ପ୍ରମୁଖ ଖବର

ଜାପାନରୁ ନେତାଜୀଙ୍କ ଅସ୍ଥି ଭାରତ ଆଣିବାକୁ ଝିଅଙ୍କ ଆବେଦନ, କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍
ବାଙ୍କୀ-ଡମପଡ଼ା ବ୍ଲକରେ BNSS ୧୬୩ ଲାଗୁ, ମେଳି ଓ ହରତାଳ ଉପରେ କଟକଣା
ଘରୋଇ ହସ୍ପିଟାଲ ଚିକିତ୍ସା ଖର୍ଚ୍ଚ କମିବ, ରୋଗୀଙ୍କ ପାଇଁ ସଂସଦୀୟ କମିଟିର ବଡ଼ ସୁପାରିସ୍
ଦୁଷ୍କର୍ମ ଅଭିଯୋଗରେ IPL କ୍ରିକେଟର ଅଭିଷେକ ପୋରେଲ ଗିରଫ
ଦୁଇ ବର୍ଷ ପରେ ଚଳଚଞ୍ଚଳ ଲୋକାୟୁକ୍ତ, ଅଧ୍ୟକ୍ଷ ଚୟନ ପାଇଁ ବସିଲା ହାଇପାୱାର କମିଟି
ଭାପୁର ଗୋଷ୍ଠୀସ୍ବାସ୍ଥ୍ୟକେନ୍ଦ୍ରରେ ଭୁଲ ଇଞ୍ଜେକ୍ସନ ନେଲା ଛାତ୍ରୀଙ୍କ ଜୀବନ, ମେଡିକାଲରେ ଉତ୍ତେଜନା
ଖଣି ଉପରେ ମନଇଚ୍ଛା ଟିକସ ଲଗାଇପାରିବେନି ରାଜ୍ୟ, କେନ୍ଦ୍ର ଆଣିଲା ନୂଆ MMDR ବିଲ୍‌
ଇରାନୀ ଧମକ ପରେ ଟ୍ରକ୍‌ରେ ଲୁଚି ତୁର୍କୀରୁ ବାହାରିଥିଲେ ଟ୍ରମ୍ପ!
ଧାନବିଲରେ କାମ ବେଳେ ବଜ୍ରାଘାତ, ୪ ମହିଳା ଶ୍ରମିକଙ୍କ ମୃତ୍ୟୁ
ଟିଏମ୍‌ସିର ୩ ବ୍ୟାଙ୍କ ଖାତା ଫ୍ରିଜ୍‌: ହସ୍ତକ୍ଷେପ କଲେନି ସୁପ୍ରିମକୋର୍ଟ

କେନ୍ଦ୍ର ଉପରେ ବର୍ଷିଲା ବିଜେଡି

0

ଭୁବନେଶ୍ବର: ଗ୍ୟାସ ଦର ବୃଦ୍ଧି ବିରୋଧରେ ବିଜୁ ଜନତା ଦଳ ଆନ୍ଦୋଳନ ଚେତାବନୀ ଦେଇଛି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଯୁବ ବିଜେଡି ସଭାପତି ବ୍ୟୋମକେଶ ରାୟ ଏବଂ ଛାତ୍ର ବିଜେଡି ସଭାପତି ଦେବୀରଂଜନ ତ୍ରିପାଠୀ କେନ୍ଦ୍ର ସରକାରଙ୍କ ବିରୋଧରେ ଅସନ୍ତୋଷ ଝାଡ଼ିଛନ୍ତି। ବିଜେଡି କହିଛି, ଉଜ୍ଜ୍ବଳା ଯୋଜନା କରି କେନ୍ଦ୍ର ସରକାର ଲୋକଙ୍କୁ ଠକିଛନ୍ତି। ମାତ୍ର ୨୦ ପ୍ରତିଶତ ଗ୍ୟାସ ବ୍ୟବହାର ବଢିଛି। ଅଥଚ ମହିଳା ରିଫିଲ୍ ନ କରିପାରି ସମସ୍ୟା ଭୋଗୁଛନ୍ତି। ଏ ସଂକ୍ରାନ୍ତରେ ସିଏଜି ଓ ଜାତୀୟ ସ୍ବାସ୍ଥ୍ଯ ସର୍ଭେ ଭଳି ଏକାଧିକ ରିପୋର୍ଟରେ ବିସ୍ତୃତ ତଥ୍ୟ ରହିଛି। କେବଳ ସେତିକି ନୁହେଁ, ୨୦୧୪ରୁ ୨୦୨୧ ମଧ୍ୟରେ ଏଲପିଜି ଦର ୭୦ ପ୍ରତିଶତ ବୃଦ୍ଧିପାଇଛି। କେନ୍ଦ୍ର ସରକାର ଲୋକମାନଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ, ତାହା ପାଳନ କରିନାହାନ୍ତି। କେବଳ ସେତିକି ନୁହେଁ, ଗ୍ୟାସ ଦର ବୃଦ୍ଧି ସାଧାରଣ ଲୋକଙ୍କୁ ଅତିଷ୍ଠ କଲାଣି। ସବୁ ଅତ୍ୟାବଶ୍ୟକ ସାମଗ୍ରୀ ଦର ବି ବଢିଚାଲିଛି।

ବିଜେଡି କହିଛି, ଗ୍ୟାସ ଦର ନ କମିଲେ ପୁରପଲ୍ଲୀରେ ଆନ୍ଦୋଳନ ହେବ। ୨୨ ତାରିଖରେ କଟକ ଆରଡିସିଙ୍କ କାର୍ଯ୍ୟାଳୟ ସାମ୍ନାରେ ୨୩ ତାରିଖରେ ସମ୍ବଲପୁର ଏବଂ ୨୪ ତାରିଖରେ ବ୍ରହ୍ମପୁର ଆରଡିସିଙ୍କ ସାମ୍ନାରେ ଦଳ ବିକ୍ଷୋଭ କରିବ। ତଥାପି ଯଦି କେନ୍ଦ୍ର ସରକାର ନ ଚେତନ୍ତି, ତେବେ ପ୍ରତି ଲୋକଙ୍କ ପାଖକୁ ଏହି ପ୍ରସଙ୍ଗ ନେବ ବିଜେଡି ଓ ଆନ୍ଦୋଳନକୁ ତୀବ୍ରତର କରିବ।

Leave A Reply

Your email address will not be published.