ଭୁବନେଶ୍ୱର:ଅଗ୍ନିଶମ ବିଭାଗ ଦାୟିତ୍ୱରେ ଥବା ପୁଲିସ ଡିଜି କ୍ୟାଡର ଅଧିକାରୀ ଡ.ବିଜୟ ଶର୍ମା ପରବର୍ତ୍ତୀ ପୁଲିସ ଡିଜି ହୋଇପାରନ୍ତି । ବର୍ତ୍ତମାନର ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ଲୋକାୟୁକ୍ତ ସଦସ୍ୟ ଭାବେ ଖୁବ୍ ଶୀଘ୍ର ନିଯୁକ୍ତି ପାଇବେ। ଗତକାଲି ଏ ସଂକ୍ରାନ୍ତ୍ର ଚୟନ କମିଟି ଡାକ୍ତର ଶର୍ମାଙ୍କ ନାମ ଉପରେ ମୋହର ମାରି ରାଜ୍ୟପାଳଙ୍କ ନିକଟକୁ ପଠାଇଛନ୍ତି । ଫଳରେ ପୁଲିସ ମୁଖିଅା ବଦଳିବା ସ୍ପଷ୍ଟ ହୋଇଯାଇଛି ।
ନୂଅା ନିୟମ ଅନୁସାରେ, ଡିଜି ପାହ୍ୟାର ଅଧିକାରୀଙ୍କ ନାମ ୟୁପିଏସସି ବିଚାର ପାଇଁ ପଠାଯିବ । ସେମାନଙ୍କ ମଧ୍ୟରୁ ତିନିଜଣଙ୍କ ନାମ ୟୁପିଏସସି ସୁପାରିସ କରିବା ପରେ ତା ମଧ୍ୟରୁ ଜଣଙ୍କୁ ସରକାର ନିଯୁକ୍ତି ଦେବେ ।
ବିଶ୍୍ୱସ୍ତ ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ, ଦକ୍ଷତା ଓ ଅଭିଜ୍ଞତା ଦୃଷ୍ଟିରୁ ବିଜୟ ଶର୍ମାଙ୍କ ନାମ ଆପାତତଃ ଚୂଡାନ୍ତ ହୋଇପାରେ । ଗତ ନିର୍ବାଚନ ସମୟରେ ଯେତେବେଳେ ଡିଜି ଅନୁପସ୍ଥିତ ଥିଲେ, ସେବେ ଶ୍ରୀ ଶର୍ମା ଅସ୍ଥାୟୀ ଭାବେ ଏହି ଗୁରୁ ଦାୟିତ୍ୱ କିଛି ଦିନ ପାଇଁ ସଫଳତାର ସହିତ ତୁଲାଇଥିଲେ ।
ଏଠାରେ ସୂଚନାଯୋଗ୍ୟ, ଡାକ୍ତର ଶର୍ମାଙ୍କ କାର୍ଯ୍ୟକାଳ ୨୦୨୦ ଯାଏ ଥିଲା । ବିଜୟ ଶର୍ମା ଯଦି ଡିଜି ଭାବେ ନିଯୁକ୍ତି ପାଆନ୍ତି, ୨୦୨୨ ଯାଏ ଏହି ପଦବିରେ ରହିବେ ।
ପ୍ରମୁଖ ଖବର
୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଅନନ୍ତ ନାଗଙ୍କୁ ଫାଲକେ ସମ୍ମାନ
ଦିଲ୍ଲୀ SIR: ନିୟମ ସ୍ପଷ୍ଟ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ
୭୦୦ ଗ୍ରାମ୍ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ଫ୍ଲାଇଟ୍ ଟ୍ରେନିଂ ବେଳେ ବିମାନ ଦୁର୍ଘଟଣା, ୨ ଭାରତୀୟ ଛାତ୍ର ମୃତ
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
ଚୀନ୍ର କପଡ଼ା କାରଖାନାରେ ଭୟଙ୍କର ନିଆଁ, ୮ ଜଣ ଜୀବନ୍ତ ଦଗ୍ଧ
କେରଳରେ ବର୍ଷା ବିତ୍ପାତ, ୯ ମୃତ; ୬ ଜିଲ୍ଲାକୁ ଅରେଞ୍ଜ୍ ଆଲର୍ଟ