ପ୍ରମୁଖ ଖବର

ଆସନ୍ତାକାଲି ଓଡ଼ିଶା ବନ୍ଦ, ବସ୍‌ ଚାଲିବ; ଅଟୋ ବନ୍ଦ
ରସାୟନ ବିଜ୍ଞାନରେ କାଗନ ଓ ସୋଆଇଙ୍କୁ ନୋବେଲ୍
ଦିଲ୍ଲୀର ନ୍ୟୁ ସୀମାପୁରୀ ଅଞ୍ଚଳରେ ୫ ମହଲା କୋଠା ଭୁଶୁଡ଼ି ପଡ଼ିଛି
ନୌସେନାର ଶକ୍ତି ବଢ଼ିବ, ବ୍ରହ୍ମୋସ୍ ପାଇଁ ୬୬୧ କୋଟିର ଚୁକ୍ତି
ରେପୋ ହାର ୦.୨୫% ବଢ଼ିଲା, ମହଙ୍ଗା ହେବ ଋଣ
ଓଡ଼ିଶାରେ ଆଇଏଏସ୍‌-ଓଏଏସ୍‌ ଅଦଳବଦଳ, ବଦଳିଲେ ଦୁଇ ଜିଲ୍ଲାପାଳ
ଏସିବିସିଙ୍କ ସାମାଜିକ-ରାଜନୈତିକ ସ୍ଥିତି ଅନୁଧ୍ୟାନ ପାଇଁ କମିଶନ
ମିଥୁନ ଚକ୍ରବର୍ତ୍ତୀଙ୍କୁ ବଡ଼ ଦାୟିତ୍ୱ, ମିଳିଲା କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା

ଆଜି ଶିଖର ସମ୍ମିଳନୀକୁ ସମ୍ବୋଧିତ କରିବେ ମୋଦୀ

0

ନୂଆଦିଲ୍ଲୀ: ରୋମରେ ଜି-୨୦ ଶିଖର ସମ୍ମିଳନୀରେ ବୈଠକରେ ଯୋଗ ଦେବା ପରେ ଏବେ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍କଟଲାଣ୍ଡ ଗ୍ଲାସଗୋରେ ପହଞ୍ଚିଛନ୍ତି।ଗ୍ଲାସଗୋରେ ଭାରତୀୟ ସମୁଦାୟ ପକ୍ଷରୁ ତାଙ୍କୁ ଜୋରଦାର ସ୍ୱାଗତ କରାଯାଇଛି। ଏହି ସମୟରେ ଭାରତୀୟ ଲୋକମାନେ ‘ମୋଦୀ ହେ ଭାରତ କି ଗେହନା’ ଗୀତ ଗାଇ ତାଙ୍କୁ ସ୍ୱାଗତ କରିଥିଲେ।

ୟୁରୋପ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ମୋଦୀ ଆଜି ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ୨୬ ତମ ଶିଖର ସମ୍ମିଳନୀରେ ଯୋଗଦେବେ। ଏହି ସମ୍ମିଳନୀରେ ସେ ବ୍ରିଟିସ ପ୍ରଧାନମନ୍ତ୍ରୀ ବୋରସ ଜନସନଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ମଧ୍ୟ କରିବେ। ସ୍କଟଲାଣ୍ଡ ଇଭେ କ୍ୟାମ୍ପସରେ ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀର ବୈଠକ ବସିବ। ଏଥିରେ ମୋଦୀଙ୍କ ସମେତ ବିଭିନ୍ନ ସରକାରର ୧୨୦ ମୁଖ୍ୟ ଓ ରାଜ୍ୟ ମୁଖ୍ୟ ସାମିଲ ହେବେ।

ମଙ୍ଗଳବାର ପର୍ଯ୍ୟନ୍ତ ମୋଦୀ ତାଙ୍କର ୩ ଦିନିଆ ଗସ୍ତ ସମୟରେ ସିଓପି -୨୬ ସମ୍ମିଳନୀକୁ ମଧ୍ୟ ସମ୍ବୋଧିତ କରିବେ। ଆଜି ଅପରାହ୍ନରେ ଏକ ଅଧିବେଶନରେ ଭାରତର ଜଳବାୟୁ କାର୍ଯ୍ୟ ଯୋଜନା ବିଷୟରେ ଏକ ବିବୃତି ପ୍ରଦାନ କରିବେ। ରବିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଜି-୨୦ ଦେଶର ନେତାମାନେ ବିକାଶଶୀଳ ଦେଶମାନଙ୍କୁ ଟିକା ଯୋଗାଣ ବୃଦ୍ଧି ସହ ପ୍ରତିବନ୍ଧକ ହଟାଇବାକୁ ପ୍ରତିଶ୍ରୁତି ଦେଇଥିଲେ। ରୋମରେ ଆୟୋଜିତ ଜି ୨୦ ଶିଖର ସମ୍ମିଳନୀରେ ଜି-୨୦ ଦେଶର ନେତା ମାନେ ଘୋଷଣା ନାମା ଜାରି କରି କୋଭିଡ ପାଇଁ ଦିନ ରାତି ମୁକାବିଲା କରୁଥିବା ସ୍ୱାସ୍ଥ୍ୟକର୍ମୀ,ଆଗ ଧାଡିର ସମ୍ମୁଖ ଯୋଦ୍ଧା, ଆନ୍ତର୍ଜାତୀୟ ସଂଗଠନ ଓ ବୈଜ୍ଞାନିକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଜି-୨୦ କହିଛି ଯେ, ସେମାନେ ୨୦୨୨ରେ ଇଣ୍ଡୋନେସିଆ, ୨୦୨୩ରେ ଭାରତରେ ଏବଂ ୨୦୨୪ରେ ବ୍ରାଜିଲରେ ପୁର୍ନବାର ବୈଠକ ବସିବ।

Leave A Reply

Your email address will not be published.