ପ୍ରମୁଖ ଖବର

ଲୋକସଭା ନିର୍ବାଚନ ୨୦୨୪ର ପଞ୍ଚମ ପର୍ଯ୍ୟାୟରେ ସୋମବାର ଅପରାହ୍ନ ୫ଟା ସୁଦ୍ଧା ୪୯ଟି ଆସନରେ ୫୬.୬୮% ମତଦାନ
ଓଡିଶା ରାଜ୍ୟରେ ଅପରାହ୍ଣ ୫ଟା ସୁଦ୍ଧା ୬୦.୫୪ ପ୍ରତିଶତ ମତଦାନ
ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜଧାନୀରେ ରୋଡ ସୋ’ କରିଛନ୍ତି
ଛତିଶଗଡ଼ରେ ୨୦ଫୁଟ ତଳକୁ ଓଲଟିଲା ପିକଅପ ଭ୍ୟାନ, ୧୭ମୃତ, ୧୨ ଆହତ

ଫ୍ରାନ୍ସରେ କରୋନାର ପଞ୍ଚମ ଲହର

0

ମହାମାରୀ କରୋନାର ଭୟ ଏଯାଏଁ ଯାଇନି । ଅନେକ ଦେଶରେ ସଂକ୍ରମଣ ପୁଣି ଥରେ ଫେରିଛି । ଫ୍ରାନ୍ସରେ କରୋନାର ପଞ୍ଚମ ଲହର ଆରମ୍ଭ ହୋଇସାରିଥିବା ସୂଚନା ରହିଛି । ଫ୍ରାନ୍ସର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ଦେଶରେ ପଞ୍ଚମ ଲହର ଆରମ୍ଭ ହୋଇଛି । ପୂର୍ବରୁ ପଡୋଶୀ ଦେଶରେ ମଧ୍ୟ ପଞ୍ଚମ ଲହର ଆସିସାରିଛି ।

ଫ୍ରାନ୍ସର ସ୍ୱାସ୍ଥ୍ୟମନ୍ତ୍ରୀ ଓଲିବିୟର ବ୍ରେନ କହିଛନ୍ତି, ପଡୋଶୀ ଦେଶରେ ପଞ୍ଚମ ଲହର ଆସିସାରିଥିବା ବେଳେ ତଥ୍ୟରୁ ଜଣାପଡୁଛି ଏହା ପୂର୍ବ ଲହରଠୁ ଅଧିକ ସାଂଘାତିକ । ଲୋକମାନେ କୋଭିଡ଼ ଗାଇଡ଼ଲାଇନ କଡାକଡି ପାଳନ କରିବାକୁ ସେ ଅପିଲ କରିଛନ୍ତି । ଓଲିବିୟର କହିଛନ୍ତି ,ଅଧିକରୁ ଅଧିକ ଟିକାକରଣ ଓ କୋଭିଡ ନିୟମ ପାଳନ କଲେ ଆମେ ପଞ୍ଚମ ଲହରକୁ ହରାଇପାରିବା ।

ଫ୍ରାନ୍ସରେ ଏବେ ଯାଏଁ କରୋନା ସଂକ୍ରମଣ କାରଣରୁ ୭୩ ଲକ୍ଷରୁ ଅଧିକ କରୋନା ମାମଲା ସାମନାକୁ ଆସିଛି । ସେହିପରି କରୋନାରେ ଫ୍ରାନ୍ସରେ ୧.୧୯ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇସାରିଛି । ଭାରତ ପରି ଅନେକ ଦେଶରେ କରୋନାର ଦ୍ୱିତୀୟ ଲହର ବହୁତ ସାଂଘାତିକ ସ୍ଥିତି ସୃଷ୍ଟି କରିଥିଲା । ଏହା ପୂର୍ବରୁ ମଧ୍ୟ ୧୯୧୮ରୁ ୧୯୨୦ ମଧ୍ୟରେ ସ୍ପେନିଶ ଫ୍ଲୁରେ ବିଶ୍ୱରେ ୫୦ କୋଟି ଲୋକ ସଂକ୍ରମିତ ହୋଇଥିଲେ । ୫ କୋଟି ଲୋକଙ୍କ ମୃତ୍ୟୁ ହୋଇଥିଲା । ସେହି ମହାମାରୀ ମଧ୍ୟ ଦ୍ୱିତୀୟ ଲହରରେ ଅଧିକ କ୍ଷତି ଘଟାଇଥିଲା ।

ଏହି ବର୍ଷ ଆରମ୍ଭରୁ କରୋନାର ଦ୍ୱିତୀୟ ଲହରରେ ଅଧିକ ୟୁରୋପୀୟ ଦେଶ ପ୍ରଭାବିତ ହୋଇଥିଲା ।ବ୍ରିଟେନ,ଫ୍ରାନ୍ସ, ବେଲଜିୟମ, ଇଟାଲୀ, ନେଦରଲ୍ୟାଣ୍ଡ, ସ୍ୱେନ ଓ ସ୍ୱିଡେନରେ କରୋନାର ଦ୍ୱିତୀୟ ଲହରରେ ଅଧିକ ଲୋକ ସଂକ୍ରମିତ ହୋଇଥିଲେ । କେବେଳ ଏତିକି ନୁହେଁ ଆମେରିକାରେ ଗତ ବର୍ଷ ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ଆସିଥିବା କରୋନାର ଦ୍ୱିତୀୟ ଲହରରେ ଲକ୍ଷାଧିକ ଲୋକଙ୍କ ଜୀବନ ଯାଇଛି ।

Leave A Reply

Your email address will not be published.