ପ୍ରମୁଖ ଖବର

ପେପର ଲିକ୍ ମାମଲାରେ କଠୋର ପଦକ୍ଷେପ: ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ ଘୋଷଣା କଲେ ପ୍ରଧାନମନ୍ତ୍ରୀ
ଗଜପତି ଜିଲ୍ଲାର ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅଳିଆ ଗଦାରେ ପୁଳା ପୁଳା ନିରାମୟ ଔଷଧ
ମହାନଦୀ ଜଳ ବିବାଦ: ସମାଧାନ ପାଇଁ CWCକୁ ମଧ୍ୟସ୍ଥତା ନିର୍ଦ୍ଦେଶ, ଗଠନ ହେବ ଯୁଗ୍ମ କମିଟି
ଜନ୍ତର ମନ୍ତର ଅଞ୍ଚଳରେ ଇଣ୍ଟରନେଟ୍ ବନ୍ଦ, ସୁରକ୍ଷା କଡ଼ାକଡ଼ି
ସିଏମଓରୁ ଫାଇଲ ଗାଏବ ମାମଲା: ଅବସରପ୍ରାପ୍ତ ଆଇଏଏସ ଉପେନ୍ଦ୍ର ବେହେରା ଓ ରାଜେଶ ବର୍ମାଙ୍କୁ ପୁଣି ନୋଟିସ
ଦେଶରେ ବର୍ଷାର ତାଣ୍ଡବ: ୧୨୦ ମୃତ, ବନ୍ୟା-ଭୂସ୍ଖଳନରେ ଜନଜୀବନ ଅସ୍ତବ୍ୟସ୍ତ
ଶ୍ରୀମନ୍ଦିର ପାଇଁ ଆଉ ଏକ ବଡ଼ ସଫଳତା, ୫ଟି ନୂଆ ଟ୍ରେଡ୍ ମାର୍କକୁ ମିଳିଲା ଅନୁମୋଦନ
ଉତ୍ତରାଖଣ୍ଡରେ ପୁଣି ପେପର ଲିକ୍, ଦୁଇଟି ଇଞ୍ଜିନିୟରିଂ ପରୀକ୍ଷା ବାତିଲ
ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର: ୫% ବଢ଼ିଲା ମହଙ୍ଗା ଭତ୍ତା

ମର୍ଣ୍ଣିଂ ୱାକ୍ ସମୟରେ ମାଡିଆସିଲା ମୃତ୍ୟୁ

0

ଭୁବନେଶ୍ବର: କଥାରେ ଅଛି ନିଶ୍ବାସକୁ ବିଶ୍ବାସ ନାହିଁ। କେତେବେଳେ ଏହା ଦୂରେଇ ଯିବ, କିଏ ଜାଣେ। ସମସ୍ତେ ଜାଣିଛନ୍ତି, ଏହା ଦିନେ ସେମାନଙ୍କୁ ସ୍ପର୍ଶ କରିବ। ହେଲେ କାହାକୁ ଓ କେଉଁ ସମୟରେ ଛୁଇଁବ ତାହା କହିହେବନାହିଁ। ଏଇ ଦେଖୁନାହାନ୍ତି, ଆଜି ଭଳି ପବିତ୍ର ମହାନବମୀ ଦିନରେ ଯେତେବେଳେ ଲୋକମାନେ ମାଆଙ୍କୁ ସ୍ମରଣ କରି ଦିନ ଚର୍ଯ୍ୟା ଆରମ୍ଭ କରିଥିବେ, ସେବେ ସାମ୍ନାକୁ ଆସିଛି ଏମିତି ଏକ ଖବର, ଯାହା ଯେ କୌଣସି ଲୋକଙ୍କୁ ବିଚଳିତ କରିପକାଇବ। ସକାଳୁ ସକାଳୁ ନୟାଗଡରୁ ଆସିଥିବା ଏକ ଦୁର୍ଘଟଣା ଖବର, ଆପଣଙ୍କ ଛାତିକୁ ଦୋହଲାଇଦେବ।

