ପ୍ରମୁଖ ଖବର

ଦେହରେ ନିଆଁ ଲଗାଇ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
ଅନଲାଇନ ଗେମ୍ ଖେଳିବାକୁ ମନା କରିବାରୁ ଜୀବନ ହାରିଲେ ନାବାଳକ
ରାକ୍ଷୀରେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ପିଉସା ସମେତ ୫ ଅଟକ
ସ୍ୱାଧୀନତା ଦିବସ ପାଇଁ ଜାରି ହେଲା ଟ୍ରାଫିକ୍‌ କଟକଣା
ଭୁବନେଶ୍ୱରର ଘରୋଇ କଲେଜ ପରିସରରେ ଯୁବକଙ୍କ ଆତ୍ମାହୁତି ଉଦ୍ୟମ
ସବୁ ସରକାରୀ କାର୍ଯ୍ୟାଳୟରେ ଲାଗିବ ଏଆଇ କ୍ୟାମେରା
ବିଧାନସଭା ଆଗରେ ୭ ବର୍ଷୀୟ ଝିଅ ସହ ଦମ୍ପତିଙ୍କ ଆତ୍ମହତ୍ୟା ଉଦ୍ୟମ

ବାଦଲଫଟା ବର୍ଷା ରଚିଲା ପ୍ରଳୟ

0

ନୂଆଦିଲ୍ଲୀ: ବାଦଲଫଟା ବର୍ଷା ଦେବଭୂମି ଉତ୍ତରାଖଣ୍ଡରେ ପ୍ରଳୟ ସୃଷ୍ଟି କରିଛି। ଦୀର୍ଘ ତିନି ଧରି ଲାଗି ରହିଥିବା ବର୍ଷା ଆକସ୍ମିକ ବନ୍ୟା ପରିସ୍ଥିତି ସୃଷ୍ଟି କରିବା କାରଣରୁ ମଙ୍ଗଳବାର ରାତି ସୁଦ୍ଧା ୩୪ ଜଣଙ୍କର ପ୍ରାଣ ନେଲାଣି। ସରକାରୀ ଭାବେ କୁହାଯାଇଛି ପାଞ୍ଚ ଜଣ ନିଖୋଜ ଅଛନ୍ତି। ଘର, ପୋଲ ବ୍ୟାପକ କ୍ଷତି ଘଟିଛି। ବେସରକାରୀ ଭାବେ ଏହି ସଂଖ୍ୟା କେତେ ହେବ, ତାହା ଆକଳନ କରିବା ମୁସ୍କିଲ୍।

ପରିସ୍ଥିତିର ଗମ୍ଭୀରତାକୁ ଉପଲବ୍ଧି କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ପରିସ୍ଥିତି ଉପରେ ନଜର ରଖିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ସହିତ କଥା ହୋଇଛନ୍ତି। ସମସ୍ତ ପ୍ରକାର ସହଯୋଗ ଲାଗି କେନ୍ଦ୍ର ସରକାର ଆଶ୍ବାସନା ଦେଇଛନ୍ତି। ସେପଟେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଶ୍ରୀ ଧାମି ମୃତକଙ୍କ ପରିବାର ଲାଗି ୪ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ଉଦ୍ଧାର କାର୍ଯ୍ୟ ପାଇଁ ତିନିଟି ଆର୍ମି ହେଲକପ୍ଟର ନିୟୋଜିତ କରାଯିବ। ଯେଉଁମାନେ ଘର ହରାଇଛନ୍ତି, ସେମାନଙ୍କ ୧.୯ଲକ୍ଷ ଟଙ୍କା ପ୍ରଦାନ କରାଯିବ। ପଶୁ ସଂପଦ କ୍ଷତିପୂରଣ ବି ସରକାର ଦେବେ।

୨୪ ଘଣ୍ଟା ମଧ୍ୟରେ ୫୦୦ ମିମିରୁ ଅଧିକ ବର୍ଷା ପରେ ଆଇକନିକ୍ ନୈନିତାଲ ହ୍ରଦ ଉଚ୍ଛୁଳିଥିଲା ଓ ଜଳ ସ୍ତର ରେକର୍ଡସ୍ତର ଛୁଇଁଥିଲା। କେବଳ ସେତିକି ନୁହେଁ, ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ମଧ୍ୟ ସୃଷ୍ଟି ହେବା ସହିତ ଭୂସ୍ଖଳନ କାରଣରୁ ଘର, ହଷ୍ଟେଲ, ରାସ୍ତା ଗଭୀର ଭାବେ ପ୍ରଭାବିତ ହୋଇଥିଲା।

Leave A Reply

Your email address will not be published.