ପ୍ରମୁଖ ଖବର

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ

ପ୍ରତି ସଂକ୍ରାନ୍ତିରେ ଭୈରବୀଙ୍କ ନିକଟରେ ସ୍ୱତନ୍ତ୍ର ପୂଜା କାହିଁକି?

0

ଷୋଳ ପୂଜାର ଆଜି ଦଶମ ଦିବସ, ଚଣ୍ଡିପାଠରେ କମ୍ପୁଛି ଦେବୀ ପୀଠ

ଭୁବନେଶ୍ବର: ଓଡ଼ିଶାର ଆଉ ଏକ ପ୍ରସିଦ୍ଧ ଦେବୀ ପୀଠ ରହିଛି, ଯେଉଁଠି ଶାରଦୀୟ ପୂଜାର ମହତ୍ତ୍ୱ କିଛି ଅଲଗା। ଏହା କିନ୍ତୁ ଉପକୂଳ କିମ୍ୱା ପଶ୍ଚିମ ଓଡ଼ିଶାରେ ନୁହେଁ: ବରଂ ଦକ୍ଷଣ ଓଡ଼ିଶାର ଏହି ଦେବୀ ପୀଠ ଅବିଭକ୍ତ ଗଞ୍ଜାମ ଜିଲ୍ଲାର ଘରେ ଘରେ ପରିଚିତ। ଦେବୀଙ୍କ ମହିମା ଯେତେ ଗାଇଲେ ବି କମ୍‍ ବୋଲି ଭକ୍ତମାନେ କୁହନ୍ତି। ଏହି ଦେବୀ ପୀଠର ଆଉ ଏକ ବିଶେଷତ୍ୱ ହେଉଛି, ଏଠାରେ ଆହୁରି ୧୦୮ ଦେବାଦେବୀ ଅଛନ୍ତି।

ବହ୍ମପୁର ସହର ଠାରୁ ୧୪ କି.ମି ଦୂର ମନ୍ତ୍ରୀଡି ଠାରେ ମାଆ ସିଦ୍ଧ ଭୈରବୀଙ୍କ ପୀଠର ଅବସ୍ଥିତି। ପୁରାତନ କାଳରୁ ମାଆ ଏଠାରେ ପୂଜା ପାଇ ଆସୁଛନ୍ତି।କୁହାଯାଏ, ଗଞ୍ଜାମର ବଣିକ ମାନେ ମାଆ ଭୈରବୀଙ୍କୁ ସୁମରଣା କରି ସମୁଦ୍ର ଯାତ୍ରା କରୁଥିଲେ। ଏଥିପାଇଁ ସେମାନଙ୍କ ପରିବାର ପକ୍ଷରୁ ଦେବୀଙ୍କ ନିକଟରେ ବିଶେଷ  ପୂଜାର୍ଚ୍ଚନାର ଆୟୋଜନ କରାଯାଉଥିଲା। ୧୯୦୭ରେ ମାଆଙ୍କ ନୂତନ ମନ୍ଦିର ନିର୍ମାଣ ସହ ପରବର୍ତ୍ତୀ ସମୟରେ ସୁଦୃଶ୍ୟ ମନ୍ଦିର ନିର୍ମାଣ ହୋଇଛି।

କିମ୍ୱଦନ୍ତୀ କହେ, ଚାଷୀଟିଏ ହଳ  କରୁଥିବା ସମୟରେ ଲଙ୍ଗଳର ମୁନ ମାଟି ଭିତରେ ଥିବା ଏକ ଧାତବ ବସ୍ତୁ ଦେହରେ ବାଜିଲା ଓ ଚାଷୀଟି ସେହି ସ୍ଥାନ ଖୋଳିବା ପରେ ଦେଖିଲା ଯେ ମାଆଙ୍କ ମୂର୍ତ୍ତୀଟିଏ ରହିଛି। ସେହି ଦିନଠାରୁ ସେଠାରେ ମନ୍ଦିର ନିର୍ମାଣ କରି ପୂଜାର୍ଚ୍ଚନା ଆରମ୍ଭ ହୋଇଛି। ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ସମେତ ଦ୍ୱାଦଶ ଜ୍ୟୋର୍ତିଲିଙ୍ଗ ଓ ୧୦୮ ଦେବାଦେବୀଙ୍କ ମନ୍ଦିର ଏହି ବେଢ଼ାରେ ନିର୍ମାଣ କରାଯାଇଛି ।

ଶାକ୍ତ ଓ ବୈଷ୍ଣବମାନେ ଏଠାରେ ପୂଜାର୍ଚ୍ଚନା କରୁଥିବାର ନଜିର ରହିଛି। ବର୍ତ୍ତମାନ ପ୍ରତି ସଂକ୍ରାନ୍ତିରେ ଏଠାରେ ବିଶେଷ ପୂଜାର ଆୟୋଜନ କରାଯାଇଥାଏ। ଏହି ପୂଜା ଦ୍ୱାରା ଭକ୍ତର ମନୋକାମନା ତତ୍କାଳ ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି। ଶାରଦୀୟ ଦୁର୍ଗାପୂଜା ସମୟରେ ମହା ସପ୍ତମୀ ଓ ଦଶହରା ଅବସରରେ ଚଣ୍ଡୀପାଠ,ଷୋଡ଼ଶ ଉପଚାରରେ ନୀତିକାନ୍ତି ସହ ବିଶେଷ ପୂଜାରେ ମାଆ ପୂଜା ପାଇଥାନ୍ତି।

Leave A Reply

Your email address will not be published.