ପ୍ରମୁଖ ଖବର

ଶ୍ରୀକ୍ଷେତ୍ର ପୁରୀରେ ଆଜି ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ପବିତ୍ର ଅଧରପଣା ନୀତି ସମ୍ପନ୍ନ
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପ୍ରଥମ ରୌପ୍ୟ, ଋଷିକାନ୍ତ ସିଂହଙ୍କ କମାଲ
ଓଡ଼ିଶାର ଝିଅ ଜ୍ୟୋତିର୍ମୟୀ ନାୟକ ହେଲେ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ ବିଜେତା
ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଂସ୍କାର ପାଇଁ ଗଠନ ହେବ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ:ପ୍ରଧାନମନ୍ତ୍ରୀ
ହାଇୱେ ଯାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି: ଦୂରତା ଅନୁସାରେ ଦେବେ ଟୋଲ ଶୁଳ୍କ
ମହାରାଷ୍ଟ୍ର ଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ବିହାରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
ସରକାରଙ୍କ ସହ ଆଲୋଚନା ପରେ ସିଜେପିର ଆନ୍ଦୋଳନ ପ୍ରତ୍ୟାହାର
ଲଗାଣ ବର୍ଷା ପାଇଁ ଜଗତସିଂହପୁରରେ କାଲି ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି
ବୌଦ୍ଧରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ୟାଙ୍କର ସହ କାର ଧକ୍କା, ୩ ଗୁରୁତର
ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ଥାନରେ ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ନେଲେ ପ୍ରହ୍ଲାଦ ଯୋଶୀ

ବିବାହ କଲେ ମଲାଲା…

0

ନୋବେଲ ଶାନ୍ତି ପୁରସ୍କାର ବିଜେତା ମଲାଲା ୟୁସୁଫଜାଇ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଏନେଇ ମଲାଲା ୟୁସୁଫଜାଇ ନିଜେ ଟୁଇଟ କରି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ବର୍ମିଂହୋମ ସ୍ଥିତ ଘରେ ବିବାହ ଅବସରରେ ଏକ ଛୋଟ ସମାରୋହର ଆୟୋଜନ କରାଯାଇଥିଲା । ମଲାଲା ଟୁଇଟ କରି ଲେଖିଛନ୍ତି ଯେ, ଆଜିର ଦିନ ମୋ ଜୀବନର ଏକ ମୂଲ୍ୟବାନ ଦିନ । ଜୀବନ ସାରା ସାଥୀ ହୋଇ ରହିବାକୁ ଆସର ଓ ସେ ବିବାହ କରୁଛନ୍ତି ।

ମଲାଲା ଆହୁରି ଲେଖିଛନ୍ତି ଯେ, ବର୍ମିଂହୋମ ସ୍ଥିତ ଘରେ ନିକାହ ସମାରୋହ ହୋଇଥିଲା,ଯେଉଁଥିରେ ଦୁଇ ପରିବାରର ଲୋକ ସାମିଲ ହୋଇଥିଲେ । ମଲାଲା ନିଜ ନୂଆ ଜୀବନର ଆରମ୍ଭକୁ ନେଇ ବେଶ ଉତ୍ସାହିତ ଥିବା ବେଳେ ତାଙ୍କ ଶୁଭଚିନ୍ତକମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମଲାଲା ଟୁଇଟ ସହିତ ବିବାହର ଫଟୋ ମଧ୍ୟ ସେୟାର କରିଛନ୍ତି । ଯେଉଁଥିରେ ସେ ଗୋଲାପୀ ରଙ୍ଗର ଲେହେଙ୍ଗା ଓ କିଛି ଅଳଙ୍କାର ପିନ୍ଧିଥିବା ନଜର ଆସିଛନ୍ତି । ତାଙ୍କ ସ୍ୱାମୀ ଆସର ମଧ୍ୟ ଏକ ସୁଟ୍ ପିନ୍ଧିଥିବାର ଦେଖିବାକୁ ମିଳିଛି ।

