ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ ବିଭାଗର ୧୨୯୪ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି
କଳାହାଣ୍ଡିର ଡେପୁଟି କଲେକ୍ଟର ଚିତ୍ତ ରଂଜନ ପିଲ୍ଲାଙ୍କୁ ଆଜି ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି
କରୋନା ଭଳି ଲକ୍ଷଣ ଥିଲେ ରଥଯାତ୍ରା ଯିବାକୁ ମନା, ସ୍ୱାସ୍ଥ୍ୟ ବିଭାଗ
ଲଗାତର ତୃତୀୟ ଥର ରେପୋ ରେଟ କମାଇଲା ରିଜର୍ଭ ବ୍ୟାଙ୍କ
ବର୍ଷା ପୂର୍ବରୁ ହେବ ଡ୍ରେନ୍‍ ସମସ୍ୟାର ସମାଧାନ: ନଗର ଉନ୍ନୟନ ମନ୍ତ୍ରୀ
ପରଲୋକରେ ପୂର୍ବତନ ବିଧାୟକ ମହମ୍ମଦ ରଫିକ୍‌
ଯୋଗାଣ ମନ୍ତ୍ରୀଙ୍କ ଗାଡ଼ିକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌
ଅଗଷ୍ଟ ୩ରେ ନିଟ୍ ପିଜି ପରୀକ୍ଷା, ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ

୨୩ ଘଣ୍ଟା ଘାଣ୍ଟିଲା ଭିଜିଲାନ୍ସ

0

ଭୁବନେଶ୍ବର: ଭିଜିଲାନ୍ସ ପଞ୍ଝାରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ଜେଲରୁ ସିନା ମୁକ୍ତି ପାଇଲେ କିନ୍ତୁ ଭିଜିଲାନ୍ସ ପଞ୍ଝା ଭିତରୁ ମୁକୁଳି ପାରୁନାହାଁନ୍ତି ବିଧାୟକ। ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ପଶି ଖାନତଲାସି କରିଛି ଭିଜିଲାନ୍ସ। ରାତି ସାରା ଚାଲିଛି ରେଡ୍।ପାଖାପାଖି ୨୩ ଘଣ୍ଟା ଧରି ମାରାଥନ ଚଢାଉ କରାଯାଇଛି। ଗତକାଲି ସକାଳ ୭ରୁ ଚଢାଉ ଆରମ୍ଭ ହୋଇଥିଲା। ଆଉ ଆଜି ସକାଳ ୬ରେ ଚଢାଉ ଶେଷ କରି ଫେରିଛି ଭିଜିଲାନ୍ସ ଟିମ।

୨୩ ଘଣ୍ଟା ଧରି ଚଢାଉ ସମୟରେ ଟଙ୍କା, ବ୍ୟାଙ୍କ ପାସବୁକ,ଓ ବହୁ ପରିମାଣର ଅଳଙ୍କାର ଓ ଲାପଟପ ଜବତ କରାଯାଇଛି। ପ୍ରଦୀପଙ୍କ ଅର୍ଥନୀତି କାରବାରର ଲିଙ୍କ ଖୋଜିଛି ଭିଜିଲାନ୍ସ। କେତେ ପରିମାଣରେ ସେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଛନ୍ତି ତାର ହିସାବ କରିଛି ଭିଜିଲାନ୍ସର ଏକାଧିକ ଟିମ। ଏକକାଳୀନ ୧୫ଟି ଯାଗାରେ ଚଢାଉ କରାଯାଉଛି।

