ପ୍ରମୁଖ ଖବର

କମନୱେଲ୍ଡ ଗେମ୍ସରେ ଇତିହାସ ରଚିଲେ ଅସ୍ମିତା ଦେ’, ଜୁଡୋରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ
ଉମରକୋଟ ଆଶ୍ରମ ବିଦ୍ୟାଳୟ ଛାତ୍ରୀ ମୃତ୍ୟୁ ଘଟଣା: ପ୍ରଧାନଶିକ୍ଷକ ନିଲମ୍ବିତ
୩ ମାସ ପରେ କାଲିଠୁ ଖୋଲିବ ଭିତରକନିକା
‘ପ୍ରଶ୍ନପତ୍ର ଲିକ୍ ନୁହେଁ, ମାଲ୍‌ପ୍ରାକ୍ଟିସ୍’— ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟ କୁଳପତି
ହୀରାକୁଦରେ ବଢୁଛି ଜଳସ୍ତର, ଖୋଲିଲା ୨୨ ଗେଟ
ରୁଷିଆ-ୟୁକ୍ରେନ ଯୁଦ୍ଧ: ମୃତ ଭାରତୀୟଙ୍କ ପରିବାରକୁ ସହାୟତା ପାଇଁ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ଦିଲ୍ଲୀରେ ଅମିତ ଶାହ ଓ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଇ-୨୦ ପେଟ୍ରୋଲରେ ୨–୬% କମିବ ମାଇଲେଜ୍‌, କିନ୍ତୁ ଇଞ୍ଜିନ୍‌କୁ କ୍ଷତିର ପ୍ରମାଣ ନାହିଁ

କେବେ ଫେରିବି ‘ମନ୍ନତ’?

0

ମୁମ୍ବାଇ: ବଲିଉଡ଼ ବାଦଶାହା ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କ ସମସ୍ୟା ବଢିବାରେ ଲାଗିଛି। ‘ମନ୍ନତ’ର ଅଏସ ଆରାମରେ ବଡ଼ ହୋଇଥିବା ଆର୍ୟନଙ୍କୁ ଏବେ ଜେଲରେ ଦିନ କାଟିବାକୁ ପଡୁଛି। ଆର୍ୟନ ଦିନ ଗଣୁଛନ୍ତି, ତାଙ୍କୁ କେବେ ଜାମିନ ମିଳିବ ଓ ସେ ମନ୍ନତ ଯିବେ।

ଗୁରୁବାର ମୁମ୍ବାଇ ସେସନ୍ସ କୋର୍ଟ ଜାମିନ ଆବେଦନ ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି। ତେବେ ୫ ଦିନ ପର୍ଯ୍ୟନ୍ତ କୋର୍ଟ ବନ୍ଦ ରହିବା କାରଣରୁ ଅକ୍ଟୋବର ୨୦ରେ ରାୟ ଆସିବ। ଆର୍ୟନ ଖାନଙ୍କୁ ଏବେ ଆର୍ଥର ରୋଡ ଜେଲରେ ରଖାଯାଇଛି। ଜେଲରେ ସେ ବହୁତ ଅବସାଦରେ ରହୁଥିବା ଜେଲ ସୂତ୍ରରୁ ଜଣାପଡିଛି। ବିଳାସପୂର୍ଣ୍ଣ ଜୀବନ ଯାପନ କରୁଥିବା ଆର୍ୟନଙ୍କୁ ଜେଲରେ ଦିନ ରାତି କାଟିବା କଷ୍ଟକର ହୋଇପଡିଛି। ଯାହା ପାଇଁ ସେ ବହୁ ଚିନ୍ତାରେ ଥିବା ନଜର ଆସୁଛନ୍ତି। ଜେଲ ଭିତରେ ତାଙ୍କୁ ଖାପଖୁଆଇବା ପାଇଁ ସମୟ ଲାଗିବ ବୋଲି ଜେଲ ଅଧିକାରୀ ମାନେ କହିଛନ୍ତି।

