ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ ବିଭାଗର ୧୨୯୪ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି
କଳାହାଣ୍ଡିର ଡେପୁଟି କଲେକ୍ଟର ଚିତ୍ତ ରଂଜନ ପିଲ୍ଲାଙ୍କୁ ଆଜି ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି
କରୋନା ଭଳି ଲକ୍ଷଣ ଥିଲେ ରଥଯାତ୍ରା ଯିବାକୁ ମନା, ସ୍ୱାସ୍ଥ୍ୟ ବିଭାଗ
ଲଗାତର ତୃତୀୟ ଥର ରେପୋ ରେଟ କମାଇଲା ରିଜର୍ଭ ବ୍ୟାଙ୍କ
ବର୍ଷା ପୂର୍ବରୁ ହେବ ଡ୍ରେନ୍‍ ସମସ୍ୟାର ସମାଧାନ: ନଗର ଉନ୍ନୟନ ମନ୍ତ୍ରୀ
ପରଲୋକରେ ପୂର୍ବତନ ବିଧାୟକ ମହମ୍ମଦ ରଫିକ୍‌
ଯୋଗାଣ ମନ୍ତ୍ରୀଙ୍କ ଗାଡ଼ିକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌
ଅଗଷ୍ଟ ୩ରେ ନିଟ୍ ପିଜି ପରୀକ୍ଷା, ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ

ବିଧାୟକଙ୍କ ଘରୁ ମିଳିଲା ଦେଢ କେଜିର ସୁନା

0

ଭୁବନେଶ୍ବର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରୁ ମିଳିଛି ପୁଳାପୁଳା ସୁନା। ରବିବାର ଭିଜିଲାନ୍ସ ପକ୍ଷରୁ ପ୍ରଦୀପ ପାଣିଗ୍ରାହୀଙ୍କ ଚଢାଉ କରାଯାଇଥିବା ବେଳେ ପାଖାପାଖି ଦେଢ କିଲୋ ଓଜନର ସୁନା ଜବତ କରାଯାଇଛି। ୧୪୪୦ ଗ୍ରାମ ସୁନା ଜବତ କରାଯାଇଥିବା ନେଇ ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି।

ସେହିପରି ଦେଶର ନାମୀ ବ୍ରାଣ୍ଡର ଏକ ଦାମୀ ହାର ଜବତ କରାଯାଇଛି। ଯାହାର ମୂଲ୍ୟ ୨୪ ଲକ୍ଷ ୨୫ ହଜାର ଟଙ୍କା ହେବ । ପ୍ରଦୀପ ଓ ତାଙ୍କ ପରିବାରର ସମସ୍ତ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍‌ କରାଯାଇଛି। ଘରୁ ଜବତ ହୋଇଥିବା ସମସ୍ତ ଦସ୍ତାବିଜର ଚାଟାର୍ଡ ଆକାଉଣ୍ଟ ତଦନ୍ତ କରିବେ। ଇଲୋକ୍ଟ୍ରୋନିକ ପ୍ରମାଣ ଓ କାଗଜପତ୍ରର ଯାଞ୍ଚ କରିବ ସାଇବର ସେଲ। ସାକ୍ଷୀ , ସନ୍ଦିଗ୍ଧ ଓ ଅଭିଯୁକ୍ତଙ୍କ ପରୀକ୍ଷା ସଠିକ ସମୟରେ ହେବ। ସମ୍ପତ୍ତି ବ୍ୟାଜାପ୍ତି ପାଇଁ ପଦକ୍ଷେପ ନିଆଯାଉଛି। ଏବେ ତଦନ୍ତ ଜାରି ରହିଥିବା ନେଇ ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି।

ପ୍ରାୟ ୨୩ ଘଣ୍ଟା ପ୍ରଦୀପଙ୍କ ଘରେ ଖୋଳତାଡ଼ କରିଥିଲା ଭିଜିଲାନ୍ସ। ରବିବାର ସକାଳୁ ଚଢାଉ କରିଥିଲା ଓ ଆଜି ସକାଳ ୬ଟାରେ ଚଢାଉ ଶେଷ କରି ଫେରିଥିଲା। ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୧୫ଟି ସ୍ଥାନରେ ରେଡ୍‌ କରାଯାଇଥିଲା।

ବିଧାୟକ ପ୍ରଦୀପ ପାଣିଗ୍ରାହୀ ୫ କୋଟିରୁ ଅଧିକ ଟଙ୍କା ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା। ଏନେଇ ତଦନ୍ତ ପାଇଁ ଭିଜିଲାନ୍ସକୁ ନିର୍ଦ୍ଦେଶ ଦେଇଥିଲେ ଲୋକାୟୁକ୍ତ। ଜେଲରୁ ବାହାରିବା ପରେ ପ୍ରଦୀପ ପାଣିଗ୍ରାହୀ ଏହାକୁ ଚ୍ୟାଲଞ୍ଜ କରି ହାଇକୋର୍ଟ ଯାଇଥିଲେ। ପରେ ହାଇକୋର୍ଟ ଲୋକାୟୁକ୍ତଙ୍କ ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶକୁ ଖାରଜ କରିଦେଇଥିଲେ। ଏହାକୁ ଚ୍ୟାଲେଞ୍ଜ କରି ଏସଏଲପି ଜରିଆରେ ସୁପ୍ରିମକୋର୍ଟ ଯାଇଥିଲେ ଲୋକାୟୁକ୍ତ।ମାମଲାର ପ୍ରାରମ୍ଭିକ ଶୁଣାଣିରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଉପରେ ସୁପ୍ରିମକୋର୍ଟ ସ୍ଥଗିତାଦେଶ ଜାରି କରିଥିବାରୁ ଲୋକାୟୁକ୍ତଙ୍କ ନିର୍ଦ୍ଦେଶକୁ ପୁଣି କାର୍ଯ୍ୟକାରୀ କରିଛି ଭିଜିଲାନ୍ସ।

ଗତ ବର୍ଷ ଡି‌‌ସେମ୍ବର ୩ ତାରିଖରେ ଟାଟା କମ୍ପାନିରେ ଚାକିରି କରାଇଦେବା ନାଁରେ ଠକେଇ ମାମଲାରେ ପ୍ରଦୀପ ପାଣିଗ୍ରାହୀଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ। ଏହା ପରେ ଜୁନ ୧୨ରେ ଝାରପଡ଼ା ଜେଲରୁ ମୁକୁଳିଥିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ।

Leave A Reply

Your email address will not be published.