ପ୍ରମୁଖ ଖବର

ଆଇଏଏସ୍‌ ନିଖିଳ ପବନ କଲ୍ୟାଣ ଓଡ଼ିଶାର ନୂଆ ଜନଗଣନା ନିର୍ଦ୍ଦେଶକ
ଆଖି ବୁଜିଲା ନନ୍ଦନକାନନର ଧଳା ବାଘ ଶାବକ
ଜି-୭ ସମ୍ମିଳନୀରେ ସାମିଲ ନହୋଇପାରନ୍ତି ପ୍ରଧାନମନ୍ତ୍ରୀ ମୋଦୀ
ଗନ୍ଧମାର୍ଦ୍ଦନ ପାହାଡ଼ ଜଙ୍ଗଲରୁ ବିପୁଳ ମାଓ ସାମଗ୍ରୀ ଠାବ
ରାଜ୍ୟରେ ଖୁବଶୀଘ୍ର ନୂଆ ମଦ ନୀତି ଆସିବ ବୋଲି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି
ବୌଦ୍ଧରୁ ୨ଟି ହାତୀଦାନ୍ତ ଜବତ, ଅଭିଯୁକ୍ତ ଶିକାରୀ ଗିରଫ

ରାଜସ୍ଥାନରେ କାହିଁକି ବିବାହ କରୁଛନ୍ତି କ୍ୟାଟ୍ରିନା?

0

ବଲିଉଡ଼ ଅଭିନେତ୍ରୀ କ୍ୟାଟ୍ରିନା କୈଫ ଓ ଭିକି କୌଶଲ ଗତ କିଛି ଦିନରୁ ପରସ୍ପରକୁ ଡେଟ୍ କରୁଛନ୍ତି । ତେବେ ଉଭୟ ନିଜ ମଧ୍ୟରେ ଥିବା ସମ୍ପର୍କକୁ ନେଇ ଏଯାଏ କିଛି ସ୍ପଷ୍ଟ କରିନାହାଁନ୍ତି । ଦୁଇ ଜଣଙ୍କୁ ବହୁ ପାର୍ଟି ଓ ପୋଗ୍ରାମରେ ଏକାଠି ଦେଖିବାକୁ ମିଳିଥାଏ । ବର୍ତମାନ ସମୟରେ ଉଭୟଙ୍କ ବିବାହଙ୍କୁ ନେଇ ଜୋର ଧରିଛି ଚର୍ଚ୍ଚା । କୁହାଯାଉଛି ଆସନ୍ତା ଡିସେମ୍ବର ମାସରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହେବେ । ବିବାହରେ ସେମାନଙ୍କ ପୋଷାକ କଣ ପିନ୍ଧିବେ ତାର ଡିଜାଇନ କରୁଛନ୍ତି ପ୍ରଖ୍ୟାତ ଫ୍ୟାସନ ଡିଜାଇନର ସବ୍ୟସାଚୀ ମୁଖାର୍ଜୀ ।

ଇ-ଟାଇମ ରିପୋର୍ଟସ ଅନୁସାରେ, କ୍ୟାଟ୍ରିନା ଓ ଭିକି ଡିସେମ୍ବର ପ୍ରଥମ ସପ୍ତାହରେ ବିବାହ ବନ୍ଧନରେ ବାନ୍ଧି ହେବେ । ଏଥିପାଇଁ ସେ ରାଜସ୍ଥାନର ସାୱାଇ ମାଧୋପୁର ରୟାଲ ଭେନ୍ୟୁ ବୁକ କରିଛନ୍ତି । ରାଜସ୍ଥାନର ଏହି ପ୍ରସାଦରେ ୩ଟି ରେଷ୍ଟୁରା ଅଛି । ଯାହା ସ୍ଥାନୀୟ ଖାଦ୍ୟ ଦେଇଥାଏ ।ଏହା ସହିତ ବାହାର ଦେଶର ଖାଇବା ମଧ୍ୟ ଏଠାରେ ଦିଆଯାଇଥାଏ । ଏହି ଦୁର୍ଗରେ ଏକ ସ୍ପା ମଧ୍ୟ ଅଛି, ଯାହା ମହିଳାଙ୍କ ପ୍ୟାଲସ ଓ ଏହାର ଆଖାପାଖ ମନ୍ଦିର ମଧ୍ୟରେ ରହିଛି । ସେହିପରି ୬ଟି ସେନ୍ସ ଫୋର୍ଟ ବାରୱାରର କେନ୍ଦ୍ରୀୟ ପ୍ରାଙ୍ଗଣାକୁ ଏକ ପାରମ୍ପାରିକ ଉଦ୍ୟାନ ପରିଣତ କରାଯାଇଛି । ଯେଉଁଥିରେ ବିଭିନ୍ନ ପ୍ରକାର ଗଛ ଲଗାଯାଇଛି ।

ବଲିଉଡ ଲାଇଫର ନୂଆ ରିପୋର୍ଟ ଅନୁସାରେ, କ୍ୟାଟ୍ରିନା ନିଜେ ରାଜସ୍ଥାନର ଏହି ସ୍ଥାନକୁ ବିବାହ ପାଇଁ ବାଛିଛନ୍ତି । ରିପୋର୍ଟସ ମୁତାବକ, କ୍ୟାଟ୍ରିନା ମହାରାଣୀ ଷ୍ଟାଇଲରେ ବିବାହ କରିବାକୁ ଚାହୁଁଛନ୍ତି । ଏହା ସହିତ ପାରମ୍ପାରିକ ଅଳଙ୍କାର ପିନ୍ଧିବାକୁ ଚାହିଁଛନ୍ତି । ରାଜସ୍ଥାନର ସଂସ୍କୃତିକୁ ବହୁତ ପସନ୍ଦ କରନ୍ତି କ୍ୟାଟ୍ରିନା । ସେ ଏକ ରାଜସ୍ଥାନୀ ବିବାହ ଉତ୍ସବରେ ଅତିଥି ଭାବେ ଯୋଗ ଦେଇଥିଲେ । ତାହା ପରେ ସେ ନିଜେ ଏମିତି ରାଜସ୍ଥାନୀ ଷ୍ଟାଇଲରେ ବିବାହ କରିବାକୁ ମନସ୍ଥ କରିଥିଲେ ।

କ୍ୟାଟ୍ରିନା ନିକଟରେ ରଣବୀର ସିଂଙ୍କ ସୋ ‘ଦ ବିଗ ପିକଚର’ରେ ସେ ନିଜର ଆଗାମୀ ଫିଲ୍ମ ସୂର୍ଯ୍ୟବଂଶୀର ପ୍ରମୋଟ କରୁଥିବାର ନଜର ଆସିଥିଲେ । କ୍ୟାଟ୍ରିନା ସୋରେ ରଣବୀରଙ୍କ ସହ ଖୁବ ମସ୍ତି କରିଥିଲେ । କ୍ୟାଟ୍ରିନାଙ୍କ ସହ ଏହି ଫିଲ୍ମରେ ଅକ୍ଷୟ କୁମାର ଲିଡ଼ ରୋଲରେ ଅଛନ୍ତି । ଏହା ସହ ଫିଲ୍ମରେ ଅଜୟ ଦେବଗନ ଓ ରଣବୀର ସିଂହ ମଧ୍ୟ ଅଭିନୟ କରିଛନ୍ତି ।

Leave A Reply

Your email address will not be published.