକତା……… ୧୦୩.୯୪…………… ୯୪.୮୮
ବେଙ୍ଗାଲୁରୁ……… ୧୦୬.୫୨……………. ୯୭.୦୩
ଭୁବନେଶ୍ୱର…….. ୧୦୪.୫୭…………….୧୦୦.୫୧

ପେଟ୍ରୋଲ ରେଟ ରାଜ୍ୟବ୍ୟାପୀ ଅଲଗା ଅଲଗା ଥିଲେ ମଧ୍ୟ ଶହେ ଉପରେ ପେଟ୍ରୋଲ ପଛେ ପଛେ ଗୋଡାଉଛି ଡିଜେଲ। ପ୍ରତିଦିନ କିଛି ନା କିଛି ଦର ବଢିଚାଲିଛି। କରୋନା ମହାମାରୀ ଯୋଗୁଁ ୨ ବର୍ଷ ଲକଡାଉନ ସଟଡାଉନ ଯନ୍ତ୍ରଣା ଭିତରେ ରୋଜଗାର କମୁଥିବା ବେଳେ, ମହଙ୍ଗା ତେଲ ମାଡ଼ ଜନତାଙ୍କୁ
ଅଣନିଶ୍ୱାସୀ କରିଦେଲାଣି। ବିଶେଷଜ୍ଞଙ୍କ ମତରେ ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଉତ୍ପାଦନ ହ୍ରାସ ଓ ରାଜ୍ୟ,କେନ୍ଦ୍ର ସରକାରଙ୍କ ଟିକସ କାରଣରୁ ହିଁ
ଦେଶରେ ତୈଳ ଦର ବଢିବାରେ ଲାଗିଛି।

Leave A Reply

Your email address will not be published.