ପ୍ରମୁଖ ଖବର

ବିଜେପି ଛାଡ଼ି ଆଜି କଂଗ୍ରେସରେ ଯୋଗ ଦେଇଛନ୍ତି ଦେବାଶିଷ ନାୟକ
ଅମିତ ଶାହାଙ୍କ ନକଲି ଭିଡିଓ ମାମଲାରେ ୩ ଦିନିଆ ପୁଲିସ ହେପାଜତରେ ଗଲେ କଂଗ୍ରେସ ନେତା ଅରୁଣ ରେଡ୍ଡୀ
ଆସନ୍ତାକାଲି ରାତି ସାଢ଼େ ୯ଟାରେ ଭୁବନେଶ୍ବରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସୋମବାର ବ୍ରହ୍ମପୁର ଏବଂ ନବରଙ୍ଗପୁରରେ ଆୟୋଜିତ ସଭାରେ ଉଦବୋଧନ ଦେବେ
ନବୀନଙ୍କ ୪ ଜିଲ୍ଲା ଗସ୍ତ: ପ୍ରଥମ ପର୍ଯ୍ୟାୟରେ କୋରାପୁଟ, ପରେ ନବରଙ୍ଗପୁର, ରାୟଗଡ଼ା ଓ ଗଜପତି ଜିଲ୍ଲାରେ ନିର୍ବାଚନ ଥିବାବେଳେ, ବିଜେଡି ପ୍ରାର୍ଥୀଙ୍କ ଲାଗି ଭୋଟ ଭିକ୍ଷା କରିବେ ନବୀନ
ଟିକେଟ ଫେରାଇ ଦେଲେ ପୁରୀ ଲୋକସଭା ପ୍ରାର୍ଥୀ; ମେଲରେ ଏଆଇସିସି କୁ ଲେଖିଲେ କଡ଼ା କଥା,ନିର୍ବାଚନ ଲଢ଼ିବା ପାଇଁ ଦଳ ଫଣ୍ଡିଂ ନ ଦେବାରୁ ଟିକେଟ୍ ଫେରାଇ ଦେଇଥିବା ସେ ମେଲ ଜରିଆରେ ଏଆଇସିସିକୁ ଜଣାଇଛନ୍ତି

ଗୋଟିଏ ପରେ ଗୋଟିଏ ରାଜ୍ୟରେ ସଙ୍କଟ, ଆଗକୁ ଅନ୍ଧାର!

0

ନୂଆଦିଲ୍ଲୀ: ଦେଶର ଅନେକ ବିଦ୍ୟୁତ କମ୍ପାନି ସାମନାରେ ଏବେ କୋଇଲା ଅଭାବ ମୁଣ୍ଡ ଟେକି ଛିଡା ହୋଇଛି। କୋଇଲା ଅଭାବରୁ ଦେଶର ଅନେକ ରାଜ୍ୟରେ ଘୋର ବିଜୁଳି ସଂକଟ ପରିସ୍ଥିତି ଉପୁଜିପାରେ। । ଏହି ପ୍ରସଙ୍ଗରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦାବି ମଧ୍ୟରେ ଅନେକ ପାର୍ଥକ୍ୟ ରହୁଛି। କୋଇଲା ଅଭାବ ନାହିଁ ବୋଲି କେନ୍ଦ୍ର ସରକାର ରୋକଠୋକ୍ କହୁଥିବା ବେଳେ ଦିଲ୍ଲୀ ସରକାର କିନ୍ତୁ ଏହାର ଦୃଢ ପ୍ରତିବାଦ କରୁଛ୍ତି। ଆଗକୁ ଦୀପାବଳି ଆସୁଛି। ଅନେକ ଆଶଙ୍କା ପ୍ରକାଶ କଲେଣି, ଏମିତି ଯଦି କୋଇଲା ଅଭାବ ଲାଗି ରହେ ବିଜୁଳି କାଟ ଯୋଗୁଁ ଆଗକୁ ଦୀପାବଳି ଅନ୍ଧାରରେ ବିତିବା ସମ୍ଭାବନାକୁ ଏଡାଇ ଦେଇ ହେବ ନାହିଁ।

ବିଜୁଳି ସଙ୍କଟ ବିପଦ କେବଳ ଭାରତରେ ନୁହେଁ ଚୀନ, ୟୁରୋପ ଓ ଆମେରିକାରେ ମଧ୍ୟ ଦେଖାଦେଇଛି। ପ୍ରତିବର୍ଷ ଅକ୍ଟୋବର ପରେ ବିଜୁଳି ଚାହିଦା ବଢିବାରେ ଲାଗିଥାଏ। ଦିଲ୍ଲୀ, ପଞ୍ଜାବ,କେରଳ,ମହାରାଷ୍ଟ୍ର, କର୍ଣ୍ଣାଟକ ସରକାର କେନ୍ଦ୍ରକୁ ବିଗୁଡିଥିବା ସ୍ଥିତି ନେଇ ଚେତାବନୀ ଦେଇସାରିଛନ୍ତି। କେବଳ ଏତିକି
ନୁହେଁ କେରଳ, ମହାରାଷ୍ଟ୍ରରେ ନାଗରିକମାନଙ୍କୁ ବିଜୁଳିର ସଠିକ ପ୍ରୟୋଗ କରିବାକୁ ସାବଧାନ କରାଯାଇଛି। ଭାରତରେ ଚୀନ ଭଳି ଅନେକ ଅଞ୍ଚଳ ଅନ୍ଧାର ହୋଇଯିବନି ତ? ଏବେ ସମସ୍ତଙ୍କ ମନରେ ଘାରିଛି ଏଭଳି ଏକ ପ୍ରଶ୍ନ।

