ପ୍ରମୁଖ ଖବର

ପେପର ଲିକ୍ ମାମଲାରେ କଠୋର ପଦକ୍ଷେପ: ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ ଘୋଷଣା କଲେ ପ୍ରଧାନମନ୍ତ୍ରୀ
ଗଜପତି ଜିଲ୍ଲାର ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅଳିଆ ଗଦାରେ ପୁଳା ପୁଳା ନିରାମୟ ଔଷଧ
ମହାନଦୀ ଜଳ ବିବାଦ: ସମାଧାନ ପାଇଁ CWCକୁ ମଧ୍ୟସ୍ଥତା ନିର୍ଦ୍ଦେଶ, ଗଠନ ହେବ ଯୁଗ୍ମ କମିଟି
ଜନ୍ତର ମନ୍ତର ଅଞ୍ଚଳରେ ଇଣ୍ଟରନେଟ୍ ବନ୍ଦ, ସୁରକ୍ଷା କଡ଼ାକଡ଼ି
ସିଏମଓରୁ ଫାଇଲ ଗାଏବ ମାମଲା: ଅବସରପ୍ରାପ୍ତ ଆଇଏଏସ ଉପେନ୍ଦ୍ର ବେହେରା ଓ ରାଜେଶ ବର୍ମାଙ୍କୁ ପୁଣି ନୋଟିସ
ଦେଶରେ ବର୍ଷାର ତାଣ୍ଡବ: ୧୨୦ ମୃତ, ବନ୍ୟା-ଭୂସ୍ଖଳନରେ ଜନଜୀବନ ଅସ୍ତବ୍ୟସ୍ତ
ଶ୍ରୀମନ୍ଦିର ପାଇଁ ଆଉ ଏକ ବଡ଼ ସଫଳତା, ୫ଟି ନୂଆ ଟ୍ରେଡ୍ ମାର୍କକୁ ମିଳିଲା ଅନୁମୋଦନ
ଉତ୍ତରାଖଣ୍ଡରେ ପୁଣି ପେପର ଲିକ୍, ଦୁଇଟି ଇଞ୍ଜିନିୟରିଂ ପରୀକ୍ଷା ବାତିଲ
ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର: ୫% ବଢ଼ିଲା ମହଙ୍ଗା ଭତ୍ତା

ନିଜ ରେକର୍ଡ ନିଜେ ଭାଙ୍ଗୁଛନ୍ତି, ପୂରା ଲଗାମଛଡା

0

ଭୁବନେଶ୍ବର: ଦେଶରେ ଧୀରେ ଧୀରେ ନିୟନ୍ତ୍ରଣ ବାହାରକୁ ଯାଉଛି ପେଟ୍ରୋଲ ଓ ଡିଜେଲ ଦର। ଦୁଇ ଦିନ ପରେ ଆଜି ପୁଣି ବଢିଛି ତୈଳ ଦର। ଲଗାତର ୭ ଦିନ ଦର ବଢିବା ପରେ ଦୁଇ ଦିନ ମଙ୍ଗଳବାର ଓ ବୁଧବାର ତୈଳ ଦର ସ୍ଥିର ରହିଥିଲା। ଆଜି ପୁଣି ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ଯଥାକ୍ରମେ ୩୬ ପଇସା ଓ ୩୯ ପଇସା ବଢିଛି। ମୁମ୍ବାଇରେ ପେଟୋଲ ଦର ୧୧୧ ଟଙ୍କାରେ ପହଞ୍ଚିଥିବାକୁ ଯାଉଛି ଏବଂ ତା’ ପଛକୁ ଡିଜେଲ ମଧ୍ୟ ଶତକ ପାର କରିଛି। ତୈଳ ଦର ବୃଦ୍ଧିକୁ ନେଇ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ କ୍ରମଶଃ ବହୁଗୁଣିତ ହେଲାଣି। ସବୁ ରାଜନୈତିକ ଦଳ ନିର୍ଦ୍ଦୟଙ୍କ ଭଳି ଆଚରଣ ପ୍ରଦର୍ଶନ କରୁଛନ୍ତି। ସାଧାରଣ ଲୋକଙ୍କ ସମସ୍ୟା ସହିତ ସେମାନଙ୍କର ଯେମିତି ଆଦୌ ସଂପୃକ୍ତି ନାହିଁ।

ଦିନକୁ ଦିନ ହୁ ହୁ ବଢିଚାଲିଛି ତୈଳ ଦର। ଉଭୟ ପେଟ୍ରୋଲ ଓ ଡିଜେଲ ଦର ରେକର୍ଡ ସ୍ତରରେ ପହଞ୍ଚିଲାଣି ପ୍ରତ୍ୟେକ ଦିନ ଲିଟର ପ୍ରତି କିଛି ଶିଳ୍କ ବୃଦ୍ଧି କରୁଛନ୍ତି ତୈଳ କମ୍ପାନି। ଅକ୍ଟୋବରରେ ପେଟ୍ରୋଲ ଓ ଡିଜେଲ ଦର ନିତି ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି।ବାରମ୍ବାର ତୈଳ ବୃଦ୍ଧି ଯୋଗୁଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଖାଉଟି। ଗୋଟିଏ ପଟେ କରୋନାରେ ଅନେକ ଲୋକ ଜୀବିକା ହରାଇଛନ୍ତି ଆଉ ଏହି ସମୟରେ ବାରମ୍ବାର ଏମିତି ତେଲ ଦର ବଢୁଥିବା କାରଣରୁ ସ୍ଥିତି ଗମ୍ଭୀର ହେଲାଣି।

ସୂଚନା ଅନୁସାରେ ଗତବର୍ଷ ବିଶ୍ୱସ୍ତରରେ ଅଶୋଧିତ ତୈଳ ଦର ମୂଲ୍ୟରେ ତୀବ୍ର ହ୍ରାସ ହୋଇଥିବା କାରଣରୁ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଉଛି। ଏବେ ଦେଶର ପ୍ରାୟ ସବୁ ରାଜ୍ୟରେ ପେଟ୍ରୋଲ ଦର ଶତକ ପାର କରିଥିବା ବେଳେ ଲୋକଙ୍କ ପକେଟରେ ନିଆଁ ଲାଗିବା ଭଳି ସ୍ଥିତି ହେଲାଣି। ଦେଶର କିଛି ସହରରେ ପେଟ୍ରୋଲ ଦର ୧୧୦ ଟଙ୍କାରେ ମଧ୍ୟ ପହଞ୍ଚି ସାରିଲାଣି। ରାଜ୍ୟ ତଥା ରାଜ୍ୟ ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା ଟିକସ ଓ ପରିବହନ ମୂଲ୍ୟ ହେତୁ ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ପାର୍ଥକ୍ୟ ହୋଇଥାଏ। ଏହା ସତ୍ତ୍ବେ ନିଜେ ପ୍ରତିଦିନ ପେଟ୍ରୋଲ ଓ ଡିଜେଲ ରେକର୍ଡ କରୁଛନ୍ତି ଓ ତା’ ପରଦିନ ଭାଙ୍ଗୁଛନ୍ତି।

Leave A Reply

Your email address will not be published.