ପ୍ରମୁଖ ଖବର

ବିଜେପି ଛାଡ଼ି ଆଜି କଂଗ୍ରେସରେ ଯୋଗ ଦେଇଛନ୍ତି ଦେବାଶିଷ ନାୟକ
ଅମିତ ଶାହାଙ୍କ ନକଲି ଭିଡିଓ ମାମଲାରେ ୩ ଦିନିଆ ପୁଲିସ ହେପାଜତରେ ଗଲେ କଂଗ୍ରେସ ନେତା ଅରୁଣ ରେଡ୍ଡୀ
ଆସନ୍ତାକାଲି ରାତି ସାଢ଼େ ୯ଟାରେ ଭୁବନେଶ୍ବରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସୋମବାର ବ୍ରହ୍ମପୁର ଏବଂ ନବରଙ୍ଗପୁରରେ ଆୟୋଜିତ ସଭାରେ ଉଦବୋଧନ ଦେବେ
ନବୀନଙ୍କ ୪ ଜିଲ୍ଲା ଗସ୍ତ: ପ୍ରଥମ ପର୍ଯ୍ୟାୟରେ କୋରାପୁଟ, ପରେ ନବରଙ୍ଗପୁର, ରାୟଗଡ଼ା ଓ ଗଜପତି ଜିଲ୍ଲାରେ ନିର୍ବାଚନ ଥିବାବେଳେ, ବିଜେଡି ପ୍ରାର୍ଥୀଙ୍କ ଲାଗି ଭୋଟ ଭିକ୍ଷା କରିବେ ନବୀନ
ଟିକେଟ ଫେରାଇ ଦେଲେ ପୁରୀ ଲୋକସଭା ପ୍ରାର୍ଥୀ; ମେଲରେ ଏଆଇସିସି କୁ ଲେଖିଲେ କଡ଼ା କଥା,ନିର୍ବାଚନ ଲଢ଼ିବା ପାଇଁ ଦଳ ଫଣ୍ଡିଂ ନ ଦେବାରୁ ଟିକେଟ୍ ଫେରାଇ ଦେଇଥିବା ସେ ମେଲ ଜରିଆରେ ଏଆଇସିସିକୁ ଜଣାଇଛନ୍ତି

‘ଶାହାରୁଖଙ୍କ ପାଇଁ ମୋତେ କାମ ମିଳୁନି’

0

ମୁମ୍ବାଇ: ବଲିଉଡ଼ ବାଦଶାହା ଶାହାରୁଖ ଖାନ ଏବେ ବହୁତ ଖରାପ ସମୟ ଦେଇ ଗତି କରୁଛନ୍ତି।ପୁଅ ଆର୍ୟନ ଖାନ ଡ୍ରଗ୍ସ ମାମଲାରେ ଫଶି ଏବେ ଆର୍ଥର ରୋଡ ଜେଲରେ ଥିବା ବେଳେ ଶାହାରୁଖ ଓ ତାଙ୍କ ପରିବାର ଲୋକଙ୍କ ପାଇଁ ଏହା ବହୁତ କଷ୍ଟକର ସମୟ।ହେଲେ ଶାହାରୁଖଙ୍କ ଯୋଗୁଁ ତାଙ୍କର ଅବିକଳ ଦେଖାଯାଉଥିବା ରାଜୁ ରାହୁକରଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଥିବା ସେ ନିକଟରେ ଜାତୀୟ ଗଣମାଧ୍ୟମରେ କହିଛନ୍ତି।

