ପ୍ରମୁଖ ଖବର

ଦିଗପହଣ୍ଡିରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ: ସାକା ସୁଜିତ ହେଲେ ନୂଆ ପ୍ରାର୍ଥୀ
ପ୍ରଥମ ନିର୍ବାଚନୀ ପ୍ରଚାରରେ ଓଡିଶା ଆସିବେ ଗୃହମନ୍ତ୍ରୀ ଅମିତ୍ ଶାହା, ସୋନପୁରରେ ପ୍ରଥମ ନିର୍ବାଚନୀ ସଭା କରି ଓଡିଶାବାସୀଙ୍କୁ ଭୋଟ ମାଗିବେ

ଆଜିଠୁ ଏହି ମୋବାଇଲରେ ବନ୍ଦ ହୋଇଯିବ ହ୍ୱାଟ୍ସଆପ୍‌

0

ଆଜିଠୁ ହ୍ୱାଟସ ଆପର ଲାଟେଷ୍ଟ ଭର୍ସନ ଅପଡେଟ ହେବ । ଏହି ଅପଡେଟ ଦ୍ୱାରା ହ୍ୱାଟସ ଆପର ଅନେକ ଡିଭାଇସ କାମ କରିବ ନାହିଁ । ଫଳରେ କିଛି ଫୋନରେ ବନ୍ଦ ହୋଇଯିବ ହ୍ୱାଟସ ଆପ୍ । ଅନେକ ଲୋକ ଏହାଦ୍ୱାରା ପ୍ରଭାବିତ ହେବେ । ହ୍ୱାଟସ ଆପ୍ ନୂଆ ଅପଡେଟ ହେବା ପରେ ପୁରୁଣା ଫୋନରେ ଏହା ଆଉ ଚାଲିବ ନାହିଁ । ଫଳରେ ୟୁଜର୍ସଙ୍କୁ ଅପରେଟିଙ୍ଗ ସିଷ୍ଟମ ଅପଡେଟ କରିବାକୁ ପଡିବ ନହେଲେ ନୂଆ ଫୋନ ନେବାକୁ ହେବ ।

ବହୁ ପୁରୁଣା ଫୋନରେ ଲାଟେଷ୍ଟ ଅପରେଟିଙ୍ଗ ସିଷ୍ଟମ ଅପଡେଟ ହୋଇପାରିବ ନାହିଁ । ତେଣୁ ହ୍ୱାଟସ ଆପ ଚାଲୁ କରିବାକୁ ହେଲେ ୟୁଜର୍ସଙ୍କୁ ନୂଆ ଫୋନ ନେବାକୁ ହିଁ ପଡିବ ହ୍ୱାଟସ ଆପର ଅପଡେଟ କେବେଳ ଆଣ୍ଡ୍ରଏଡ଼ ଫୋନରେ ନୁହେଁ ବଂର ଅନ୍ୟ ଅପରେଟିଙ୍ଗ ସିଷ୍ଟମ ଚଳାଉଥିବା ଫୋନ ଉପରେ ମଧ୍ୟ ପ୍ରଭାବ ପକାଇବ । ଏହାର ଅର୍ଥ ଆପଣଙ୍କ ପାଖରେ ଯଦି ପୁରୁଣା ଆଇଫୋନ ଅଛି, ସେଥିରେ ଆପଣ ନଭେମ୍ବର ୧ ପରେ ଅର୍ଥାତ୍ ଆଜି ପରେ ଆଉ ହ୍ୱାଟସ ଆପ୍ ବ୍ୟବହାର କରିପାରିବେ ନାହିଁ ।

ହ୍ୱାଟସ ଆପ ଯଦି ଆପଣ ଲଗାତର ବ୍ୟବହାର କରିବାକ ଚାହୁଁଛନ୍ତି ତେବେ ଆପଣଙ୍କ ଆଣ୍ଡ୍ରଏଡ଼ ଫୋନର ଓଏସ ୪.୧ କିମ୍ବା ତାଠୁ ଅଧିକ ହେବା ଆବଶ୍ୟକ । ସେହିପରି ଆପଣ ଯଦି ଆଇଫୋନ ବ୍ୟବହାର କରୁଛନ୍ତି ତେବେ ଆପଣଙ୍କୁ ଆଇଫୋନ ଆଇଓଏସ ୧୦ କିମ୍ବା ତାଠୁ ଅଧିକ ଭର୍ସନ ଦରକାର । କେଏଆଇଓଏସ ୨.୫.୦ କିମ୍ବା ତାଠୁ ନୂଆ ଓଏସ ପରେ ହ୍ୱାଟସ ଆପ ପୂର୍ବପରି କାମ କରିବ ।

