ପ୍ରମୁଖ ଖବର

ଭୁବନେଶ୍ୱର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି
୬ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି, ନୀଳିଗିରି ପାଇଁ ସ୍ପଷ୍ଟ କଲାନି ଦଳ
ସମ୍ବଲପୁର ଲୋକସଭା ଆସନ ପାଇଁ ନାମାଙ୍କନ ଭରିଲେ ଧର୍ମେନ୍ଦ୍ର ପ୍ରଧାନ, ହଜାର ହଜାର ସମର୍ଥକଙ୍କ ସହ ଉପ ଜିଲ୍ଲାପାଳ କାର୍ଯ୍ୟାଳୟରେ ଭରିଲେ ନାମାଙ୍କନ
ବିଜେଡିରୁ ଇସ୍ତଫା ଦେଲେ ଅନୁଭବ ପଟ୍ଟନାୟକ
୩ ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି: ନୀଳଗିରିରୁ ସୁକାନ୍ତ ନାୟକ, କୋରେଇରୁ ସନ୍ଧ୍ୟାରାଣୀ ଦାସ ଓ ଖଣ୍ଡପଡାରୁ ସାବିତ୍ରୀ ପ୍ରଧାନଙ୍କୁ ଦଳ ପ୍ରାର୍ଥୀ କରିଛି
ସେହିଭଳି ଦେବଗଡ ଆସନରେ ପୂର୍ବରୁ ପ୍ରାର୍ଥୀ ଘୋଷଣା କରିଥିବା ଅରୁନ୍ଧତୀ ଦେବୀଙ୍କ ସ୍ଥାନରେ ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କୁ ବିଜେଡି ପ୍ରାର୍ଥୀ କରିଛି
ଆଦର୍ଶ ଆଚରଣ ଵିଧି ଉଲ୍ଲଂଘନ ଅଭିଯୋଗରେ ମିଶନଶକ୍ତିର ଦୁଇ ଜଣ ସିଆରପିଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ ନିଲମ୍ବିତ କରିଛନ୍ତି
କଣ୍ଟାବାଞ୍ଜି ବିଧାନସଭା ପାଇଁ ନାମାଙ୍କନ ଦାଖଲ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଆଜି ବର୍ଷର ଶେଷ ସୂର୍ଯ୍ୟପରାଗ; ଭୁଲରେ କରନ୍ତୁ ନାହିଁ ଏହି କାମ

0

ଭୁବନେଶ୍ବର: ୨୦୨୧ ବର୍ଷର ଶେଷ ସୂର୍ଯ୍ୟପରାଗ ମାର୍ଗଶୀର କୃଷ୍ଣପକ୍ଷ ଅମାବାସ୍ୟାରେ ଡିସେମ୍ବର ୪ ତାରିଖ ଅର୍ଥାତ ଆଜି ଲାଗିବାକୁ ଯାଉଛି। ଭାରତୀୟ ସମୟ ଅନୁଯାୟୀ ଆଜି ସକାଳ ୧୦ଟା ୫୮ରୁ ଆରମ୍ଭ ହୋଇ ଅପରାହ୍ନ ୩ଟା ୭ରେ ଶେଷ ହେବ। ହେଲେ ଭାରତରେ ଏହାର ପ୍ରଭାବ ଦେଖିବାକୁ ମିଳିବ ନାହିଁ। ଅଷ୍ଟ୍ରେଲିଆ,ଦକ୍ଷିଣ ଆଫ୍ରିକା, ଆଣ୍ଟାର୍କଟିକା,ଦକ୍ଷିଣ ଆଟଲାଣ୍ଟିକ୍ ମହାସାଗର ଏବଂ ଦକ୍ଷିଣ ଭାରତ ମହାସାଗରରେ ସୂର୍ଯ୍ୟପରାଗ ଦେଖିବାକୁ ମିଳିବ। ଏଥର ସୂର୍ଯ୍ୟପରାଗ ଦେଶରେ ଅର୍ଥାତ୍ ଭାରତରେ ଦୃଶ୍ୟମାନ ହେବନାହିଁ। ସେଥିପାଇଁ ସୂତକ ମାନ୍ୟ ନୁହେଁ।

ସୂର୍ଯ୍ୟପରାଗ ଏକ ଗୁରୁତ୍ୱପୂର୍ଣ୍ଣ ଜ୍ୟୋର୍ତିବିଜ୍ଞାନୀ ଘଟଣା। ପ୍ରକୃତି,ପ୍ରାଣୀ ଓ ମଣିଷ ଉପରେ ଏହାର ପ୍ରତ୍ୟେକ୍ଷ ଓ ପରୋକ୍ଷ ପ୍ରଭାବ ରହିଥାଏ। ଏହି କାରଣରୁ ଜ୍ୟୋତିଷ ମାନେ ସୂର୍ଯ୍ୟପରାଗ ସମୟରେ କିଛି ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଅନ୍ତି। ଆସନ୍ତୁ ଜାଣିବା ସୂର୍ଯ୍ୟପରାଗ ସମୟରେ କଣ କରିବା ଉଚିତ ଓ କଣ ନୁହେଁ?

  • ଏହି କାମ କରିବେ ନାହିଁ..
  • ସୂର୍ଯ୍ୟପରାଗ ସମୟରେ ଖାଦ୍ୟ ଖାଇବା ନିଷେଧ ବୋଲି ବିବେଚନା କରାଯାଏ
  • କୌଣସି ନୂତନ କାମ କି ମାଙ୍ଗଳିକ କାମ କରିବା ଉଚିତ ନୁହେଁ
  • ସୂର୍ଯ୍ୟ ପରାଗ ସମୟରେ ଶୋଇବା ଓ ନଖ କାମୁଡିବା ଉଚିତ ନୁହେଁ
  • ଛୁରୀ କିମ୍ବା ତୀକ୍ଷ୍ନ ଜିନିଷ ବ୍ୟବହାର କରିବା ଅନୁଚିତ୍‌
  • ସୂର୍ଯ୍ୟପରାଗ ପୂର୍ବରୁ ରୋଷେଇ ହୋଇଥିବା ଖାଦ୍ୟରେ ତୁଳସୀ ପତ୍ର ପକାଇ ରଖିଦେବା
    ଉଚିତ
  • ସୂର୍ଯ୍ୟପରାଗ ସମୟରେ ଘରର ଠାକୁର ଘର କବାଟ ବନ୍ଦ ରଖିବା ଦରକାର
  • ସୂର୍ଯ୍ୟପରାଗ ସମୟରେ ଏହି କାମ କରିବେ..
  • ସୂର୍ଯ୍ୟପରାଗ ସମୟରେ ଇଷ୍ଟ ଦେବତାଙ୍କୁ ପୂଜା କରି ମନ୍ତ୍ରୀ ଜପ କରିବା ଆବଶ୍ୟକ
  • ଦାନ କରିବା ଅତ୍ୟନ୍ତ ଶୁଭ
  • ସୂର୍ଯ୍ୟପରାଗ ଛାଡିବା ପରେ ଗାଧୋଇବା ଉଚିତ୍‌
  • ସୂର୍ଯ୍ୟପରାଗ ଛାଡିବା ପରେ ଘର ଧୋଇକି ସଫା କରିବା ଆବଶ୍ୟକ
  • ଘରେ ଗଙ୍ଗାଜଳ ସିଞ୍ଚନ କରନ୍ତୁ
Leave A Reply

Your email address will not be published.