ଭୁବନେଶ୍ୱର ୟୁନିଟ ୬ରେ ଥିବା ସରକାରୀ ବାସଭବନରେ ଚଢାଉ କରିଥିଲା ଭିଜିଲାନ୍ସ। ପ୍ରଦୀପଙ୍କ ପରାମର୍ଶଦାତା ସର୍ବେଶ୍ୱର ରାଓଙ୍କ ବ୍ରହ୍ମପୁର ବାସଭବନ, ପ୍ରଦୀପଙ୍କ ସହଯୋଗୀ କମ୍ବୁପାଣି ସାହୁଙ୍କ ବଡ଼କୁଶସ୍ଥଳୀ ବାସଭବନ ଓ ସେହି ଗାଁରେ ହରେକୃଷ୍ଣ ସାହୁଙ୍କ ଘରେ ମଧ୍ୟ ଭିଜିଲାନ୍ସ ଖାନତଲାସି କରିଛି। ସେହିପରି ପ୍ରଦୀପ ପାଣିଗ୍ରାହୀଙ୍କ ଆର୍ଥିକ କାରବାର ସହିତ ଜଡ଼ିତ ମଦନ ମୋହନ ପାଣିଗ୍ରାହୀଙ୍କ ନରେନ୍ଦ୍ରପୁର ବାସଭବନ ଓ ଡ୍ରାଇଭର ଉଜ୍ୱଳ ପାଣିଗ୍ରାହୀଙ୍କ ଘରେ ବି ଭିଜିଲାନ୍ସ ରେଡ କରିଥିଲା।

ବିଧାୟକ ପ୍ରଦୀପ ପାଣିଗ୍ରାହୀ ୫ କୋଟିରୁ ଅଧିକ ଟଙ୍କା ଆୟ ବର୍ହିଭୂତ ସମ୍ପତି ଠୁଳ କରିଥିବା ଅଭିଯୋଗ ନେଇ ଏହି ଚଢାଉ ହୋଇଥିଲା। ଏନେଇ ଲୋକାୟୁକ୍ତଙ୍କୁ ତ ଡିସେମ୍ବର ୯ ତାରିଖରେ ଅବଗତ କରାଇଥିଲା। ଏହି ମାମଲାର ତଦନ୍ତ ପାଇଁ ଭିଜିଲାନ୍ସକୁ ନିର୍ଦ୍ଦେଶ ଦେଇଥିଲେ ଲୋକାୟୁକ୍ତ। ଜେଲରୁ ବାହାରିବା ପରେ ପ୍ରଦୀପ ପାଣିଗ୍ରାହୀ ଏହାକୁ ଚ୍ୟାଲଞ୍ଜ କରି ହାଇକୋର୍ଟ ଯାଇଥିଲେ। ପରେ ହାଇକୋର୍ଟ ଲୋକାୟୁକ୍ତଙ୍କ ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶକୁ ଖାରଜ କରିଦେଇଥିଲେ। ଏହାପରେ ଏସଏଲପି ଜରିଆରେ ସୁପ୍ରିମକୋର୍ଟ ଯାଇଥିଲେ ଲୋକାୟୁକ୍ତ।

ମାମଲାର ପ୍ରାରମ୍ଭିକ ଶୁଣାଣିରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଉପରେ ସୁପ୍ରିମକୋର୍ଟ ସ୍ଥଗିତାଦେଶ ଜାରି କରିଥିବାରୁ ଲୋକାୟୁକ୍ତଙ୍କ ନିର୍ଦ୍ଦେଶକୁ ପୁଣି କାର୍ଯ୍ୟକାରୀ କରିଛି ଭିଜିଲାନ୍ସ। ଗତ ବର୍ଷ ଡିସମ୍ବର ୩ ତାରିଖରେ ଟାଟା କମ୍ପାନିରେ ଚାକିରି କରାଇଦେବା ନାଁରେ ଠକେଇ ମାମଲାରେ ପ୍ରଦୀପ ପାଣିଗ୍ରାହୀଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ। ଏହା ପରେ ଜୁନ ୧୨ରେ ଝାରପଡ଼ା ଜେଲରୁ ମୁକୁଳିଥିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ତାଙ୍କ ନାଁରେ ଥିବା ଷଷ୍ଠ ମାମଲାରେ ସେ ଜାମିନ ପାଇବା ପରେ ଜେଲରୁ ମୁକୁଳିଥିଲେ ।

Leave A Reply

Your email address will not be published.