ପ୍ରମୁଖ ଖବର

ବିଜେପି ଛାଡି ବିଜେଡିରେ ସାମିଲ ହେଲେ ରମାରଞ୍ଜନ ବଳିୟାର ସିଂ
୨୦ତାରିଖ ଭୋଟ୍ ପାଇଁ ଗଞ୍ଜାମରେ ମୁତୟନ ହେଲେ ୨୦ କମ୍ପାନୀ କେନ୍ଦ୍ରୀୟ ଫୋର୍ସ
ବିଜେଡି କର୍ମୀଙ୍କ ଆକ୍ରମଣ ବିଜେପି କର୍ମୀଙ୍କ ମୃତ୍ୟୁ, ୩ ଜଣ ଗୁରୁତର ଆହତ
ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ୧୪୪ ଧାରି ଜାରି, ଗଞ୍ଜାମ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି
ପୁରୀରେ ସଫେଇ କର୍ମଚାରୀଙ୍କ ଉପରେ ବୋମା ମାଡ଼, ଘଟଣାରେ ଦୁଇ ଜଣ ସଫେଇ କର୍ମଚାରୀ ଆହତ

ବଲିଉଡକୁ ବିପଦ ସମୀର ୱାଙ୍ଖଡେ!

0

ବଲିଉଡ଼ ଇଣ୍ଡଷ୍ଟ୍ରିରେ ବତ୍ତର୍ମାନ ସମୟରେ ଯଦି କେଉଁ ନାଁ ଶୁଣିଲେ ଷ୍ଟାର ମାନଙ୍କ ଭିତରେ ଭୟ ଘାରୁଛଶ ସେ ହେଲେ ସମୀର ୱାଙ୍ଖଡେ । ସମୀର ୱାଙ୍ଖଡେ ତାଙ୍କ କଠିନ ମନୋଭାବ ପାଇଁ ବେଶ ଚର୍ଚ୍ଚାରେ । କିନ୍ତୁ କିଛି ଦିନ ହେଲା ସେ ବଲିଉଡ ଷ୍ଟାରଙ୍କ ପାଇଁ ବିପଦ ସାଜିଛନ୍ତି । ସେ ଭିନ୍ନ ଭିନ୍ନ ଭୂମିକାରେ ବଲିଉଡ ସେଲିବ୍ରିଟି ମାନଙ୍କୁ ଧରିଛନ୍ତି । କେତେବେଳେ ସର୍ଭିସ ଟାକ୍ସ ଅଫିସର ହୋଇ ତ କେତେବେଳେ ଏନସିବିର କାମ କରିଥିବା ବେଳେ, ତ ଆଉ କେତେବେଳେ କଷ୍ଟମ ବିଭାଗର ଅଫିସର ଭାବେ ।

ଯେତେବେଳେ ସମୀର ୱାଙ୍ଖଡେ ବଲିଉଡ ତାରକାକୁ ସାମନା କରନ୍ତି, ଏହା ନିଶ୍ଚିତ ଭାବରେ ତାଙ୍କୁ ଅସୁବିଧାରେ ପକାଇଥାଏ । ସମୀର ତାଙ୍କର ଏକ ବିବୃତ୍ତିରେ କହିଛନ୍ତି, ମୁଁ ବଲିଉଡ଼ ନୁହେଁ ବଂର ଯେଉଁମାନେ ଆଇନ ଭଙ୍ଗ କରିବେ ସେମାନଙ୍କ ବିରୋଧରେ ପଦକ୍ଷେପ ନିଏ ।
ଆସନ୍ତୁ ଜାଣିବା ଇଣ୍ଡଷ୍ଟ୍ରିର ୧୩ ଜଣ ଷ୍ଟାରଙ୍କ ନାଁ ଯେଉଁମାନେ ପୂର୍ବରୁ ସମୀର ୱାଙ୍ଖଡେଙ୍କୁ ସାମନା କରିସାରିଛନ୍ତି ।