ଜେଲ ଭିତରେ ଦୁନିଆ ସଂପୂର୍ଣ୍ଣ ଅଲଗା। ତେବେ ସୁରକ୍ଷା କାରଣରୁ ଆର୍ୟନ ଓ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଅଲଗା ଅଲଗା ବାରାକରେ ରଖାଯାଇଛି। କ୍ରୁଜ ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତଙ୍କ ସହ ତାଙ୍କୁ ରଖାଯାଇନି। ଜେଲରେ ଅନ୍ୟ କଏଦୀଙ୍କ ପରି ସେ ସମାନ ଖାଦ୍ୟ ଖାଉଛନ୍ତି; ଯାହା ତାଙ୍କୁ ବିଲକୁଲ ବି ପସନ୍ଦ ଆସୁନାହିଁ।ବାହାର ଖାଇବା କି ଘର ଖାଇବା ଆର୍ୟନଙ୍କୁ ଦିଆଯିବା ନେଇ ଅନୁମତି ନାହିଁ। ଜେଲ ଭିତରେ ଥିବା କ୍ୟାଣ୍ଟିନରୁ ସେ ଯାହା ବି କିଣୁଛନ୍ତି ତାହା ତାଙ୍କ ମନି ଅର୍ଡର ଟଙ୍କାରୁ କଟାଯାଉଛି। ତେବେ ଆର୍ୟନ ଏବେ ଘରୁ ଆସିଥିବା ପୋଷାକ ହିଁ ପିନ୍ଧୁଛନ୍ତି। ତାଙ୍କୁ ଜେଲର କପଡା ପିନ୍ଧିବାକୁ ଦିଆଯାଇନି।

ସେ ସକାଳ ୬ରୁ ଉଠୁଛନ୍ତି। ଠିକ ୭ଟା ବେଳେ ଜଳିଖିଆ ଖାଇବାକୁ ମିଳୁଛି। ଆଉ ୧୧ ଟା ରେ ମଧ୍ୟାହ୍ନ ଭୋଜନ। ସେହିପରି ସନ୍ଧ୍ୟା ଠିକ ୬ଟାରେ ରାତ୍ରି ଖାଇବା ମିଳୁଛିା ଏବଂ ସବୁ ବାରାକ ୬ଟାରେ ବନ୍ଦ ହୋଇଯାଇଥାଏ। ବାହାରୁ କାହାକୁ ବି ଭିତରକୁ ଆସିବାକୁ ଅନୁମତି ଦିଆଯାଏ ନାହିଁ। କଏଦୀ ମାନେ ଦ୍ୱିପହରରେ ଜେଲ ଭିତରେ ବୁଲାବୁଲି କରିପାରିବେ। ତେବେ ଆର୍ୟନ ଖାନଙ୍କ ଉପରେ ଜେଲ ଅଧିକାରୀ ମାନେ ପୂରା ନଜର ରଖିଛନ୍ତି।

ଅକ୍ଟୋବର ୩ରେ ମୁମ୍ବାଇରୁ ଗୋଆ ଯାଉଥିବା କ୍ରୁଜରେ ଏନସିବି ଛାପା ମାରିଥିଲା। ସମୁଦ୍ର ମଝିରେ କ୍ରୁଜରେ ଡ୍ରଗ୍ସ ପାର୍ଟି ଚାଲିଥିବା ବେଳେ ଚଢାଉ କରିଏନସିବି ଆର୍ୟନଙ୍କ ସମେତ ୮ଜଣଙ୍କୁ ଗିରଫ କରିଥିଲା। ଏହା ପରେ ସମସ୍ତଙ୍କୁ ପଚରାଉଚରା ପରେ ଗିରଫ କରାଯାଇଥିଲା। ଏନସିବି ହେପାଜତ ଶେଷ ହେବା ପରେ ଆର୍ୟନଙ୍କ ଜାମିନ ଆବେଦନ ମୁମ୍ବାଇ କୋର୍ଟ ଖାରଜ କରିଥିଲେ।ଏହା ପରେ ତାଙ୍କୁ ଆର୍ଥର ରୋଡ ଜେଲକୁ ପଠାଇଦିଆଯାଇଛି।

Leave A Reply

Your email address will not be published.