ଉଭୟଙ୍କ ଯୋଡିକୁ ସୋସିଆଲ ମିଡିଆରେ ଲୋକେ ବହୁତ ପସନ୍ଦ କରିଛନ୍ତି । ମଲାଲାଙ୍କ ବାପା ଜିଆଉଦ୍ଦିନ ୟୁସୁଫଜାଇ ମଧ୍ୟ ଟୁଇଟରରେ ପୋଷ୍ଟ କରି ବିବାହ ନେଇ ସୂଚନା ଦେଇଛନ୍ତି । ତେବେ ମଲାଲାଙ୍କ ଟୁଇଟକୁ ନେଇ ବହୁତ ଭଲ ପ୍ରତିକ୍ରିୟା ମିଳିଛି । ଟୁଇଟର କିଛି ସମୟ ମଧ୍ୟରେ ହିଁ ୭୦ ହଜାରରୁ ଅଧିକ ଲାଇକ ଓ ୬ ହଜାରରୁ ଅଧିକ ରି ଟୁଇଟ କରିଛନ୍ତି ।

ମଲାଲା ଯେତେବେଳେ ୧୫ ବର୍ଷର ଥିଲେ ସେତେବେଳେ ଝିଅ ମାନଙ୍କ ଶିକ୍ଷା ଓ ଶାନ୍ତ ପାଇଁ ସ୍ୱର ଉତ୍ତୋଳନ କରିବାରୁ ତାଲିବାନୀ ମାନେ ଅକ୍ଟୋବର ୯, ୨୦୧୨ରେ ତାଙ୍କ ଉପରକୁ ଗୁଳି ଚଳାଇଥିଲେ । ମଲାଲା ଓ ତାଙ୍କ ସାଥୀ ମାନେ ଯେଉଁ ବସରେ ସ୍କୁଲ ଯାଉଥିଲେ ତାଲିବାନୀ ଆତଙ୍କୀମାନେ ସେହି ବସରେ ଚଢି ପଚାରିଥିଲେ ମଲାଲା କିଏ?ଏହା ପରେ ସମସ୍ତେ ଚୁପ ରହିବା ପରେ ସିଧା ମଲାଲାଙ୍କ ଉପରକୁ ଗୁଳିମାଡ଼ କରିଥିଲେ ଯାହା ତାଙ୍କର ମୁଣ୍ଡରେ ବାଜିଥିଲା । ମଲାଲାଙ୍କ ଉପରେ ତାଲିବାନୀ ଆତଙ୍କବାଦୀ ମାନେ କରିଥିବା ଆକ୍ରମଣକୁ ଅନ୍ତର୍ଜାତୀୟ ସ୍ତରରେ ନିନ୍ଦା କରାଯାଇଥିଲା । ସାରା ବିଶ୍ୱରେ ମଲାଲାଙ୍କ ସମର୍ଥନରେ ସ୍ୱର ଉଠିଥିଲା । ଏହା ପରେ ମଲାଲା ଆଉ ପଛକୁ ଚାହିଁନଥିଲେ । ମହିଳାମାନଙ୍କ ପାଇଁ ବିଶ୍ୱ ସାମ୍ନାରେ ସ୍ୱର ଉତ୍ତୋଳନ କରି ତାଲିବାନୀଙ୍କୁ କଡ଼ା ଜବାବ ଦେଇଥିଲେ । ୨୦୧୪ରେ ମଲାଲା ନୋବେଲ ଶାନ୍ତି ପୁରସ୍କାର ପାଇଥିଲେ । ମଲାଲା ୧୭ ବର୍ଷ ବୟସରେ ସର୍ବକନିଷ୍ଠ ନୋବେଲ ବିଜେତା ଭାବେ ପୁରସ୍କାର ଗ୍ରହଣ କରିଥିଲେ ।

Leave A Reply

Your email address will not be published.