ପ୍ରମୁଖ ଖବର

ଆସନ୍ତାକାଲି ଓଡ଼ିଶା ବନ୍ଦ, ବସ୍‌ ଚାଲିବ; ଅଟୋ ବନ୍ଦ
ରସାୟନ ବିଜ୍ଞାନରେ କାଗନ ଓ ସୋଆଇଙ୍କୁ ନୋବେଲ୍
ଦିଲ୍ଲୀର ନ୍ୟୁ ସୀମାପୁରୀ ଅଞ୍ଚଳରେ ୫ ମହଲା କୋଠା ଭୁଶୁଡ଼ି ପଡ଼ିଛି
ନୌସେନାର ଶକ୍ତି ବଢ଼ିବ, ବ୍ରହ୍ମୋସ୍ ପାଇଁ ୬୬୧ କୋଟିର ଚୁକ୍ତି
ରେପୋ ହାର ୦.୨୫% ବଢ଼ିଲା, ମହଙ୍ଗା ହେବ ଋଣ
ଓଡ଼ିଶାରେ ଆଇଏଏସ୍‌-ଓଏଏସ୍‌ ଅଦଳବଦଳ, ବଦଳିଲେ ଦୁଇ ଜିଲ୍ଲାପାଳ
ଏସିବିସିଙ୍କ ସାମାଜିକ-ରାଜନୈତିକ ସ୍ଥିତି ଅନୁଧ୍ୟାନ ପାଇଁ କମିଶନ
ମିଥୁନ ଚକ୍ରବର୍ତ୍ତୀଙ୍କୁ ବଡ଼ ଦାୟିତ୍ୱ, ମିଳିଲା କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା

ଋଷରେ ପୁଣି ବଢିଲା ସଂକ୍ରମଣ

0

ଋଷରେ ପୁଣି ବଢିଲା କରୋନା ସଂକ୍ରମଣ । ଦୀର୍ଘ ସମୟ ପରେ ଋଷରେ କରୋନା ସଂକ୍ରମଣର ସବୁଠୁ ଅଧିକ ମାମଲା ସାମନାକୁ ଆସିଛି । ଗୋଟିଏ ଦିନରେ ୪୦ ହଜାର ୯୯୩ ନୂଆ ମାମଲା ସାମନାକୁ ଆସିଥିବା ଜାତୀୟ କରୋନା ଭାଇରସ ଟାସ୍କ ଫୋର୍ସ ଜଣାଇଛି । ପୂର୍ବ ଦିନ ତୁଳନାରେ ଏହି ସଂଖ୍ୟା ୭୦୦ ଅଧିକ ।ଅକ୍ଟୋବର ମାସରେ ଋଷରେ ଦୈନିକ କରୋନା ସଂକ୍ରମଣ ଓ ମୃତ୍ୟୁ ନୂଆ ରେକର୍ଡ କରିଛି । ରବିବାର ଦିନ ଋଷରେ ୧୧୫୮ ଜଣଙ୍କ ମୃତ୍ୟୁ ହୋଇଥିଲା । ଫଳରେ ଋଷରେ ମୋଟ ମୃତ୍ୟୁ ସଂଖା ୨ ଲକ୍ଷ ୩୮ ହଜାର ୫୩୮ରେ ପହଞ୍ଚିଛି । ଯାହା ୟୁରୋପରେ ଏଯାଏ ସବୁଠୁ ଅଧିକ । ମହାମାରୀ ସମୟରେ ୧୪୬ ମିଲିୟନ ଜନସଂଖ୍ୟା ବିଶିଷ୍ଟ ଏହି ଦେଶରେ ୮.୫୧ ମିଲିୟନରୁ ଅଧିକ ଲୋକ କରୋନା ସଂକ୍ରମିତ ହୋଇଛନ୍ତି ।

ସରକାରଙ୍କ ଅନୁସାରେ ଅଫିସ, ସ୍କୁଲ ଓ ଜନଗହଳିପୂର୍ଣ୍ଣ ସ୍ଥାନରୁ ଲୋକଙ୍କୁ ଦୂରେଇ ରଖିଲେ ସଂକ୍ରମଣ କମିପାରେ । କିନ୍ତୁ ଏପରି ସ୍ଥିତିରେ ଋଷର ସମୂଦ୍ର କୂଳକୁ ଛୁଟି ମନାଇବାକୁ ଅନେକ ଯାଉଥିବା ଦେଖିବାକୁ ମିଳିଛି । ତେବେ ଋଷରେ ଧିମା ଟିକାକରଣ ପାଇଁ ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ବଢିବାର କାରଣ ହୋଇଥାଇପାରେ କୁହାଯାଉଛି । ଭାରତର କଥା ଯଦି କହିବା, କରୋନାରୁ ତ ଆଶ୍ୱସ୍ତି ମିଳିଛି କିନ୍ତୁ ନୁଆ ସଂକ୍ରମିତ ମାମଲା ତଳ ଉପର ହେଉଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ଅନୁଯାୟୀ, ରବିବାର ଦେଶରେ ୧୨ ହଜାର ୮୩୦ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪୪୬ ଜଣଙ୍କ ମୃତ୍ୟୁ ହୋଇଥିଲା ।

Leave A Reply

Your email address will not be published.