ପ୍ରମୁଖ ଖବର

ବିଜେପି ଛାଡ଼ି ଆଜି କଂଗ୍ରେସରେ ଯୋଗ ଦେଇଛନ୍ତି ଦେବାଶିଷ ନାୟକ
ଅମିତ ଶାହାଙ୍କ ନକଲି ଭିଡିଓ ମାମଲାରେ ୩ ଦିନିଆ ପୁଲିସ ହେପାଜତରେ ଗଲେ କଂଗ୍ରେସ ନେତା ଅରୁଣ ରେଡ୍ଡୀ
ଆସନ୍ତାକାଲି ରାତି ସାଢ଼େ ୯ଟାରେ ଭୁବନେଶ୍ବରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସୋମବାର ବ୍ରହ୍ମପୁର ଏବଂ ନବରଙ୍ଗପୁରରେ ଆୟୋଜିତ ସଭାରେ ଉଦବୋଧନ ଦେବେ
ନବୀନଙ୍କ ୪ ଜିଲ୍ଲା ଗସ୍ତ: ପ୍ରଥମ ପର୍ଯ୍ୟାୟରେ କୋରାପୁଟ, ପରେ ନବରଙ୍ଗପୁର, ରାୟଗଡ଼ା ଓ ଗଜପତି ଜିଲ୍ଲାରେ ନିର୍ବାଚନ ଥିବାବେଳେ, ବିଜେଡି ପ୍ରାର୍ଥୀଙ୍କ ଲାଗି ଭୋଟ ଭିକ୍ଷା କରିବେ ନବୀନ
ଟିକେଟ ଫେରାଇ ଦେଲେ ପୁରୀ ଲୋକସଭା ପ୍ରାର୍ଥୀ; ମେଲରେ ଏଆଇସିସି କୁ ଲେଖିଲେ କଡ଼ା କଥା,ନିର୍ବାଚନ ଲଢ଼ିବା ପାଇଁ ଦଳ ଫଣ୍ଡିଂ ନ ଦେବାରୁ ଟିକେଟ୍ ଫେରାଇ ଦେଇଥିବା ସେ ମେଲ ଜରିଆରେ ଏଆଇସିସିକୁ ଜଣାଇଛନ୍ତି

ଆଶ୍ରମ-୩’ ସୁଟିଂ ସମୟରେ ହଙ୍ଗାମା

0

ମଧ୍ୟପ୍ରଦେଶ ଭୋପାଳରେ ‘ଆଶ୍ରମ ଥ୍ରୀ’ ୱେବ ସିରିଜ ସୁଟିଂ ବେଳେ ହଙ୍ଗାମା । ବଜରଙ୍ଗ ଦଳର କିଛି ଲୋକ ସୁଟିଂ ସମୟରେ ଗାଡି ଭଙ୍ଗାରୁଜା କରିବା ସହ ନିର୍ଦ୍ଦେଶକ ପ୍ରକାଶ ଝାଙ୍କ ଉପରେ ଆକ୍ରମଣ କରିଛନ୍ତି । ଘଟଣା ପରେ ତୁରନ୍ତ ପୁଲିସ ପହଞ୍ଚି ବଜରଙ୍ଗ ଦଳର କର୍ମୀଙ୍କୁ ଘଉଡାଇଥିଲା । ବଜରଙ୍ଗ ଦଳର କର୍ମୀମାନେ ଭୋପାଳ ଅରେରା ହିଲ୍ସର ପୁରୁଣା ଜେଲ ରାସ୍ତାରେ ସୁଟିଂକୁ ଅଟକାଇ ଗାଡି ଭଙ୍ଗାରୁଜା କରିଛନ୍ତି । ଗତ ୩ ଦିନ ଧରି ଆଶ୍ରମ ଥ୍ରୀ ୱେବ
ସିରିଜର ସୁଟିଂ ଚାଲିଛି । ଅଭିନେତା ବବି ଦେଓଲ ମଧ୍ୟ ସୁଟିଂ ସମୟରେ ସେଠାରେ ଥିଲେ ।

ବଜରଙ୍ଗ ଦଳର ସ୍ଥାନୀୟ ସଂଯୋଜକ ସୁଶୀଲ ଚେତାବନୀ ଦେଇଛନ୍ତି ଯେ, ପ୍ରକାଶ ଝାଙ୍କୁ ଫିଲ୍ମର ନାମ ବଦଳାଇବାକୁ ପଡିବ । ଯଦି ଫିଲ୍ମର ନାଁ ନବଦଳିଲା ସେ ସୁଟିଂ ହେବାକୁ ଦେବେନାହିଁ । କେବେଳ ଏତିକି ନୁହେଁ ଫିଲ୍ମ ରିଲିଜ ବି ହେବାକୁ ଦେବେନି ବୋଲି କହିଛନ୍ତି । ବଜରଙ୍ଗ ଦଳର ସ୍ଥାନୀୟ ସଂଯୋଜକ ସୁଶୀଲ ଅଭିଯୋଗ କରିଛନ୍ତି ଯେ, ପ୍ରକାଶ ଝା ହିନ୍ଦୁ ଧର୍ମକୁ ବଦନାମ କରୁଛନ୍ତି । ସେ କହିଛନ୍ତି , ଆଶ୍ରମ ପରମ୍ପରା ଆମ ପରିଚୟ। ଯଦି କେଉଁ ଆଶ୍ରମରେ ଅପରାଧ ହୋଇଛି , ତେବେ ସେହି ଆଶ୍ରମ ନାଁରେ ସେ ଫିଲ୍ମ ନିର୍ମାଣ କରନ୍ତୁ । କିନ୍ତୁ ସମସ୍ତ ଆଶ୍ରମକୁ ବଦନାମ ନକରନ୍ତୁ । ସେପଟେ ହଙ୍ଗାମା କରିଥିବା ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଡିଆଇଜି ।

Leave A Reply

Your email address will not be published.