  • ଶାହାରୁଖ ଖାନ୍‌: ଜୁଲାଇ ୨୦୧୧ରେ ଶାହାରୁଖ ଓ ତାଙ୍କ ପରିବାରକୁ ମୁମ୍ବାଇ ବିମାନବନ୍ଦରରେ କଷ୍ଟମ ବିଭାଗର ଟିମ ରୋକିଥିଲେ । ସେହି ସମୟରେ ଶାହାରୁଖ ପରିବାର ସହ ହଲାଣ୍ଡ ଓ ଲଣ୍ଡନରୁ ଛୁଟି ବିତାଇ ଫେରୁଥିଲେ ।ଅଧିକ ଜିନିଷ ନେଇଥିବାରୁ ତାଙ୍କୁ ଦେଢ ଲକ୍ଷ ଟଙ୍କା ଫାଇନ ବି ପଡ଼ିଥିଲା ।ସେତେବେଳେ କଷ୍ଟମ ବିଭାଗ ଟିମକୁ ସମୀର ୱାଙ୍ଖଡେ ଲିଡ୍ କରୁଥିଲେ ।
  • କ୍ୟାଟ୍ରିନା କୈଫ: ସାଧାରଣତଃ ବିବାଦରୁ ଦୂରରେ ରହୁଥିବା କ୍ୟାଟ୍ରିନା କୈଫଙ୍କ ନାଁ ମଧ୍ୟ ଏହି ତାଲିକାରେ ଅଛି । ୨୦୧୨ରେ ମୁମ୍ବାଇ ବିମାନବନ୍ଦରେ ସମୀର ୱାଙ୍ଖଡେ ବୈଦେଶିକ ବିନିମୟ ନିୟମାବଳୀ ଅଧିନରେ ଜରିମାନା ଲଗାଇଥିଲେ । ୧୨ ହଜାର ଟଙ୍କାର ଜରିମାନା ଦେଇଥିଲେ କ୍ୟାଟ୍ରିନା ।
  • ମୀନିଷା ଲାମ୍ବା: ମୀନିଷା ଲାମ୍ବାଙ୍କୁ ୨୦୧୧ରେ ମୁମ୍ବାଇ ବିମାନବନ୍ଦରରେ ଅଟକାଯାଇଥିଲା । କଷ୍ଟମ ବିଭାଗର ସହକାରୀ କମିସନର ସମୀର ୱାଙ୍ଖଡ଼େ ତାଙ୍କୁ ଅଟକାଇଥିଲେ । ମୀନିଷାଙ୍କ ବ୍ୟାଗ ଯାଞ୍ଚ କରାଯାଇଥିଲା ଯେଉଁଥିରେ ଡାଇମଣ୍ଡ ଜୁଏଲାରୀ ଓ ଦାମୀ ଷ୍ଟୋନ ଥିଲା । ଯାହାର ଦାମ ୫୦ ଲକ୍ଷ ପାଖାପାଖି ଥିଲା । ଏହି ମାମଲାରେ ମୀନିଷାଙ୍କୁ ୧୬ ଘ । ଧରି ଏନସିବି ପଚରାଉଚରା କରିବା ପରେ ଛାଡିଥିଲା ।
  • ରଣବୀର କପୁର: ୨୦୧୩ରେ ରଣବୀର ସମୀର ୱାଙ୍ଖଡ଼େଙ୍କ କବଳରେ ପଡିଯାଇଥିଲେ । ରଣବୀର ବ୍ରିଟିଶ ଏୟାରୱେଜ ବିମାନରେ ଲଣ୍ଡନରୁ ମୁମ୍ବାଇ ଫେରିଥିଲେ । ତେବେ ସେ ବିମାନବନ୍ଦର କର୍ମଚାରୀମାନଙ୍କ ପାଇଁ ଥିବା ରାସ୍ତା ଦେଇ ଯାଉଥିବା ବେଳେ ତାଙ୍କୁ ଅଟକାଇ ୪୦ ମିନିଟ ଧରି ଯାଞ୍ଚ କରାଯାଇଥିଲା । ଏବଂ ୬୦ ହଜାର ଟଙ୍କା ଫାଇନ ଦେଇଥିଲେ ।
  • ମୀକା ସିଂହ: ମୀକା ସିଂହ ବ୍ୟାଙ୍କକରୁ ଫେରୁଥିବା ସମୟରେ ଥରେ ସମୀର ୱାଙ୍ଖଡ଼େଙ୍କ କବଳରେ ପଡିଥିଲେ । ତାଙ୍କ ବ୍ୟାଗରେ ୯ ଲକ୍ଷ ଟଙ୍କାର ସାମଗ୍ରୀ ଥିଲା। ଯାହାର ହିସାବ ନଦେଇ ସେ ବିମାନବନ୍ଦରରୁ ବାହାରୁଥିଲେ । ତାଙ୍କୁ କଷ୍ଟମର ଏୟାର ଇଟେଂଲିଜେନ୍ସି ଟିମ ଘେରି ନେଇଥିଲେ ଯାହାର ନେତୃତ୍ୱ ନେଉଥିଲେ ସମୀର ୱାଙ୍ଖଡେ ।