କେନ୍ଦ୍ରୀୟ ବିଦ୍ୟୁତ ପ୍ରାଧିକରଣ ରିପୋର୍ଟ ଅନୁଯାୟୀ, ଅକ୍ଟୋବର ୭ରେ ଦେଶର ୧୩୫ଟି ପ୍ଲାଣ୍ଟ ମଧ୍ୟରୁ ୧୧୦ଟି ପ୍ଲାଣ୍ଟ କୋଇଲା ସଙ୍କଟ ଦେଇ ଗତି କରୁଛି। ୧୬ଟି ପ୍ଲାଣ୍ଟ ପାଖରେ ଗୋଟିଏ ଦିନର ବି କୋଇଲା ମହଜୁଦ ନାହିଁ। ସେହିପରି ୧୮ ପ୍ଲାଣ୍ଟ ପାଖରେ କେବଳ ୨ ଦିନର କୋଇଲା ବଞ୍ଚିଛି। ତେଣୁ ସ୍ଥିତି ବହୁତ ଗମ୍ଭୀର ରହିଛି। ହରିୟାଣା ଓ ମହାରାଷ୍ଟ୍ରର ୩ଟି ପ୍ଲାଣ୍ଟ ଏପରି ଅଛି ଯେଉଁଠି ଗୋଟିଏ ଦିନର କୋଇଲା ବି ମହଜୁଦ ନାହିଁ। ସେହିପରି ପଞ୍ଜାବ,ରାଜସ୍ଥାନ,ଉତ୍ତର ପ୍ରଦେଶ, ଛତିଶଗଡ଼,ମଧ୍ୟପ୍ରଦେଶ, କର୍ଣ୍ଣାଟକ, ତାମିଲନାଡୁ,ବିହାରରେ ଗୋଟିଏ ପ୍ଲାଣ୍ଟ ଅଛି ଯେଉଁଠି ଗୋଟିଏ ଦିନର କୋଇଲା ରହିଛି। ପଶ୍ଚିମବଙ୍ଗରେ ୨ଟି
ପ୍ଲାଣ୍ଟରେ ମଧ୍ୟ ଏଭଳି ସ୍ଥିତି ରହିଛି।

କୋଇଲା ଅଭାବରୁ ୟୁପିରେ ସବୁଠୁ ଅଧିକ ସ୍ଥିତି ଖରାପ ରହିଛି। ଗାଁରୁ ନେଇ ସହର ପର୍ଯ୍ୟନ୍ତ ସବୁଠି ବିଜୁଳି କାଟ କରାଯାଉଛି। ୟୁପିରେ ୩ ହଜାରରୁ ୪ ହଜାର ମେଗାୱାଟ କମ ବିଜୁଳି ଉତ୍ପାଦନ ହେଉଛି। ଦେଶରେ ବିଜୁଳି ଉତ୍ପାଦନ ଶିଳ୍ପ କୋଇଲା ଉପରେ ଅଧିକ ନିର୍ଭରଶୀଳ।ଅଗଷ୍ଟ,ସେପ୍ଟେ୍‌ମ୍ବର ଦୁଇ ମାସରେ ବିଜୁଳି ବ୍ୟବହାର ମାସକୁ ୧୨୪.୨ ବିଲିୟନ ୟୁନିଟରେ ପହଞ୍ଚିଛି। ଯାହାକି ୨୦୧୯ରେ ସମାନ ମାସରେ ମାସିକ ୧୦୬.୬ ବିଲିୟନ ୟୁନିଟ ଥିଲା।

୨୦୧୯ ଅଗଷ୍ଟ,ସେପ୍ଟେମ୍ବର ମାସରେ କୋଭିଡ ମହାମାରୀ ଆରମ୍ଭ ହୋଇନଥିଲା। ଏହି ସମୟରେ କୋଇଲାରୁ ବିଦ୍ୟୁତ ଉତ୍ପାଦନ ୬୧.୯୧%ରୁ ୬୬.୩୫%କୁ ବୃଦ୍ଧି ପାଇଛି। କୋଇଲା ଅଭାବରୁ ୟୁପି, ବିହାର, ମଧ୍ୟପ୍ରଦେଶ, ମହାରାଷ୍ଟ୍ରରୁ ବିଜୁଳି କାଟ ହେବା ଖବର ଆସିବା ଆରମ୍ଭ ହୋଇଗଲାଣି। ତେବେ ଏଭଳି ସ୍ଥିତି ଯଦି ଲାଗି ରହେ ଆଗକୁ ରାଜ୍ୟର ଅନେକ ଅଞ୍ଚଳ ଅନ୍ଧାରରେ ରହିପାରେ।

Leave A Reply

Your email address will not be published.