ପ୍ରମୁଖ ଖବର

ଦେହରେ ନିଆଁ ଲଗାଇ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
ଅନଲାଇନ ଗେମ୍ ଖେଳିବାକୁ ମନା କରିବାରୁ ଜୀବନ ହାରିଲେ ନାବାଳକ
ରାକ୍ଷୀରେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ପିଉସା ସମେତ ୫ ଅଟକ
ସ୍ୱାଧୀନତା ଦିବସ ପାଇଁ ଜାରି ହେଲା ଟ୍ରାଫିକ୍‌ କଟକଣା
ଭୁବନେଶ୍ୱରର ଘରୋଇ କଲେଜ ପରିସରରେ ଯୁବକଙ୍କ ଆତ୍ମାହୁତି ଉଦ୍ୟମ
ସବୁ ସରକାରୀ କାର୍ଯ୍ୟାଳୟରେ ଲାଗିବ ଏଆଇ କ୍ୟାମେରା
ବିଧାନସଭା ଆଗରେ ୭ ବର୍ଷୀୟ ଝିଅ ସହ ଦମ୍ପତିଙ୍କ ଆତ୍ମହତ୍ୟା ଉଦ୍ୟମ

ଧମାଲ ମଚାଇଲା ରାନୁଙ୍କ ନୂଆ ଭିଡିଓ

0

ମୁମ୍ବାଇ: ଗୋଟିଏ ଗୀତ ଗାଇ ରାତାରାତି ସେନସେସନ ପାଲଟିଥିବା ରାନୁ ମଣ୍ଡଳଙ୍କ ଏବେ ‘ବଚପନ କା ପ୍ୟାର’ ଗୀତ ଗାଉଥିବାର ଭିଡିଓ ଭାଇରାଲ ହୋଇଛି। ଏହା ପୂର୍ବରୁ ରାନୁଙ୍କ ହିଟ୍ ଟ୍ରାକ ‘ମାଣିକ ମଗେ ହିତେ’ଗୀତର ଭିଡିଓ ସାମନାକୁ ଆସିଥିଲା। ୟୁଟ୍ୟୁବର ରୋନ୍ଧନ ପୋରିଚୋଏ ରାନୁ ମଣ୍ଡଳଙ୍କ ବଚପନ କା ପ୍ୟାର ଗୀତର ୧୫ ସେକେଣ୍ଡର ଭିଡ଼ିଓ ପୋଷ୍ଟ କରିଛନ୍ତି। ଏହି ଭିଡିଓକୁ ଏବେ ୫ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି। ନାଲି ଟି ସାର୍ଟ ଓ ସ୍କର୍ଟ ପିନ୍ଧି ରାଣୁ ବଚପନ୍ କା ପ୍ୟାର ଗୀତ ପୁରା ଜୋସରେ ଗାଉଥିବାର ଦେଖିବାକୁ ମିଳିଛି।

‘ବଚପନ କା ପ୍ୟାର’ଏକ ଟପ ଟ୍ରେଣ୍ଡିଂ ଗୀତ ଯାହା ଚଳିତ ବର୍ଷ ଆରମ୍ଭରେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା। ଗୀତଟି ଛତିଶଗଡର ପିଲା ସହଦେବ ଡର୍ଡୋ ଗାଇଥିଲେ। ଏହା ପରେ ରାପର ବାଦଶାହା ସହଦେବ ଗାଇଥିବା ବଚପନ କା ପ୍ୟାର ଗୀତର ଏକ ରିମକ୍ସ କରିବା ପରେ ଏହାର ଲୋକପ୍ରିୟତା ବଢିଥିଲା।

ପଶ୍ଚିମବଙ୍ଗ ରାଣାଘାଟ ରେଳ ଷ୍ଟେସନରେ ରାନୁ ମଣ୍ଡଳ ଲତା ମଙ୍ଗେସକରଙ୍କ ଗୀତ ‘ଏକ ପ୍ୟାର କା ନଗମା ହେ’ ଗୀତ ଗାଉଥିବାର ଭିଡିଓ ଭାଇରାଲ ହୋଇଥିଲା। ଭିଡିଓଟି ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ରାନୁ ମଣ୍ଡଳ ୨୦୧୯ରେ ରାତାରାତି ଇ ରନେଟ ସେନସେସନ ବନିଯାଇଥିଲେ। ପରେ ତାଙ୍କୁ ମୁମ୍ବାଇର ଏକ ରିଅଲିଟି ସୋକୁ ନିମନ୍ତ୍ରଣ କରାଯାଇଥିଲା। ହିମେଶ ରେଶମିଆ ରାନୁଙ୍କୁ ତାଙ୍କ ଫିଲ୍ମର ଏକ ଗୀତ ଗାଇବାକୁ ଅନୁରୋଧ କରିଥିଲେ। ରାନୁ ମଣ୍ଡଳ ଫିଲ୍ମ ପାଇଁ ହିମେଶ ରେଶମିଆଙ୍କ ସହିତ ‘ଆଦତ’ ଓ ‘ଆଶିକ୍‌’ରେ ତେରି ୨.୦ ଗୀତ ଗାଇଛନ୍ତି।

Leave A Reply

Your email address will not be published.