  • ବିପାଶା ବସୁ: ବିପାଶା ବସୁଙ୍କୁ ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦରରେ ସମୀର ୱାଙ୍ଖଡେଙ୍କ ଟିମ ଅଟକାଇଥିଲା । କାରଣ ସେ ନିଜ ସହ ୬୦ ଲକ୍ଷ ଟଙ୍କାର ଦାମୀ ସାମଗ୍ରୀ ନେଇକି ଯାଉଥିଲେ । ଏନେଇ ସେ କୌଣସି ସୂଚନା ଦେଇନଥିବା ବେଳେ ତାଙ୍କୁ ୧୨ ହଜାର ଟଙ୍କାର ଫାଇନ ଲାଗିଥିଲା ।
  • ଅନୁରାଗ କଶ୍ୟପ: ୨୦୧୩ ଅଗଷ୍ଟରେ ସମୀର ୱାଙ୍ଖଡେ ଯେତେବେଳେ ସର୍ଭିସ ଟାକ୍ସ ଡିପାର୍ଟମେଂଟରେ ଡେପୁଟି କମିଶନର ଭାବେ କାମ କରୁଥିଲେ ସେତେବେଳେ ଅନୁରାଗଙ୍କ ଉପରେ ଟିକସ ଠକେଇ ଅଭିଯୋଗରେ ୫୫ ଲକ୍ଷର ଫାଇନ ପଡିଥିଲା । ତାଙ୍କ ଆକାଉଂଟ ମଧ୍ୟ ଏହି ବର୍ଷ ଡିସେମ୍ବରକୁ ବନ୍ଦ କରିଦିଆଯାଇଛି ।
  • ବିବେକ ଓବ୍ରାଏ: ଅନୁରାଗ କଶ୍ୟପଙ୍କ ମାମଲାରେ ଠିକ ମାସକ ପରେ ସର୍ଭିସ ଟାକ୍ସ ଡିପାର୍ଟମେଂଟ ଦ୍ୱାରା ଟିକସ ଠକେଇ ନେଇ ଧରାପଡିଥିଲେ ବିବେକ । ସେହି ସମୟରେ ମଧ୍ୟ ଡେପୁଟି କମିଶନର ୱାଙ୍ଖଡେ ଥିଲେ ।
  • ରିୟା ଚକ୍ରବର୍ତ୍ତୀ: ୨୦୨୦ ଡିସେମ୍ବର ୮ ତାରିଖରେ ରିୟା ଚକ୍ରବର୍ତ୍ତୀଙ୍କୁ ସୁଶାନ୍ତ ସିଂ ରାଜପୁତ ମାମଲାରେ ଡ୍ରଗ୍ସ କାରବାର ନେଇ ଧରିଥିଲେ ୱାଙ୍ଖଡେ । ଏନସିବି ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେଙ୍କ ଟିମ୍ ରିୟାଙ୍କ ହ୍ୱାଟସ ଆପ ଚାଟ୍‌ ଆଧାରରେ ତାଙ୍କୁ ହେପାଜତକୁ ନେଇଥିଲା ।
  • ଦୀପିକା ପାଦୁକୋନ: ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ପରେ ଡ୍ରଗ୍ସ ମାମଲାରେ ଦୀପିକା, ଶ୍ରଦ୍ଧା କପୁର,ସାରା ଅଲ୍ଲୀଖାନ୍ ଙ୍କୁ ଏନସିବି ସମନ କରିଥିଲା । ସମୀର ୱାଙ୍ଖଡେ ତିନି ଜଣଙ୍କୁ ଡ୍ରଗ୍ସ ମାମଲାରେ ପଚରାଉଚରା କରିଥିଲେ ।
  • ଅରମାନ କୋହଲି: ଅଭିନେତା ଅରମାନ କୋହଲିଙ୍କୁ ଏନସିବି ଅଗଷ୍ଟ ୨୦୨୧ର ଡ୍ରଗ୍ସ ସେବନ ନେଇ ଗିରଫ କରିଥିଲା । ଏନସିବି ମୁଖ୍ୟ ସମୀର ୱାଙ୍ଖଡେ ଚଢାଉ ପରେ ଅରମାନଙ୍କୁ ଗିରଫ କରିଥିଲେ ।
  • ଆର୍ୟନ ଖାନ:ଆର୍ୟନ ଖାନ ମାମଲା ବର୍ତମାନ ଚାଲିଛି । ଶାହାରୁଖଙ୍କ ପୁଅ ଡ୍ରଗ୍ସ ମାମଲାରେ ଗିରଫ ହୋଇ ଜେଲରେ ଥିବା ବେଳେ ଏଯାଏଁ ଜାମିନ ପାଇନାହାଁନ୍ତି । ସମୀର ୱାଙ୍ଖଡେଙ୍କ ନେତୃତ୍ୱରେ ଏନସିବି ଟିମ ଅକ୍ଟୋବର ୨ରେ ଆର୍ୟନଙ୍କୁ ଡ୍ରଗ୍ସ କାରବାର ମାମଲାରେ ଗିରଫ କରିଥିଲା ।
Leave A Reply

Your email address will not be published.