ପ୍ରମୁଖ ଖବର

୪୧୦୫ ଅଭିଯୋଗର ସମାଧାନ, ଆସୁଛି ‘ସ୍ପେଶାଲ କ୍ୟାମ୍ପେନ୍ ୬.୦’
କଏଦୀଙ୍କୁ ଅନାବଶ୍ୟକ ମାଡ଼ ମନା, ଜେଲ୍‌ ୱାର୍ଡେନ୍‌ଙ୍କୁ ହାଇକୋର୍ଟଙ୍କ ଚେତାବନୀ
ଜମ୍ମୁ-କଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବି ପ୍ରସ୍ତାବ ପାରିତ
ଫାସ୍‌ଟ୍ୟାଗ୍ ବାର୍ଷିକ ପାସ୍ ବ୍ୟବହାରକାରୀ ୧ କୋଟି ଟପିଲେ
ଷଷ୍ଠ ଶ୍ରେଣୀ ପାଇଁ ବି ତୃତୀୟ ଭାଷାରେ ରିହାତି, ସିବିଏସ୍‌ଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ଏନ୍‌ଡିଏକୁ ଯିବୁନି, ଯିଏ ଆସିବାକୁ ଚାହୁଁଛି ଆମ ସହ ଆସୁ: ଶରଦ ପାୱାର
୧୦ ବର୍ଷରେ ତମାଖୁଜାତ ଦ୍ରବ୍ୟରୁ ୭୩୪୬ କୋଟି ଟିକସ ଆଦାୟ
ୟୁପିଆଇ ଚାର୍ଜକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ମତ
ଏଆଇ ଉପରେ ଲାଗୁ ହେଉ ନିୟନ୍ତ୍ରଣ, ନଚେତ ଭୟଙ୍କର ପରିଣାମ: ବିଲ୍ ଗେଟ୍ସ
ପଞ୍ଚମ ଦିନରେ ବି ଥମିଲାନି ଖଣି ଆଇନ ତାତି, ହଟ୍ଟଗୋଳରେ ଗୃହ ମୁଲତବୀ

ମୁଖ୍ୟମନ୍ତ୍ରୀ ଜାଣିପାରିଲେନି, ବୈଜ୍ଞାନିକଙ୍କୁ ଗୃହ ସମ୍ମାନ ଜଣାଇଲା

0

ଭୁବନେଶ୍ୱର: ଆଜି ବିଧାନସଭା ଭାରତବର୍ଷ ସାମ୍ନାରେ ଏକ ବଡ଼ ଉଦାହରଣ ରଖିଛି । ଚନ୍ଦ୍ରାୟଣରେ ସାମିଲ ହୋଇଥିବା ବୈଜ୍ଞାନିକଙ୍କୁ ଗୃହ ସମ୍ମାନ ପ୍ରଦାନ କରିଛି । ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ସାମିଲ ହୋଇପାରିନାହାନ୍ତି । ଯେହେତୁ ବାଚସ୍ପତି ତତ୍କାଳ ଏ ସଂପର୍କରେ ନିଷ୍ପତ୍ତି ନେଲେ ଓ ଗୃହ କାର୍ଯ୍ୟକାରୀ କଲା, ଏଣୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ।
ଉଲ୍ଲେଖଯୋଗ୍ୟ, ଚନ୍ଦ୍ରାୟଣରେ ସାମିଲ ଥିବା ବୈଜ୍ଞାନିକଙ୍କୁ ଗୃହ ସମ୍ମାନ ଦେବା ଲାଗି ପୂର୍ବରୁ ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ ଦାବି ଉପସ୍ଥାପନ କରିଥିଲେ । ହେଲେ ସେଦିନ ଏହି ପ୍ରସଙ୍ଗକୁ ସମର୍ଥନ ମିଳିନଥିଲା କି କେହି ଗୁରୁତ୍ୱ ଦେଇନଥିଲେ ।
ଆଜି କିନ୍ତୁ ଶ୍ରୀ ଶତପଥୀ ଏହି ପ୍ରସଙ୍ଗ ବାଚସ୍ପତିଙ୍କ ସାମ୍ନାକୁ ଆଣିବା ପରେ ବିରୋଧୀ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏହାକୁ ସମର୍ଥନ କରିଥିଲେ । ଠିଆ ହୋଇ ଏହି ଚନ୍ଦ୍ରାୟଣ ଅଭିଯାନରେ ସାମିଲ ଥିବା ବୈଜ୍ଞାନିକଙ୍କୁ ସମ୍ମାନ ଜଣାଇବା ଲାଗି ବାଚସ୍ପତିଙ୍କୁ ନିବେଦନ କରିଥିଲେ । କେବଳ ସେତିକି ନୁହେଁ, ତତ୍କାଳ ଏହାକୁ କାର୍ଯ୍ୟକାରୀ କରିବା ଲାଗି କଥା ଉଠିଥିଲା ।
ନିଜ ଆସନରେ ବସିରହି ମନ୍ତ୍ରୀ ପ୍ରତାପ ଜେନା ଏହାକୁ ପରବର୍ତୀ ସମୟରେ କରିବା ଲାଗି ପ୍ରସ୍ତାବ ଦେଇଥିଲେ । ଅଧିକାଂଶ ସଭ୍‍୍ୟ ନାହାନ୍ତି ବୋଲି ବି କହିଥିଲେ । ହେଲେ କିଛି ମୁହୂର୍ତ ପରେ ବାଚସ୍ପତି ଗୋଟିଏ ମିନିଟ୍‍ ପାଇଁ ଠିଆ ହୋଇ ବୈଜ୍ଞାନିକଙ୍କୁ ସମ୍ମାନ ଜଣାଇବା ଲାଗି କହିଥିଲେ । ଏହାକୁ ଟେବୁଲ ବାଡେଇ ସମସ୍ତେ ସମ୍ମାନ ଜଣାଇଥିଲେଓ ଠିଆ ହୋଇଥିଲେ ।
ଏହି ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ରାଜନୈତିକ ମହଲରେ ଭ୍ରୁକୁଞ୍ଚନ ସୃଷ୍ଟି ହୋଇଛି । ଗୃହ କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରିଥିଲେ ହେଁ, ମୁଖ୍ୟମନ୍ତ୍ରୀଙ୍କ ଅନୁପସ୍ଥିତିକୁ କେହି ଗ୍ରହଣ କରିପାରିନାହାନ୍ତି । ଏତେ ବଡ ପଦକ୍ଷେପ ନିଆଗଲା, ଅଥଚ ମୁଖ୍ୟମନ୍ତ୍ରୀ ରହିଲେ ନାହିଁ କେମିତି, ସେ ନେଇ ପ୍ରଶ୍ନ ଉଠିଛି ।
ବିଧାନସଭାରେ କୌଣସି ବଡ଼ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଭାଗ ନେବା ଏକ ପରମ୍ପରା । ଏହାର ଗୃହର ଗରିମା ବୃଦ୍ଧି କରିଥାଏ ।

Leave A Reply

Your email address will not be published.