ପ୍ରତିଦିନ ଭଳି ଆଜି ବି ସକାଳୁ ଉଠି ମର୍ଣ୍ଣିଂ ୱାକ୍‌ରେ ବାହାରିଥିଲେ ସେମାନେ। ଚାଲି ଚାଲି ଯାଉଥିଲେ ତିନି ମହିଳା। କଥାବାର୍ତ୍ତା ଚାଲିଥିଲା, ଠାକୁରଙ୍କ ଠାରୁ ଆରମ୍ଭ କରି ଦୈନନ୍ଦିନ ଜୀବନ ପର୍ଯ୍ୟନ୍ତ। ହେଲେ କିଏ ଜାଣିଥିଲା ବାଟରେ ମୃତ୍ୟୁ ଜଗିବସିଛି। ନୟାଗଡ଼ ସମ୍ପଡା ନିକଟରେ ୫୭ ନମ୍ବର ଜାତୀୟ ରାଜପଥରେ ରାସ୍ତାର ବାମ ପାଶ୍ୱର୍ରେ ଚାଲିଚାଲି ଯାଉଥିବା ବେଳେ ତିନି ଜଣ ମହିଳାଙ୍କ ଉପରକୁ ଝାମ୍ଫି ପଡିଥିଲା କାଳ। ହଠାତ ସେମାନଙ୍କ ଆଡକୁ ମାଡିଆସିଥିଲା ହତ୍ୟାକାରୀ ଗାଡି। କିଏ କିଛି ଭାବିବା ଆଗରୁ ପଛପଟୁ ତିନିଜଣ ମହିଳାଙ୍କ ଉପରେ ଚଢିଯାଇଥିଲା।

ଅଜଣା ଗାଡ଼ି ଧକ୍କାରେ ସାଙ୍ଗେ ସାଙ୍ଗେ ୩ ଜଣ ମହିଳାଙ୍କ ମଧ୍ୟରୁ ୨ ଜଣଙ୍କ ଘଟଣା ସ୍ଥଳରେ ହିଁ ପ୍ରାଣ ହରାଇଥିଲେ। ଆଉ ଜଣେ ମହିଳା ଗୁରୁତର ହୋଇ ପଡିଛନ୍ତି। ଗୁରୁତର ମହିଳାଙ୍କୁ ପ୍ରଥମେ ସ୍ଥାନୀୟ ହସ୍ପିଟାଲକୁ ନିଆଯାଇଥିବା ପରେ ପରେ ଚିକିତ୍ସା ପାଇଁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁସାରେ ମୃତ ମହିଳା ହେଉଛନ୍ତି, ଟିକିନା ପ୍ରଧାନ ଓ ମାନସୀ ମର୍ଥା। ଗୁରୁତର ମହିଳା ଜଣକ ହେଉଛନ୍ତି ସୁରବାଳା ପରିଡା। ତେବେ ଦୁର୍ଘଟଣା ପରେ ଘଟଣା ସ୍ଥଳରୁ ଗାଡି ଧରି ଫେରାର ହୋଇଯାଇଛି ଡ୍ରାଇଭର। ପୁଲିସ ଘଟଣାର ତଦନ୍ତ କରି ଫେରାର ଗାଡି ଓ ଡ୍ରାଇଭରକୁ ଖୋଜୁଛି।

ସେପଟେ ୨ ମହିଳାଙ୍କ ମୃତ୍ୟୁ ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟିହୋଇଛି। ପରିବାରରେ ପଡିଛି କାନ୍ଦ ବୋବାଳି। କିଏ ଜାଣିଥିଲା ସକାଳୁ ଉଠି ମର୍ଣ୍ଣିଂ ୱାକ୍‌ରେ ଯାଇଥିବା ୨ ମହିଳା ଆଉ ଘରକୁ ଫେରିବେନି!

Leave A Reply

Your email address will not be published.