ପ୍ରମୁଖ ଖବର

ଅଣ ସେବାୟତଙ୍କୁ ରଥ ଉପର ମନା, ଚଢ଼ିଲେ ହେବେ ଗିରଫ
ଡିଏନଏରୁ ବିଜୟ ରୂପାନୀଙ୍କ ମୃତଦେହ ଚିହ୍ନଟ
ବିଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ : ଜି-୭ ସମ୍ମିଳନୀରେ ଦେବେ ଯୋଗ
ଭୁଶୁଡିଲା ଇନ୍ଦ୍ରାୟଣୀ ନଦୀର ବ୍ରିଜ୍‌, ଭାସିଗଲେ ୨୦ ପର୍ଯ୍ୟଟକ
କେବଳ ଯାତ୍ରୀ ନୁହେଁ ମେଡ଼ିକାଲ ଛାତ୍ରଙ୍କ ପାଇଁ ମଧ୍ୟ ସହାୟତା ରାଶି ଘୋଷଣା କଲା ଟାଟା ଗ୍ରୁପ
କେଦାରନାଥରେ ହେଲିକପ୍ଟର ଦୁର୍ଘଟଣା, ୭ ମୃତ

ଆସନ୍ତା ୭ ଦିନ ବନ୍ଦ ରହିବ ରେଳବାଇ ପିଆରଏସ

0

ନୂଆଦିଲ୍ଲୀ: ରେଳବାଇ ନିଜର ସିଷ୍ଟମକୁ ଅପଡେଟ କରିବାକୁ ଯାଉଛି> ଏଥିପାଇଁ ରେଳବାଇ ଏହାର ଯାତ୍ରୀ ସଂରକ୍ଷଣ ବ୍ୟବସ୍ଥା(ପିଆରଏସ)କୁ ସାତ ଦିନ ପାଇଁ ରାତିରେ ବନ୍ଦ ରଖିବ। ସଟଡାଉନର ଏହି ପ୍ରକ୍ରିୟା ୬ ଘଣ୍ଟା ପାଇଁ କରାଯିବ। ରାତି ସାଢେ ୧୧ରୁ ସକାଳ ସାଢେ ୫ଟା ପର୍ଯ୍ୟନ୍ତ ଯାତ୍ରୀ ସଂରକ୍ଷଣ ବ୍ୟବସ୍ଥାକୁ ବନ୍ଦ ରଖାଯିବ।

ରେଳବାଇ ତରଫରୁ ଏନେଇ ସୂଚନା ଦିଆଯାଇ କୁହାଯାଇଛି ଯେ, ରାତିରେ ସିଷ୍ଟମ ଅପଡେଟ କରିବାକୁ ନିଷ୍ପତ୍ତି ଏଥିପାଇଁ ନିଆଯାଇଛି କାରଣ ଏହି ସମୟରେ ପାସେଞ୍ଜର ରିଜର୍ଭସନ ସିଷ୍ଟମ(ପିଆରଏସ) ଭାର କମ୍ ଥାଏ। ଏହି କାର୍ଯ୍ୟକଳାପ ଗତକାଲି ମଧ୍ୟରାତ୍ରିରୁ ଆରମ୍ଭ ହୋଇଛି , ଏହା ଆଗାମୀ ସାତ ଦିନ ଯାଏ ଅର୍ଥାତ ୨୦ରୁ ୨୧ ତାରିଖ ଯାଏଁ ଚାଲିବ। ଏଭଳି ପରିସ୍ଥିତିରେ ଯାତ୍ରୀ ସେବା ସ୍ୱାଭାବିକ ଓ ତଥା ନବୀକରଣ କରିବା ପାଇଁ ସହାୟତା କରିବାକୁ ରେଳ ମନ୍ତ୍ରାଳୟ ଅନୁରୋଧ କରିଛି।

ଭାରତୀୟ ରେଳ ୨୦ ମାସ ପରେ ପୁଣି ଥରେ ସ୍ୱାଭାବିକ ହୋଇଛି। ରେଳବାଇ ଟ୍ରେନକୁ ନେଇ କୋଭିଡ଼ ସମୟରେ ନିଅଯାଇଥିବା ପଦକ୍ଷେପ ଗୁଡିକୁ ପ୍ରତ୍ୟାହାର କରିନେଇଛି। ଏବେ ଟ୍ରେନ ଗୁଡିକ ସ୍ୱାଭାବିକ ହେବା ସହ ଭଡ଼ା ମଧ୍ୟ ପୂର୍ବ ପରି ରହିଛି।

କୋଭିଡ ସମୟରେ ରେଳବାଇ ସ୍ୱତନ୍ତ୍ର ବର୍ଗରେ ଟ୍ରେନ ଚଳାଇଥିଲା। ଏହାର ଉଦେଶ୍ୟ ଥିଲା ଟ୍ରେନରେ ଭିଡକୁ ନିୟନ୍ତ୍ରଣରେ ରଖିବା। ସ୍ୱତନ୍ତ୍ର ବର୍ଗ ଟ୍ରେନର
ଭଡା ସାଧାରଣ ଟ୍ରେନ ଭଡାରୁ ୩୦ ପ୍ରତିଶତ ଅଧିକ ଥିଲା। ତେବେ ଏବେ ପୂର୍ବପରି ଟ୍ରେନ ଚାଲିବ ।

Leave A Reply

Your email address will not be published.