ପ୍ରମୁଖ ଖବର

ସ୍ବର୍ଗତଃ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସଙ୍କୁ ପଚରାଉଚରା ସୂଚନା। ଆୟକର ବିଭାଗର ପଚରାଉଚରା ସୂଚନା। ପ୍ରାୟ ୪ ଘଣ୍ଟା ଧରି ପଚରାଉଚରା କରାଯାଇଥିବା ପ୍ରାଥମିକ ସୂଚନା
।ବିଜେପିରୁ ବରିଷ୍ଠ ନେତା ବିଜୟ ମହାପାତ୍ର ବହିଷ୍କୃତ, ଦଳ ବିରୋଧୀ କାର୍ଯ୍ୟ ଓ ଅନୁଶାସନ ଭଙ୍ଗ ଅଭିଯୋଗରେ ବହିଷ୍କୃତ
ବିଜେଡି କର୍ମୀଙ୍କ ଆକ୍ରମଣ ବିଜେପି କର୍ମୀଙ୍କ ମୃତ୍ୟୁ, ୩ ଜଣ ଗୁରୁତର ଆହତ
ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ୧୪୪ ଧାରି ଜାରି, ଗଞ୍ଜାମ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି
ପୁରୀରେ ସଫେଇ କର୍ମଚାରୀଙ୍କ ଉପରେ ବୋମା ମାଡ଼, ଘଟଣାରେ ଦୁଇ ଜଣ ସଫେଇ କର୍ମଚାରୀ ଆହତ

ଋଷରେ ପୁଣି ବଢିଲା ସଂକ୍ରମଣ

0

ଋଷରେ ପୁଣି ବଢିଲା କରୋନା ସଂକ୍ରମଣ । ଦୀର୍ଘ ସମୟ ପରେ ଋଷରେ କରୋନା ସଂକ୍ରମଣର ସବୁଠୁ ଅଧିକ ମାମଲା ସାମନାକୁ ଆସିଛି । ଗୋଟିଏ ଦିନରେ ୪୦ ହଜାର ୯୯୩ ନୂଆ ମାମଲା ସାମନାକୁ ଆସିଥିବା ଜାତୀୟ କରୋନା ଭାଇରସ ଟାସ୍କ ଫୋର୍ସ ଜଣାଇଛି । ପୂର୍ବ ଦିନ ତୁଳନାରେ ଏହି ସଂଖ୍ୟା ୭୦୦ ଅଧିକ ।ଅକ୍ଟୋବର ମାସରେ ଋଷରେ ଦୈନିକ କରୋନା ସଂକ୍ରମଣ ଓ ମୃତ୍ୟୁ ନୂଆ ରେକର୍ଡ କରିଛି । ରବିବାର ଦିନ ଋଷରେ ୧୧୫୮ ଜଣଙ୍କ ମୃତ୍ୟୁ ହୋଇଥିଲା । ଫଳରେ ଋଷରେ ମୋଟ ମୃତ୍ୟୁ ସଂଖା ୨ ଲକ୍ଷ ୩୮ ହଜାର ୫୩୮ରେ ପହଞ୍ଚିଛି । ଯାହା ୟୁରୋପରେ ଏଯାଏ ସବୁଠୁ ଅଧିକ । ମହାମାରୀ ସମୟରେ ୧୪୬ ମିଲିୟନ ଜନସଂଖ୍ୟା ବିଶିଷ୍ଟ ଏହି ଦେଶରେ ୮.୫୧ ମିଲିୟନରୁ ଅଧିକ ଲୋକ କରୋନା ସଂକ୍ରମିତ ହୋଇଛନ୍ତି ।

ସରକାରଙ୍କ ଅନୁସାରେ ଅଫିସ, ସ୍କୁଲ ଓ ଜନଗହଳିପୂର୍ଣ୍ଣ ସ୍ଥାନରୁ ଲୋକଙ୍କୁ ଦୂରେଇ ରଖିଲେ ସଂକ୍ରମଣ କମିପାରେ । କିନ୍ତୁ ଏପରି ସ୍ଥିତିରେ ଋଷର ସମୂଦ୍ର କୂଳକୁ ଛୁଟି ମନାଇବାକୁ ଅନେକ ଯାଉଥିବା ଦେଖିବାକୁ ମିଳିଛି । ତେବେ ଋଷରେ ଧିମା ଟିକାକରଣ ପାଇଁ ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ବଢିବାର କାରଣ ହୋଇଥାଇପାରେ କୁହାଯାଉଛି । ଭାରତର କଥା ଯଦି କହିବା, କରୋନାରୁ ତ ଆଶ୍ୱସ୍ତି ମିଳିଛି କିନ୍ତୁ ନୁଆ ସଂକ୍ରମିତ ମାମଲା ତଳ ଉପର ହେଉଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ଅନୁଯାୟୀ, ରବିବାର ଦେଶରେ ୧୨ ହଜାର ୮୩୦ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪୪୬ ଜଣଙ୍କ ମୃତ୍ୟୁ ହୋଇଥିଲା ।

Leave A Reply

Your email address will not be published.