ପ୍ରମୁଖ ଖବର

ଡାକସେବାରେ ବଡ଼ ପରିବର୍ତ୍ତନ: ଅପ୍‌ଗ୍ରେଡ୍ ହେଲା ‘ଡାକ ମିତ୍ର’ ଓ ‘ଡାକ ସେବା’ ଆପ୍‌
ଶିକ୍ଷକ ଦିବସରେ ୨୧ ଉଚ୍ଚଶିକ୍ଷା ଶିକ୍ଷକଙ୍କୁ ଜାତୀୟ ପୁରସ୍କାର ଦେବେ ରାଷ୍ଟ୍ରପତି
ପ୍ରତି ପରିବାରକୁ ବର୍ଷକୁ ୩ ମାଗଣା ଏଲ୍‌ପିଜି ସିଲିଣ୍ଡର, ବିଜୟଙ୍କ ବଡ଼ ଘୋଷଣା
ଇମ୍ରାନଙ୍କ ଚିକିତ୍ସା ପାଇଁ ଏକାଠି ହେଲେ ୨୧ ଜଣ ପୂର୍ବତନ ଅନ୍ତର୍ଜାତୀୟ କ୍ୟାପ୍‌ଟେନ
ପିଆଜ ଦର ନିୟନ୍ତ୍ରଣ ପାଇଁ ସରକାରଙ୍କ ପଦକ୍ଷେପ, ଆଜିଠୁ ଚାଲିବ ‘କାନ୍ଦା ଏକ୍ସପ୍ରେସ’
ଅମରାବତୀ ହସ୍ପିଟାଲ ଏନଆଇସିୟୁରେ ଅଗ୍ନିକାଣ୍ଡ, ୩ ନବଜାତଙ୍କ ମୃତ୍ୟୁ
ଡିଜିଟାଲ ହେବ ଡାକ୍ତରୀ ପ୍ରେସ୍‌କ୍ରିପସନ୍‌, ଲାଗୁ ହେବ ‘ୱାନ୍‌ ନେସନ, ୱାନ୍‌ ହେଲ୍‌ଥ’

‘ଭାରତର ସାମର୍ଥ୍ୟକୁ ସାରା ବିଶ୍ୱ ଉପଲବ୍ଧି କରିଛି’

0

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସାରା ଦେଶକୁ ସମ୍ବୋଧିତ କରିଛନ୍ତି । କରୋନା ସମୟରେ ଦେଶ ଯେଉଁ ଉପଲବ୍ଧି ହାସଲ କରିଛି ସେଥିପାଇଁ ଦେଶବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ମୋଦୀ କହିଛନ୍ତି ଅକ୍ଟୋବର ୨୧ରେ ଭାରତ ଏକ ଅସାଧାରଣ ଲକ୍ଷ୍ୟ ହାସଲ କରିଛି । ୧୦୦ କୋଟି ଟିକାକରଣ କେବେଳ ସଂଖ୍ୟା ନୁହେଁ ବଂର ଏକ ନୂତନ ଅଧ୍ୟାୟର ଆରମ୍ଭ ।

ମୋଦୀ କହିଛନ୍ତି, ଭାରତରେ ଯେଭଳି ଭାବେ ଟିକାକରଣ ୧୦୦ କୋଟି ଟପିଛି ସାରା ବିଶ୍ୱରେ ଏଥିପାଇଁ ପ୍ରଶଂସା ହେଉଛି । ତାହା ପୁଣି ବିନା ମୂଲ୍ୟରେ । ଟିକା ଉତ୍ପାଦନ ଭାରତ ପାଇଁ ଏକ ଚ୍ୟାଲଞ୍ଜ ଥିଲା । ଆଉ ଏହି ଚ୍ୟାଲେଞ୍ଜକୁ ସ୍ୱୀକାର କରି ସଫଳ ହୋଇପାରିଛି ଭାରତ । ଏହା ଆମ ସମସ୍ତଙ୍କ ପାଇଁ ଗର୍ବର ବିଷୟ ଯେ ଭାରତରେ ସମଗ୍ର ଟିକାକରଣ କାର୍ଯ୍ୟକ୍ରମ ହେଉଛି ବିଜ୍ଞାନଜ ଜନ୍ମ, ବିଜ୍ଞାନ ଚାଳିତ ଓ ବିଜ୍ଞାନ ଆଧାରିତ ।

ଯେତେବେଳେ ଭାରତରେ ଟିକାକରଣ ଆରମ୍ଭ ହେଲା ଏହାକୁ ନେଇ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଉଠିଥିଲା । ଟିକାକରଣ କରିବାକୁ ଭାରତ ସକ୍ଷମ ହେବ କି ନାହିଁ । ଭାରତ କେବେ ଟିକା ପାଇବ? ଏଭଳି ଅନେକ ପ୍ରଶ୍ନ ଉଠୁଥିବା ବେଳେ ୧୦୦ କୋଟି ଟିକାକରଣ ସମସ୍ତ ପ୍ରଶ୍ନର ଉତ୍ତର ବୋଲି କହିଛନ୍ତି ମୋଦୀ । ୧୦୦ କୋଟି ଟିକାକରଣ ଲକ୍ଷ୍ୟ ପୂରଣ କରିବା ଦିଗରେ ୧୩୦ କୋଟି ଦେଶବାସୀଙ୍କ କତ୍ତର୍ବ୍ୟ ରହିଛି । ତେଣୁ ଏହ ସଫଳତା ଭାରତର ସଫଳତା ।

କରୋନା ଭଳି ମହାମାରୀକୁ ହରାଇବାରେ ଭାରତ ଏକ ଶକ୍ତିଶାଳୀ ଯୋଦ୍ଧା ବୋଲି ସାରା ବିଶ୍ୱ ମାନିବ ଏଥିରେ ସନ୍ଦେହ ନାହିଁ ବୋଲି କହିଛନ୍ତି ମୋଦୀ । କରୋନା ରୋକିବାକୁ ସଙ୍ଗରୋଧ ବାର୍ତ୍ତା ଦେବାକୁ ଥାଳି ଓ ତାଳି ବଜାଇବା ସହ ଦୀପ ଜଳାଇବାକୁ ମଧ୍ୟ ଅନେକ ଥଟ୍ଟା କରିଥିଲେ । କିନ୍ତୁ ତାଳି ଓ ଥାଳି ମାଡ଼ ଦେଶକୁ ଏକଜୁଟ କରିପାରିଛି ବୋଲି ମୋଦୀ କହିଛନ୍ତି । ତେବେ ଏହି ରେକର୍ଡ ଟିକାକରଣ ପରେ ବିଦେଶରୁ ଅନେକ ବିଶେଷଜ୍ଞ ଓ ଏଜେନ୍ସି ଭାରତ ପ୍ରତି ସକାରାତ୍ମକ ମନୋଭାବ ପୋଷଣ କରିଛନ୍ତି । ଯୁବକମାନଙ୍କ ପାଇଁ ନୂତନ ନିଯୁକ୍ତି ମଧ୍ୟ ସୃଷ୍ଟି ହୋଇଛି ବୋଲି ମୋଦୀ ତାଙ୍କ ସମ୍ବୋଧନରେ କହିଛନ୍ତି ।

Leave A Reply

Your email address will not be published.