ପ୍ରମୁଖ ଖବର

ଶ୍ରୀକ୍ଷେତ୍ର ପୁରୀରେ ଆଜି ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ପବିତ୍ର ଅଧରପଣା ନୀତି ସମ୍ପନ୍ନ
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପ୍ରଥମ ରୌପ୍ୟ, ଋଷିକାନ୍ତ ସିଂହଙ୍କ କମାଲ
ଓଡ଼ିଶାର ଝିଅ ଜ୍ୟୋତିର୍ମୟୀ ନାୟକ ହେଲେ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ ବିଜେତା
ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଂସ୍କାର ପାଇଁ ଗଠନ ହେବ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ:ପ୍ରଧାନମନ୍ତ୍ରୀ
ହାଇୱେ ଯାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି: ଦୂରତା ଅନୁସାରେ ଦେବେ ଟୋଲ ଶୁଳ୍କ
ମହାରାଷ୍ଟ୍ର ଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ବିହାରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
ସରକାରଙ୍କ ସହ ଆଲୋଚନା ପରେ ସିଜେପିର ଆନ୍ଦୋଳନ ପ୍ରତ୍ୟାହାର
ଲଗାଣ ବର୍ଷା ପାଇଁ ଜଗତସିଂହପୁରରେ କାଲି ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି
ବୌଦ୍ଧରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ୟାଙ୍କର ସହ କାର ଧକ୍କା, ୩ ଗୁରୁତର
ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ଥାନରେ ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ନେଲେ ପ୍ରହ୍ଲାଦ ଯୋଶୀ

ଚୀନରେ ଫେରିଲା କରୋନା

0

ଚୀନରେ ପୁଣି ଥରେ କରୋନା ସଂକ୍ରମଣ ବଢିବା ଆରମ୍ଭ ହୋଇଛି । ଗତ କିଛି ଦିନଧରି ଲଗାତର ସଂକ୍ରମଣ ମାମଲା ବୃଦ୍ଧି ପାଉଥିବାର ଦେଖିବାକୁ ମିଳିଛି । ନୂଆ ମାମଲା ସାମନାକୁ ଆସୁଥିବାରୁ ଚୀନ ସରକାର ପୁଣି କଠୋର ପଦକ୍ଷେପ ନେଇଛନ୍ତି। ବିମାନ ବାତିଲ କରିଦିଆଯାଇଛି । କିଛି ଯାଗାରେ ସ୍କୁଲ ବନ୍ଦ କରିଦିଆଯିବା ସହ ସଂକ୍ରମଣ ଅଧିକ ବୃଦ୍ଧି ପାଉଥିବା ଜାଗାରେ ଲକଡାଉନ ଘୋଷଣା କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ, ଚୀନର ଉତ୍ତର ଓ ଉତ୍ତର-ପଶ୍ଚିମ ସହରରେ ସଂକ୍ରମଣ ବ୍ୟାପୁଛି । କିଛି ବାହାରୁ ଆସୁଥିବା ଯାତ୍ରୀଙ୍କ ପାଇଁ ଏହି ସଂକ୍ରମଣ ବଢୁଥିବା କୁହାଯାଉଛି । ତେଣୁ ପ୍ରଶାସନ ପଦକ୍ଷେପ ନେବା ଆରମ୍ଭ କରିଦେଇଛନ୍ତି । ଅଧିକରୁ ଅଧିକ କରୋନା ନମୂନା ପରୀକ୍ଷା କରାଯାଉଛି । ପର୍ଯ୍ୟଟନ ସ୍ଥଳୀ ଗୁଡିକ ମଧ୍ୟ ବନ୍ଦ କରିଦିଆଯାଇଛି । ଚୀନର ଲାନଜୋନ ଅଞ୍ଚଳରେ ଲୋକଙ୍କୁ ଆବଶ୍ୟକ ନଥିଲେ ଘରୁ ବାହାରିବାକୁ ମନା କରାଯାଇଛି । ଯଦି କିଛି ଜରୁରୀ କାମ ନାହିଁ ତାହେଲେ ଘରେ ରହିବାକୁ ନିବେଦନ କରାଯାଇଛି ।

ସୂଚନା ଅନୁସାରେ, ଲାନଜୋନ ଓ ସିଆନ ଅଞ୍ଚଳରେ ୬୦ ପ୍ରତିଶତ ବିମାନ ଉଡାଣ ବାତିଲ କରାଯାଇଛି । କୁହାଯାଉଛି ଯେ, ମଙ୍ଗୋଲିଆ ଅଞ୍ଚଳରେ କରୋନାର ନୂଆ ମାମଲା ବଢୁଥିବା ଯୋଗୁଁ କୋଇଲା ଆମଦାନୀ ପ୍ରଭାବିତ ହୋଇପାରେ । ଚୀନ ନିଜ ଦେଶରେ ଗୋଟିଏ ବି କରୋନା ସକ୍ରିୟ ମାମଲା ଚାହୁଁନଥିବା ବେଳେ କଠୋରୁ କେଠୋରରୁ ପଦକ୍ଷେପ ନେଉଛନ୍ତି । ତେଣୁ ଜଣେ ବି କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଚୀନରେ ଆତଙ୍କିତ ହେବା ଭଳି ପରିସ୍ଥିତି ସୃଷ୍ଟି ହେଉଛି ।

Leave A Reply

Your email address will not be published.