ପ୍ରମୁଖ ଖବର

ଖୁବଶୀଘ୍ର ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ନୂଆ ରାସନ କାର୍ଡ
ୟୁନେସ୍କୋ ମେମୋରୀ ଅଫ ଦ ଓ୍ବର୍ଲ୍ଡ ରେଜିଷ୍ଟରରେ ସ୍ଥାନ ପାଇଲା ‘ଭଗବଦ ଗୀତା’ ଓ ‘ନାଟ୍ୟଶାସ୍ତ୍ର’
ମାଲେସିଆ ଗସ୍ତରେ ଯିବେ ଓଡ଼ିଶା ଚାଷୀ
ଛତିଶଗଡ଼ ସୁକମାରେ ୯ ମହିଳା ନକ୍ସଲଙ୍କ ସମେତ ୨୨ ଜଣଙ୍କ ଆତ୍ମସମର୍ପଣ କରିଛନ୍ତି
କ୍ରୀଡ଼ା ବିକାଶ ପାଇଁ ୪ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ ଓଡ଼ିଶା ସରକାର
ସଂସଦୀୟ ବ୍ୟାପାର ସଚିବ ଭାବେ ନିଯୁକ୍ତ ହେଲେ ଆଇଏଏସ ନିକୁଞ୍ଜ ବିହାରୀ ଧଳ
୩୫ଟି ଔଷଧ ଉପରେ କଟକଣା ଲଗାଇଲେ ସରକାର

ବିଜୟର ମନ୍ତ୍ର ଦେବେ ‘ଦ୍ରୋଣାଚାର୍ଯ୍ୟ’ ଦ୍ରାବିଡ୍‌

0

ଆସନ୍ତାକାଲିଠୁ ଆରମ୍ଭ ହେବ ନ୍ୟୁଜିଲାଣ୍ଡ ବିପକ୍ଷ ଲଢେଇ । ଜୟପୁର ସୱାଇ ମାନସିଂହ ଷ୍ଟାଡିୟମରେ ମୁହାଁମୁହିଁ ହେବେ ଭାରତ-ନ୍ୟୁଜିଲାଣ୍ଡ । ଏଥର ଟିମ ଇଣ୍ଡିଆ ନୂଆ କ୍ୟାପଟେନ ଓ ନୂଆ କୋଚ୍ ସହ ମୈଦାନକୁ ଓହ୍ଲାଇବ । କୋଚ ହେବା ପରେ ରାହୁଲ ଦ୍ରାବିଡ୍ ଆଜି ପ୍ରେସ କନଫରେନ୍ସ କରିଛନ୍ତି । ତାଙ୍କ ସହିତ ଟି -୨୦ ଫର୍ମାଟର ନୂଆ କ୍ୟାପଟେନ ରୋହିତ ଶର୍ମା ମଧ୍ୟ ନଜର ଆସିଥିଲେ ।

ଋାହୁଲ ଦ୍ରାବିଡ ପ୍ରେସ କନଫରେନ୍ସରେ କହିଛନ୍ତି ଯେ, ଖେଳାଳିଙ୍କ ସହ ଅଳ୍ପ କିଛି କଥା ହୋଇପାରିଛି । କାରଣ ଟି ୨୦ ବିଶ୍ୱକପ ମଧ୍ୟରେ ତାଙ୍କୁ ବିଚଳିତ କରିବାକୁ ଚାହୁଁନଥିଲି । ତେବେ କୋହଲି ଓ ରୋହିତ ଶର୍ମାଙ୍କ ସହ ଦ୍ରାବିଡ କଥା ହୋଇଥିବା କହିଛନ୍ତି । ଏବେ କେବଳ ଆରମ୍ଭ ମାତ୍ର । ସବୁ ଜିନିଷ ଜାଣିବାକୁ ପ୍ରୟାସ ଚାଲିଛି । ଦ୍ରାବିଡ଼ କହିଛନ୍ତି ଯେ, ଆମେ କୌଣସି ବି ଫର୍ମାଟକୁ ପ୍ରାଥମିକତା ଦେବାକୁ ଚାହୁାଁନାହୁଁ । ପ୍ରତିଦିନ ଆମେ ସୁଧାର ସହିତ ଆଗକୁ ବଢିବୁ । ଖେଳାଳି ଓ ମଣିଷ ଭାବରେ ଆମକୁ ପ୍ରତିଦିନ ଉନ୍ନତିର ସହିତ ଅଗ୍ରଗତି କରିବା ଦରକାର ।

ଦ୍ରାବିଡ କହିଛନ୍ତି , କାର୍ଯ୍ୟ ଭାର ପରିଚାଳନା ଏବେ କ୍ରିକେଟର ଏକ ଅଂଶ ହୋଇଯାଇଛି । କାରଣ ଫୁଟୁବଲ ପରି କ୍ରିକେଟର ସିଜିନ ହୋଇଯାଇଛି । ଖେଳାଳିଙ୍କୁ ମାନସିକ,ଶାରୀରିକ ଭାବେ ଫିଟ ରହିବା ଉପରେ ଫୋକସ କରିବା ଆବଶ୍ୟକ । ଫିଟ ରହିଲେ ପ୍ରତି ଖେଳାଳି ବଡ଼ ଟୁର୍ଣ୍ଣାମେଣ୍ଟ ପାଇଁ ପ୍ରସ୍ତୁତ ରହିବେ । ଯେତେବେଳେ ରାହୁଲଙ୍କୁ ପ୍ରଶ୍ନ କରାଯାଇଥିଲା କି ଜୁନିଅର ଟିମକୁ କୋଚିଂ ଓ ସିନିଅର ଟିମକୁ କୋଚିଂ ଭିତରେ ଫରକ କଣ ରହିବ । ସେ କହିଥିଲେ, ପ୍ରତିଥର କୋଚିଂର ପ୍ରଣାଳୀ ଅଲଗା । କିନ୍ତୁ କିଛି ଜିନିଷ ସମାନ ହୋଇପାରେ । କିନ୍ତୁ ଅଣ୍ଡର -୧୯ ରେ ଯାହା କରାଯାଇଛି , ତାହା ଏଠାରେ ସମ୍ଭବ ନୁହେଁ । ପ୍ରଥମେ ଖେଳାଳିଙ୍କୁ ବୁଝିବା ପରେ ହିଁ ତାଙ୍କଠୁ ଭଲ ଆଶା କରାଯାଇପାରିବ ।

ତେବେ ଟି-୨୦ ବିଶ୍ୱକପରେ ନୈରାଶ୍ୟଜନକ ପ୍ରଦର୍ଶନ ପରେ ଏବେ ଜୋରଦାର ଅଭ୍ୟାସ କରୁଛି ଦଳ । ଏହି ଦ୍ୱିପାକ୍ଷିକ ସିରିଜରେ ମୋଟ ୩ଟି ଟି-୨୦ ମ୍ୟାଚ ଓ ୨ଟି ଟେଷ୍ଟ ମ୍ୟାଚ ଖେଳାଯିବ ।

Leave A Reply

Your email address will not be published.