ଆସନ୍ତୁ ଜାଣିବା, ଆଜିଠୁ କେଉଁ ଫୋନରେ ବନ୍ଦ ହୋଇଯିବ ହ୍ୱାଟସଆପ୍‌?

ସାମସଙ୍ଗ
ଗାଲାକ୍ସି ଟ୍ରେଣ୍ଡ ଲାଇଟ, ଗାଲାକ୍ସି ଟ୍ରେଣ୍ଡଆଇଆଇ, ଗାଲାକ୍ସି ଏସଆଇଆଇ, ଗାଲାକ୍ସି
ଏସଥ୍ରୀମିନି, ଗାଲାକ୍ସି ଏକ୍ସକଭର ଟୁ, ଗାଲାକ୍ସି କୋର, ଗାଲାକ୍ସି ଏସଇ ଟୁ ।
ଆପଲ
ଆଇଫୋନ ସିକ୍ସ ଏସ, ଆଇଫୋନ ସିକ୍ସ ଏସ ପ୍ଲସ ,ଆପଲ ଆଇଫୋନ ଏସଇ
ଏଲଜି
ଲୁସିଡ଼ ଟୁ, ଅପଟିମସ ଏଫ ୭, ଅପଟିମସ ଏଫ ୫,ଅପଟିମସ ଏଲଥ୍ରୀ ଆଇଆଇ, ଡୁଆଲ ଅପଟିମସ ଏଲ ଫାଇଭ, ବେଷ୍ଟ ଏଲ ଫାଇଭ ଆଇଆଇ,ଅପଟିମସ ଏଲ ଫାଇଭ,ଡୁଆଲ ବେଷ୍ଟ ଏଲ ଥ୍ରୀ ଆଇଆଇ, ଅପଟିମସ ଏଫ ସିକ୍ସ,ବେଷ୍ଟ ଏଲ ଫୋର ଆଇଆଇ,ବେଷ୍ଟ ଏଲ ଟୁ ଆଇଆଇ,ଅପଟିମସ ନିଟ୍ରୋ ଏଚଡି, ଅପଟିମସ ଫୋର ଏକ୍ସ ଏଚଡି ଏବଂ ଅପଟିମସ ଏଫଥ୍ରୀ କ୍ୟୁ ।
ଜେଡ୍‌ଟିଇ
ଗ୍ରାଣ୍ଡ ଏସ ଫ୍ଲେକ୍ସ, ଜେଡ୍‌ଟିଇ ଭି୯୫୬,
ସୋନି
ଏକ୍ସପେରିଆ ମିରୋ, ଏକ୍ସପେରିଆ ନିଓ ଏବଂ ଏକ୍ସପେରିଆ ଏଆରସି ଏସ
ଲିନୋଭୋ
ଲିନୋଭୋ ଏ ୮୨୦ ୟ୍ୟୁଏମଆଇ ଏକ୍ସ ଟୁ, ରନ୍ ଏଫ ୱାନ୍‌, ଟିଏଚଏଲ ଡବ୍ଲ୍ୟୁ ଏଇଟ୍‌
ହୁଆଇ
ଆସସେଣ୍ଡ ଜି୭୪୦, ଆସସେଣ୍ଡ ମେଟ୍ , ଆସସେଣ୍ଡ ଡି କ୍ୱାଡ଼୍ ଏକ୍ସଏଲ, ଆସସେଣ୍ଡ ଡି ୱାନ କ୍ୱାଡ଼ ଏକ୍ସଏଲ, ଆସସେଣ୍ଡ ପି ୱାନ ଏସ, ଆସସେଣ୍ଡ ଡି ଟୁ ।

Leave A Reply

Your email address will not be published.