ପ୍ରମୁଖ ଖବର

ଆସିଲା ବିଜେଡିର ସପ୍ତମ ତାଲିକା: ଆଉ ୬ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା
ଆସନ୍ତା ୨୪ରୁ ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
ଜୟପୁର ବିଧାନସଭା ଲାଗି ପ୍ରାର୍ଥିପତ୍ର ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ ତାରା ପ୍ରସାଦ ବାହିନିପତି, ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି
ପ୍ରଚାର ବେଳେ ଅସୁସ୍ଥ ହୋଇପଡିଲେ ପୁରୀ ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକ
ଆଜି ଦିନ ସାଢେ ୨ଟା ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ସର୍ବୋଚ୍ଚ ତାପମାତ୍ରା ୪୩.୮ ଡିଗ୍ରୀ ରେକର୍ଡ

‘ଭାରତର ସାମର୍ଥ୍ୟକୁ ସାରା ବିଶ୍ୱ ଉପଲବ୍ଧି କରିଛି’

0

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସାରା ଦେଶକୁ ସମ୍ବୋଧିତ କରିଛନ୍ତି । କରୋନା ସମୟରେ ଦେଶ ଯେଉଁ ଉପଲବ୍ଧି ହାସଲ କରିଛି ସେଥିପାଇଁ ଦେଶବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ମୋଦୀ କହିଛନ୍ତି ଅକ୍ଟୋବର ୨୧ରେ ଭାରତ ଏକ ଅସାଧାରଣ ଲକ୍ଷ୍ୟ ହାସଲ କରିଛି । ୧୦୦ କୋଟି ଟିକାକରଣ କେବେଳ ସଂଖ୍ୟା ନୁହେଁ ବଂର ଏକ ନୂତନ ଅଧ୍ୟାୟର ଆରମ୍ଭ ।

ମୋଦୀ କହିଛନ୍ତି, ଭାରତରେ ଯେଭଳି ଭାବେ ଟିକାକରଣ ୧୦୦ କୋଟି ଟପିଛି ସାରା ବିଶ୍ୱରେ ଏଥିପାଇଁ ପ୍ରଶଂସା ହେଉଛି । ତାହା ପୁଣି ବିନା ମୂଲ୍ୟରେ । ଟିକା ଉତ୍ପାଦନ ଭାରତ ପାଇଁ ଏକ ଚ୍ୟାଲଞ୍ଜ ଥିଲା । ଆଉ ଏହି ଚ୍ୟାଲେଞ୍ଜକୁ ସ୍ୱୀକାର କରି ସଫଳ ହୋଇପାରିଛି ଭାରତ । ଏହା ଆମ ସମସ୍ତଙ୍କ ପାଇଁ ଗର୍ବର ବିଷୟ ଯେ ଭାରତରେ ସମଗ୍ର ଟିକାକରଣ କାର୍ଯ୍ୟକ୍ରମ ହେଉଛି ବିଜ୍ଞାନଜ ଜନ୍ମ, ବିଜ୍ଞାନ ଚାଳିତ ଓ ବିଜ୍ଞାନ ଆଧାରିତ ।

ଯେତେବେଳେ ଭାରତରେ ଟିକାକରଣ ଆରମ୍ଭ ହେଲା ଏହାକୁ ନେଇ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଉଠିଥିଲା । ଟିକାକରଣ କରିବାକୁ ଭାରତ ସକ୍ଷମ ହେବ କି ନାହିଁ । ଭାରତ କେବେ ଟିକା ପାଇବ? ଏଭଳି ଅନେକ ପ୍ରଶ୍ନ ଉଠୁଥିବା ବେଳେ ୧୦୦ କୋଟି ଟିକାକରଣ ସମସ୍ତ ପ୍ରଶ୍ନର ଉତ୍ତର ବୋଲି କହିଛନ୍ତି ମୋଦୀ । ୧୦୦ କୋଟି ଟିକାକରଣ ଲକ୍ଷ୍ୟ ପୂରଣ କରିବା ଦିଗରେ ୧୩୦ କୋଟି ଦେଶବାସୀଙ୍କ କତ୍ତର୍ବ୍ୟ ରହିଛି । ତେଣୁ ଏହ ସଫଳତା ଭାରତର ସଫଳତା ।

କରୋନା ଭଳି ମହାମାରୀକୁ ହରାଇବାରେ ଭାରତ ଏକ ଶକ୍ତିଶାଳୀ ଯୋଦ୍ଧା ବୋଲି ସାରା ବିଶ୍ୱ ମାନିବ ଏଥିରେ ସନ୍ଦେହ ନାହିଁ ବୋଲି କହିଛନ୍ତି ମୋଦୀ । କରୋନା ରୋକିବାକୁ ସଙ୍ଗରୋଧ ବାର୍ତ୍ତା ଦେବାକୁ ଥାଳି ଓ ତାଳି ବଜାଇବା ସହ ଦୀପ ଜଳାଇବାକୁ ମଧ୍ୟ ଅନେକ ଥଟ୍ଟା କରିଥିଲେ । କିନ୍ତୁ ତାଳି ଓ ଥାଳି ମାଡ଼ ଦେଶକୁ ଏକଜୁଟ କରିପାରିଛି ବୋଲି ମୋଦୀ କହିଛନ୍ତି । ତେବେ ଏହି ରେକର୍ଡ ଟିକାକରଣ ପରେ ବିଦେଶରୁ ଅନେକ ବିଶେଷଜ୍ଞ ଓ ଏଜେନ୍ସି ଭାରତ ପ୍ରତି ସକାରାତ୍ମକ ମନୋଭାବ ପୋଷଣ କରିଛନ୍ତି । ଯୁବକମାନଙ୍କ ପାଇଁ ନୂତନ ନିଯୁକ୍ତି ମଧ୍ୟ ସୃଷ୍ଟି ହୋଇଛି ବୋଲି ମୋଦୀ ତାଙ୍କ ସମ୍ବୋଧନରେ କହିଛନ୍ତି ।

Leave A Reply

Your email address will not be published.