ପ୍ରମୁଖ ଖବର

ଭୁବନେଶ୍ୱର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି
୬ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି, ନୀଳିଗିରି ପାଇଁ ସ୍ପଷ୍ଟ କଲାନି ଦଳ
ସମ୍ବଲପୁର ଲୋକସଭା ଆସନ ପାଇଁ ନାମାଙ୍କନ ଭରିଲେ ଧର୍ମେନ୍ଦ୍ର ପ୍ରଧାନ, ହଜାର ହଜାର ସମର୍ଥକଙ୍କ ସହ ଉପ ଜିଲ୍ଲାପାଳ କାର୍ଯ୍ୟାଳୟରେ ଭରିଲେ ନାମାଙ୍କନ
ବିଜେଡିରୁ ଇସ୍ତଫା ଦେଲେ ଅନୁଭବ ପଟ୍ଟନାୟକ
୩ ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି: ନୀଳଗିରିରୁ ସୁକାନ୍ତ ନାୟକ, କୋରେଇରୁ ସନ୍ଧ୍ୟାରାଣୀ ଦାସ ଓ ଖଣ୍ଡପଡାରୁ ସାବିତ୍ରୀ ପ୍ରଧାନଙ୍କୁ ଦଳ ପ୍ରାର୍ଥୀ କରିଛି
ସେହିଭଳି ଦେବଗଡ ଆସନରେ ପୂର୍ବରୁ ପ୍ରାର୍ଥୀ ଘୋଷଣା କରିଥିବା ଅରୁନ୍ଧତୀ ଦେବୀଙ୍କ ସ୍ଥାନରେ ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କୁ ବିଜେଡି ପ୍ରାର୍ଥୀ କରିଛି
ଆଦର୍ଶ ଆଚରଣ ଵିଧି ଉଲ୍ଲଂଘନ ଅଭିଯୋଗରେ ମିଶନଶକ୍ତିର ଦୁଇ ଜଣ ସିଆରପିଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ ନିଲମ୍ବିତ କରିଛନ୍ତି
କଣ୍ଟାବାଞ୍ଜି ବିଧାନସଭା ପାଇଁ ନାମାଙ୍କନ ଦାଖଲ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ମନ୍ଦିରା କହିଲେ ବଞ୍ଚିବାର କାରଣ…

0

ନୂଆଦିଲ୍ଲୀ: ସ୍ୱାମୀଙ୍କୁ ହରାଇବା ପରେ ଭାଙ୍ଗିପଡିଥିବା ଅଭିନେତ୍ରୀ ମନ୍ଦିରା ବେଦୀ ଏବେ ନିଜକୁ ପୁଣି ଦୃଢ କରୁଛନ୍ତି। ମନ୍ଦିରା ଏବେ ଲଭ ଲାଇଫ ଲାଇଭ ସୋ ସିଜିନ ଥ୍ରୀରେ ନଜର ଆସୁଛନ୍ତି। ଏକ ସାକ୍ଷାତକାରରେ ମନ୍ଦିରା ବେଦୀ କହିଛନ୍ତି ଯେ ସେ କିପରି ନିଜ ଜୀବନରେ ଆଗକୁ ବଢୁଛନ୍ତି। ସେ କହିଛନ୍ତି ସେ ନିଜର ସମ୍ପୂର୍ଣ୍ଣ ଧ୍ୟାନ ଦୁଇ ଛୁଆଙ୍କ ଉପରେ ଦେଉଛନ୍ତି। ଏହା ସହ ସେ କହିଛନ୍ତି ଯେ ତାଙ୍କର ଦୁଇ ପିଲା ହେଉଛନ୍ତି ତାଙ୍କର ବଳ।

ମନ୍ଦିରା ବେଦୀ ୨୦୨୧ ଜୁନରେ ନିଜ ସ୍ୱାମୀ ରାଜ କୌଶଲଙ୍କୁ ହରାଇଥିଲେ। ରାଜ ଏକ ଫିଲ୍ମ ନିର୍ମାତା ଥିଲେ। ମନ୍ଦିରା କହିଛନ୍ତି ତାଙ୍କ ୧୦ ବର୍ଷର ପୁଅ ବୀରା ଏବଂ ୫ ବର୍ଷର ଝିଅ ତାରା ତାଙ୍କ ପାଇଁ ସବୁକିଛି।ସେ କହିଛନ୍ତି ତାଙ୍କର ପ୍ରେରଣା ହେଉଛି କାମ ଜାରି ରଖିବା, ଚେଷ୍ଟା ଜାରି ରଖିବା ଓ ଉନ୍ନତମାନର କାମ କରିବା। ଏସବୁ ଭିତରେ ତାଙ୍କର ସବୁଠୁ ବଡ଼ ପ୍ରେରଣା ତାଙ୍କର ପିଲାମାନେ ବୋଲି ସେ କହିଛନ୍ତି।

ମନ୍ଦିରା ବେଦୀ କହିଛନ୍ତି, ସେ ଯାହା କିଛି କରୁଛନ୍ତି ତାଙ୍କ ପିଲାଙ୍କ ପାଇଁ କରୁଛନ୍ତି, ତାଙ୍କର ଆଗକୁ ବଢିବାର କାରଣ ହେଉଛନ୍ତି ସେମାନେ। ପିଲାମାନେ ତାଙ୍କର ସାହାସ, ଶକ୍ତି ଓ ତାଙ୍କ ବଞ୍ଚିବାର କାରଣ। ପିଲାଙ୍କ ପାଇଁ ସେ ଏକ ଭଲ ଅଭିଭାବକ ହେବାକୁ ଚାହୁଁଥିବା କହିଛନ୍ତି।

ମନ୍ଦିରା ବେଦୀ ଇଣ୍ଡଷ୍ଟ୍ରିରେ ଜଣାଶୁଣା ଚେହେରାଙ୍କ ମଧ୍ୟରୁ ହେଉଛନ୍ତି ଜଣେ। ଦିଲୱାଲେ ଦୁଲହନିଆ ଲେ ଜାଏଗେଁ, ଦଶ କାହାନିଆଁଙ୍କ ପରି ଫିଲ୍ମରେ ସେ କାମ କରିଛନ୍ତି। କିନ୍ତୁ ତାଙ୍କୁ ପରିଚୟ ‘ଶାନ୍ତି’, କିଉଁକି ଶାଶ ଭି କଭି ବୋହୂ ଥେ, ୨୪ ପରି ହିଟ ସୋରୁ ମିଳିଥିଲା। ଏହା ସହ ମନ୍ଦିରା ୨୦୦୩, ୨୦୦୭ରେ ଆଇସିସି କ୍ରିକେଟ ୱାଲ୍ଡ କପ, ୨୦୦୪ ଓ ୨୦୦୬ର ଚାମ୍ପିଅନ୍ସ ଟ୍ରଫି ଓ ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ ୨ର ହୋଷ୍ଟ କରିଛନ୍ତି।

Leave A Reply

Your email address will not be published.