ପ୍ରମୁଖ ଖବର

ପୁଣି ବଢ଼ିଲା ପେଟ୍ରୋଲ-ଡିଜେଲ ଦର, ସିଏନଜି ମଧ୍ୟ ମହଙ୍ଗା
ଆମେରିକାର ଗୁଇନ୍ଦା ମୁଖ୍ୟ ପଦରୁ ତୁଳସୀ ଗାବାର୍ଡଙ୍କ ଇସ୍ତଫା
କେନ୍ଦ୍ର ସରକାରଙ୍କୁ ୨.୮୭ ଲକ୍ଷ କୋଟି ଲାଭାଂଶ ଦେବ ଆରବିଆଇ: ଯୁଦ୍ଧ ସଙ୍କଟ ମଧ୍ୟରେ ସରକାରଙ୍କୁ ବଡ଼ ଆଶ୍ୱାସନ
ଟ୍ରମ୍ପଙ୍କ ଝିଅ ଇଭାଙ୍କାଙ୍କୁ ହତ୍ୟା ଉଦ୍ୟମ
ଚୀନ୍ କୋଇଲା ଖଣିରେ ଭୟଙ୍କର ବିସ୍ଫୋରଣ, ୯୦ ଶ୍ରମିକଙ୍କ ମୃତ୍ୟୁ; ଅନେକ ନିଖୋଜ
ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି କାର୍ଯ୍ୟ ଆସନ୍ତାକାଲିଠାରୁ ସ୍ଥଗିତ

ଏହା ପ୍ରଡକ୍ସନ ହାଉସ ନୁହେଁ, ଏନସିବି ଅଫିସ

0
  • ଏନସିବି ଅଫିସରେ ୩ ଘଣ୍ଟ। ଡେରିରେ ପହଞ୍ଚିଥିଲେ ଅନନ୍ୟା
  • ଏନସିବି ଅଫିସର ସମୀର ୱାଙ୍ଖଡେ କଲେ ତାଗିଦ୍‌
  • ସୋମବାର ପୁଣି ଡ୍ରଗ୍ସ ମାମଲାରେ କରାଯିବ ଜେରା

ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲାରେ ଏନସିବି ଛାନଭିନ ଜୋରଦାର ଚଳାଇଛି । ବଲିଉଡ ଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନ ଜେଲରେ ଅଛନ୍ତି । ଆଉ ଏବେ ଏନସିବି ରାଡାରରେ ଅଛନ୍ତି ଅଭିନେତ୍ରୀ ଅନନ୍ୟା ପାଣ୍ଡେ । ଶୁକ୍ରବାର ଅନନ୍ୟା ପାଣ୍ଡେଙ୍କୁ ଏହି ମାମଲାରେ ଦ୍ୱିତୀୟ ଥର ପାଇଁ ପଚରାଉଚରା କରାଯାଇଥିଲା । କିନ୍ତୁ ଏନସିବି ଅଫିସରେ ଠିକ ସମୟରେ ପହଞ୍ଚିଥିବା ବଦଳରେ ୩ ଘଣ୍ଟ। ଡେରିରେ ପହଞ୍ଚିଥିଲେ ଅନନ୍ୟା । ଅନନ୍ୟା ବିଳମ୍ବରେ ପହଞ୍ଚିଥିବା ଏନସିବିକୁ ପସନ୍ଦ ଆସିନଥିଲା।

ଏନସିବି ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେ ଅନନ୍ୟା ଡେରିରେ ପହଞ୍ଚିଥିବାରୁ ତାଙ୍କୁ ତାଗିଦ କରିଥିଲେ । ସମୀର ୱାଙ୍ଖଡେ କହିଥିଲେ ଯେ, ଆପଣଙ୍କୁ ୧୧ଟାରେ ଡକାଯାଇଥିଲା । ଆଉ ଆପଣ ଏବେ ଆସୁଛନ୍ତି । ଅଧିକାରୀ ମାନେ ତୁମକୁ ଅପେକ୍ଷା କରି ବସିବେ ନାହିଁ । ଏହା ତୁମର ପ୍ରଡକ୍ସନ ହାଉସ ନୁହେଁ, କେନ୍ଦ୍ରୀୟ ଏଜେନ୍ସିର କାର୍ଯ୍ୟାଳୟ ।ଯେତେବେଳେ ଡକାଯାଉଛି ସେତେବେଳେ ଆସି ଅଫିସରେ ପହଞ୍ଚି ଅନନ୍ୟାଙ୍କୁ ଦିନ ୧୧ଟାରେ ଡକାଯାଇଥିବା ବେଳେ ଦିନ ୨ଟାରେ ସେ ପହଞ୍ଚିଥିଲେ ।

ଅନନ୍ୟା ପାଣ୍ଡେଙ୍କୁ ଶୁକ୍ରବାର ଏନସିବି ୪ ଘଣ୍ଟ। ଧରି ଜେରା କରିଥିଲା । ଗୁରୁବାର ବି ଏହି ମାମଲାରେ ଏନସିବି ୨ ଘଣ୍ଟ। ଜେରା କରିଥିଲା । ସୋମବାର ପୁଣି ଅନନ୍ୟାଙ୍କୁ ପଚରାଉଚରା ପାଇଁ ଡାକିଛି ଏନସିବି । ଦୁଇ ଦିନ ଅନନ୍ୟାଙ୍କ ସହ ତାଙ୍କ ବାପା ଚଙ୍କି ପାଣ୍ଡେ ଏନସିବି ଅଫିସରେ ପହଞ୍ଚିଥିଲେ ।

ଅନନ୍ୟା ପାଣ୍ଡେଙ୍କ ସହ ଜଡିତ ୩ଟି ଚାଟ୍ ସବୁଠୁ ଗୁରୁତ୍ୱପୂର୍ଣ୍ଣ । ୨୦୧୮ରୁ ୨୦୧୯ ମଧ୍ୟରେ ଗଞ୍ଜେଇ ବିଷୟରେ ଆଲୋଚନା ନେଇ ଚାଟ୍‌ରେ ରହିଛି । ଗୋଟିଏ ଚାଟରେ ଆର୍ୟନ ପଚାରିଥିଲେ ଯୋଗାଡ ହୋଇପାରିବ କି?ଅନନ୍ୟା ଉତ୍ତର ଦେଇଥିଲେ ମୁଁ ବ୍ୟବସ୍ଥା କରିବି । ଏନସିବି ଅନନ୍ୟାଙ୍କୁ ଏହି ଚାଟ୍ ନେଇ ପ୍ରଶ୍ନ କରିଥିବା ବେଳେ ଅନନ୍ୟା କହିଥିଲେ ସେ କେବଳ ମଜା କରୁଥିଲେ । ଏନସିବି ଉଭୟ ଆର୍ୟନ ଓ ଅନନ୍ୟାଙ୍କ ଫୋନ ଜବତ କରିଛି ।

Leave A Reply

Your email address will not be published.