ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଅନନ୍ତ ନାଗଙ୍କୁ ଫାଲକେ ସମ୍ମାନ
ଦିଲ୍ଲୀ SIR: ନିୟମ ସ୍ପଷ୍ଟ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ
୭୦୦ ଗ୍ରାମ୍‌ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ଫ୍ଲାଇଟ୍‌ ଟ୍ରେନିଂ ବେଳେ ବିମାନ ଦୁର୍ଘଟଣା, ୨ ଭାରତୀୟ ଛାତ୍ର ମୃତ
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍‌ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
ଚୀନ୍‌ର କପଡ଼ା କାରଖାନାରେ ଭୟଙ୍କର ନିଆଁ, ୮ ଜଣ ଜୀବନ୍ତ ଦଗ୍ଧ
କେରଳରେ ବର୍ଷା ବିତ୍ପାତ, ୯ ମୃତ; ୬ ଜିଲ୍ଲାକୁ ଅରେଞ୍ଜ୍‌ ଆଲର୍ଟ

ପୁଣି ଶିକ୍ଷା କ୍ଷେତ୍ରକୁ ଫେରିଯିବେ ସୁବ୍ରମଣ୍ଯମ୍

0

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଅର୍ଥନୈତିକ ପରାମର୍ଶଦାତା କେ ସୁବ୍ରମଣ୍ଯମ୍ ପୁଣି ଥରେ ଶିକ୍ଷା କ୍ଷେତ୍ରକୁ ଫେରିଯିବେ। ଶ୍ରୀ ସୁବ୍ରମଣ୍ଯମ୍ ନିଜେ ଟ୍ବିଟ୍ କରି ଏକଥା କହିଛନ୍ତି। ସେ ଜଣାଇଛନ୍ତି ଯେ ଅର୍ଥମନ୍ତ୍ରାଳୟରେ ତାଙ୍କର ତିନି ବର୍ଷର ସମୟ ଅବଧି ଶେଷ ପରେ ସେ ପୁଣି ଶିକ୍ଷାଦାନ ପ୍ରକ୍ରିୟା ଭିତରକୁ ଫେରିଯିବାକୁ ମନସ୍ଥିର କରିଛନ୍ତି। ଅରବିନ୍ଦ ସୁବ୍ରମଣ୍ଯମ୍ ପଦ ଛାଡି ଯିବା ପରେ ସେ ଦାଯିତ୍ବ ନେଇଥିଲେ। ତେବେ ସେ ଆହୁରି କହିଛନ୍ତି ଯେ ଦେଶ ସେବା କରିବା ଏକ ସ୍ବତନ୍ତ୍ର ମର୍ଯ୍ଯଦା ରଖେ। ତାଙ୍କୁ ଅଦ୍ଭୂତ ସମର୍ଥନ ଓ ଉତ୍ସାହ ମିଳିଛି। ତାଙ୍କର ତିନି ଦଶନ୍ଧିର କର୍ମମୟ ଜୀବନ ଭିତରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠାରୁ ଅଧିକ ପ୍ରେରଣାଦାୟୀ ବ୍ଯକ୍ତିଙ୍କୁ କେବେ ଦେଖିନାହାନ୍ତି କି ସାମ୍ନା କରିନାହାନ୍ତି। କୋଭିଡ୍ ସମୟରେ ଦେଶର ଅର୍ଥନୀତି ବ୍ଯବସ୍ଥାରେ ଅନେକ ପରିବର୍ତ୍ତନ ହୋଇଛି।

ଏହି ଅବସରରେ ସୁବ୍ରମଣ୍ଯମ୍ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ମଧ୍ଯ ପ୍ରଶଂସା କରିବାକୁ ଭୁଲିନାହାନ୍ତି। ଏଠାରେ ଉଲ୍ଲେଖଥାଉକି, ଶ୍ରୀ ସୁବ୍ରମଣ୍ଯମ୍ ଦାୟିତ୍ବ ନେବା ପରେ କେନ୍ଦ୍ରର ଆର୍ଥିକ ସ୍ଥିତିରେ ଗଭୀର ପ୍ରଭାବ ପଡିଥିଲା। କୋଭିଡର ଗଭୀର ପ୍ରଭାବ ପଡିଥିଲା। ସ୍ଥିତି ଏତେ ଗମ୍ଭୀର ହୋଇଥିଲା ଯେ ପ୍ରବାସୀ ଶ୍ରମିକ ରାଜରାସ୍ତାକୁ ଚାଲିଆସିଥିଲେ। ହେଲେ ଧୀରେ ଧୀରେ କିନ୍ତୁ କେନ୍ଦ୍ର ସରକାରଙ୍କ ଆର୍ଥିକ ନୀତି କାରଣରୁ ଦ୍ବିତୀୟ ପର୍ଯ୍ଯାୟରେ କୋଭିଡ୍ ଅର୍ଥନୀତିକୁ ସେଭଳି ଦିଗହରା କରିପାରିଲା ନାହିଁ, ଯେମିତି ପ୍ରଥମ ଦଫାରେ ହୋଇଥିଲା। କେନ୍ଦ୍ର ସରକାରଙ୍କ ପ୍ଯାକେଜ ଏ କ୍ଷେତ୍ରରେ ସଂଜୀବନୀ ଭଳି କାମ ଦେଇଥିଲା। କେବଳ ସେତିକି ନୁହେଁ, ତୃତୀୟ ଦଫା ଆସିବା ପୂର୍ବରୁ କେନ୍ଦ୍ର ସରକାର ସବୁ ରାଜ୍ଯକୁ ଆର୍ଥିକ ସହଯୋଗର ହାତ ବଢାଇବା ସହିତ ପ୍ରସ୍ତୁତି ଜୋରଦାର କରିଥିଲେ।

Leave A Reply

Your email address will not be published.