ରାଜୁ ରାହୁକର ଜାତୀୟ ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି ଯେ, ଅକ୍ଟୋବର ୧୦ରେ ତାଙ୍କୁ ଜୟପୁରରେ ଏକ ଜନ୍ମଦିନ ପାର୍ଟିର ସାମିଲ ହେବାର ଥିଲା। ଏହା ସହ ଅଲଗା ଅଲଗା କାର୍ଯ୍ୟକ୍ରମରେ ମଧ୍ୟ ସେ ଯୋଗ ଦେଇଥାନ୍ତେ। କିନ୍ତୁ ସବୁ ପୋଗ୍ରାମକୁ ବାତିଲ କରିଦିଆଯାଇଛି। ଆୟୋଜକ କହିଥିଲେ ଯେ, ଏବେ ସାଧାରଣ ଲୋକ ଶାହାରୁଖଙ୍କୁ ଆଉ ଗ୍ରହଣ କରିବା ସ୍ଥିତିରେ ନାହାନ୍ତି।

ରାଜୁ ରାହୁକର କହିଛନ୍ତି ଯେ, ଏହି ଦୁଇ କାର୍ଯ୍ୟକ୍ରମରୁ ମିଳିବାକୁ ଥିବା ଟଙ୍କାରୁ ସେ ନିଜ ପିଲାଙ୍କ ସ୍କୁଲ ଫି ଦେଇଥାନ୍ତେ।କିନ୍ତୁ ଏବେ ପୋଗ୍ରାମ ବାତିଲ ହେବା ପରେ ସମସ୍ୟା ବଢିଯାଇଛି। ତେବେ ଶାହାରୁଖଙ୍କୁ ରାଜୁ ନିଜ ଭଗବାନ ବୋଲି ମାନନ୍ତି ବୋଲି କହିଛନ୍ତି।

ଏଥିରେ କୌଣସି ସନ୍ଦେହ ନାହିଁ ଯେ ଶାହାରୁଖ ଖାନ ହେଉଛନ୍ତି ବଲିଉଡର ଜଣେ ସୁପରଷ୍ଟାର। ଲୋକଙ୍କ ହୃଦୟରେ ସେ ରାଜ୍ କରନ୍ତି। ଘରେ ଘରେ ଲୋକ ତାଙ୍କୁ ଜାଣନ୍ତି। କେବଳ ଭାରତରେ ନୁହେଁ ସାରା ବିଶ୍ୱରେ ତାଙ୍କ ପ୍ରଶଂସକ ଅଛନ୍ତି। ଲୋକେ ତାଙ୍କୁ ନିଜ ଆଦର୍ଶ ବୋଲି ମାନନ୍ତି। କିନ୍ତୁ ପୁଅ ଆର୍ୟନ ଜେଲ ଯିବା ପରେ ଶାହାରୁଖଙ୍କ ସ୍ୱଚ୍ଛ ଛବି ଉପରେ କିଛିଟା ପ୍ରଭାବ ପଡିବା ଦେଖାଦେଇଛି।

ତେବେ ଏଭଳି ସଙ୍କଟ ସମୟରେ ଶାହାରୁଖଙ୍କୁ ପାଖରେ କିନ୍ତୁ ବଲିଉଡରୁ ନେଇ ରାଜନେତାଙ୍କ ପର୍ଯ୍ୟନ୍ତ ସମସ୍ତେ ପାଖରେ ଛିଡା ହେଉଛନ୍ତି। ରାଜ ବାବର, ଶଶି ଥରୁର, ମେହବୁବା ମୁଫତି, ଶାହାରୁଖଙ୍କୁ ସମର୍ଥନ କରୁଛନ୍ତି। ସେହିପରି ରବିନା ଟଣ୍ଡନ,ସୁନୀଲ ଶେଟ୍ଟୀ, ସଲମାନ ଖାନ, ଫରାହ ଖାନ, ସୋନୁ ସୁଦ, ଜୋୟା ଅଖତର,ହାନସାଲ ମେହେଟ୍ଟା ଏମିତି ଅନେକ ଷ୍ଟାର ଅଛନ୍ତି ଯେଉଁମାନେ ଶାହାରୁଖଙ୍କୁ ଏଭଳି ସମୟରେ ସାଥ ଦେଇଛନ୍ତି।

Leave A Reply

Your email address will not be published.